ମେଡିକାଲ୍‌ ଏଣ୍ଟ୍ରାନ୍ସରେ ଓଡ଼ିଆ ଭାଷାକୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସ (ନିଟ୍‌)ରେ ଓଡ଼ିଆ ଭାଷାକୁ ବାଦ ଦିଆଯାଇଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀମାନ ନିଜ ଭାଷାରେ ପରୀକ୍ଷା ଦେଇପାରିବେ ନାହିଁ। ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଓଡ଼ିଆ ଭାଷାକୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ଛାତ୍ର ବିଜେଡି ବିରୋଧ କରିଛି। ଆଜି ଛାତ୍ର ବିଜେଡି ପକ୍ଷରୁ ଏହାକୁ ବିରୋଧ କରି ଭୁବନେଶ୍ୱରରେ ଏକ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରା ପାୱାର ହାଉସ୍‌ […]

naveen

Rakesh Mallick
  • Published: Thursday, 22 December 2016
  • , Updated: 22 December 2016, 08:49 PM IST

ଭୁବନେଶ୍ୱର: ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସ (ନିଟ୍‌)ରେ ଓଡ଼ିଆ ଭାଷାକୁ ବାଦ ଦିଆଯାଇଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀମାନ ନିଜ ଭାଷାରେ ପରୀକ୍ଷା ଦେଇପାରିବେ ନାହିଁ। ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଓଡ଼ିଆ ଭାଷାକୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ଛାତ୍ର ବିଜେଡି ବିରୋଧ କରିଛି। ଆଜି ଛାତ୍ର ବିଜେଡି ପକ୍ଷରୁ ଏହାକୁ ବିରୋଧ କରି ଭୁବନେଶ୍ୱରରେ ଏକ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରା ପାୱାର ହାଉସ୍‌ ଛକରୁ ବାହାରି ରାଜଭବନ ଅଭିମୁଖେ ଯାଉଥିବା ବେଳେ ଅଧା ରାସ୍ତାରେ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା। ପରେ ଛାତ୍ର ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ନିଟ୍‌ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଭାଷାକୁ ସାମିଲ କରିବାକୁ ଦାବି କରିଥିଲେ।

ଛାତ୍ର ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି,“କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ବାଦ ଦେଇ ଅନ୍ୟ ୮ଟି ଭାଷାରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବିରୋଧରେ ଛାତ୍ର ବିଜେଡି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି।”

ଅନ୍ୟପକ୍ଷରେ ଇଂରାଜୀ ଭାଷାରେ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ ବୋଲି ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି।

ବିଜେପି ଯୁବ ମୋର୍ଚ୍ଚା ଟଙ୍କଧର ତ୍ରିପାଠୀ କହିଛନ୍ତି,“ରାଜ୍ୟ ସରକାର ଓଡ଼ିଆ ଭାଷାକୁ ଅସମ୍ମାନ କରି ଇଂରାଜୀ ଭାଷା ପରୀକ୍ଷା କରିବା ପାଇଁ ପୂର୍ବରୁ ଲେଖିଥିଲେ। ଆଜି ଓଡ଼ିଆ ଭାଷାକୁ ସାମିଲ କରିବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏଥିପାଇଁ ରାଜ୍ୟ ସରକାର କ୍ଷମା ମାଗନ୍ତୁ।”

ନଭେମ୍ୱର ୨୮ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ। ଯେଉଁଥିରେ ନିଟ୍‌ ପ୍ରବେଶିକା ପାଇଁ ଇଂରାଜୀ, ହିନ୍ଦୀ ସମେତ ୬ଟି ଆଞ୍ଚଳିକ ଭାଷାରେ ପରୀକ୍ଷା କରିବାକୁ ପ୍ରସ୍ତାବ ରଖିଥିଲେ। ରାଜ୍ୟ ସରକାର ଇଂରାଜୀ ଭାଷାରେ ପରୀକ୍ଷା କରିବାକୁ ସହମତି ମଧ୍ୟ ଦେଇଥିଲେ। କିନ୍ତୁ ସେତେବେଳେ ସରକାର ଅନ୍ୟ ୬ଟି ଆଞ୍ଚଳିକ ଭାଷା ଥିବା ସତ୍ତ୍ୱେ କାହିଁକି ଓଡ଼ିଆ ଭାଷାକୁ ସାମିଲ କରିବାକୁ ଦାବି କଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

Related story