ଆଜିଠୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ରାଜ୍ୟରେ ସ୍କୁଲ, କଲେଜ ଦୀର୍ଘ ମାସ ହେଲା ବନ୍ଦ ପଡ଼ିରହିଥିବାରୁ ପିଲାଙ୍କ ପାଠପଢ଼ା ଏକ ପ୍ରକାର ଠପ୍‌ ହୋଇଯାଇଛି। ଏପରି ସ୍ଥିତିରେ କୋଭିଡ୍ ଗାଇଡଲାଇନ ଭିତରେ ଆଜିଠାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ । କରୋନା ଯୋଗୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା କଟକଣା ଭିତରେ ଖୋଲାଯିବ ମେଡିକାଲ […]

mask

Niharika Rout
  • Published: Tuesday, 01 December 2020
  • , Updated: 01 December 2020, 07:50 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ରାଜ୍ୟରେ ସ୍କୁଲ, କଲେଜ ଦୀର୍ଘ ମାସ ହେଲା ବନ୍ଦ ପଡ଼ିରହିଥିବାରୁ ପିଲାଙ୍କ ପାଠପଢ଼ା ଏକ ପ୍ରକାର ଠପ୍‌ ହୋଇଯାଇଛି। ଏପରି ସ୍ଥିତିରେ କୋଭିଡ୍ ଗାଇଡଲାଇନ ଭିତରେ ଆଜିଠାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ ।

କରୋନା ଯୋଗୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

କରୋନା କଟକଣା ଭିତରେ ଖୋଲାଯିବ ମେଡିକାଲ କଲେଜ । ମାସ୍କ,ସାନିଟାଇଜର୍, ସାମାଜିକ ଦୂରତାକୁ ମାନି କଲେଜ ଚାଲିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କିଛି ଦିନ ତଳେ ମେଡିକାଲ୍ କଲେଜ ଖୋଲିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଥିଲା।

Related story