ଢିଙ୍କିଆ ଗାଁ ମୁଣ୍ଡରୁ ମେଧା ପାଟେକରଙ୍କୁ ଫେରାଇଦେଲେ ଲୋକେ

ପାରାଦୀପ (ରମାକାନ୍ତ ନାୟକ): ଢିଙ୍କିଆ ଗାଁ ମୁଣ୍ଡରୁ ମେଧା ପାଟେକରଙ୍କୁ ଅଟକାଇଲେ ଲୋକେ। JSW ପ୍ରକଳ୍ପ ସପକ୍ଷବାଦୀମାନେ ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକରଙ୍କୁ ଗାଁ ମୁଣ୍ଡରେ ଅଟକାଇ ଥିଲେ। ଗାଁ ଭିତରକୁ ଯିବାକୁ ଦେଇନଥିଲେ। ଆଉ ଶ୍ରୀମତୀ ପାଟେକରଙ୍କୁ ପଚାରିଲେ, ଆମ ଭିତରେ ଥିବା ଭାଇଚାରା ଆପଣ କାହିଁକି ଭାଙ୍ଗିବାକୁ ଆସିଛନ୍ତି? ଏହାର ଜବାବରେ ମେଧା ପାଟେକର କହିଲେ, ମୁଁ ଭାଇଚାରା ଭାଙ୍ଗିବାକୁ ଆସିନାହିଁ। ଶେଷରେ ସେ ଫେରି ଆସିଥିଲେ। JSW ପ୍ରକଳ୍ପ ବିରୋଧୀ […]

Medha-Patkar

Manoranjan Sial
  • Published: Monday, 06 June 2022
  • , Updated: 06 June 2022, 05:33 PM IST

ପାରାଦୀପ (ରମାକାନ୍ତ ନାୟକ): ଢିଙ୍କିଆ ଗାଁ ମୁଣ୍ଡରୁ ମେଧା ପାଟେକରଙ୍କୁ ଅଟକାଇଲେ ଲୋକେ। JSW ପ୍ରକଳ୍ପ ସପକ୍ଷବାଦୀମାନେ ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକରଙ୍କୁ ଗାଁ ମୁଣ୍ଡରେ ଅଟକାଇ ଥିଲେ। ଗାଁ ଭିତରକୁ ଯିବାକୁ ଦେଇନଥିଲେ। ଆଉ ଶ୍ରୀମତୀ ପାଟେକରଙ୍କୁ ପଚାରିଲେ, ଆମ ଭିତରେ ଥିବା ଭାଇଚାରା ଆପଣ କାହିଁକି ଭାଙ୍ଗିବାକୁ ଆସିଛନ୍ତି? ଏହାର ଜବାବରେ ମେଧା ପାଟେକର କହିଲେ, ମୁଁ ଭାଇଚାରା ଭାଙ୍ଗିବାକୁ ଆସିନାହିଁ। ଶେଷରେ ସେ ଫେରି ଆସିଥିଲେ।

JSW ପ୍ରକଳ୍ପ ବିରୋଧୀ ଆନ୍ଦୋଳନର ମୁଖ୍ୟ କୁହାଯାଉଥିବା ଦେବେନ୍ଦ୍ର ସ୍ୱାଇଁ ଗିରଫ ହୋଇ କୁଜଙ୍ଗ ସବ୍‌ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି। ଆଜି ମଧ୍ୟାହ୍ନରେ ତାଙ୍କୁ ଦେଖା କରିବାକୁ ଶ୍ରୀମତୀ ପାଟେକର କୁଜଙ୍ଗ ସବ୍‌ଜେଲ୍‌ରେ ପହଞ୍ଚିଥିଲେ। ତାଙ୍କ ସହିତ କିଛି ସମୟ ଆଲୋଚନା କରିବା ପରେ ଗାଁରେ ଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ବୃଦ୍ଧା ମାଆଙ୍କୁ ଭେଟିବାକୁ ଶ୍ରୀମତୀ ପାଟେକର ସାଥୀମାନଙ୍କ ସହ ଢିଙ୍କିଆ ଯାଉଥିଲେ।

ମେଧା ପାଟେକର ଆସୁଥିବା ଜାଣି JSW ପ୍ରକଳ୍ପ ସପକ୍ଷବାଦୀମାନେ ଢିଙ୍କିଆ ଗାଁ ମୁଣ୍ଡରେ ଏକତ୍ର ହୋଇଥିଲେ। ଗାଁ ଭିତରକୁ ମେଧା ପାଟେକରଙ୍କୁ ଯିବାକୁ ଦେଇନଥିଲେ। ଯାହାଫଳରେ ସେ ଫେରିଥିଲେ।

ସୂଚନାରୁ ପ୍ରକାଶ, ପାରାଦୀପର ଢିଙ୍କିଆରେ JSW ପ୍ରକଳ୍ପ କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଏଥିପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ କରୁଛି। ଜମି ଅଧିଗ୍ରହଣ ଦ୍ୱାରା ବହୁ ଗରିବ ଲୋକଙ୍କ ପାନବରଜ ଉଜୁଡିଛି। ଏହାକୁ ନେଇ ପୁଲିସ ଓ ପ୍ରକଳ୍ପ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସ ପ୍ରକଳ୍ପ ବିପକ୍ଷବାଦୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଥିଲା। ପରେ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା।

Related story