ରାତି ଅଧରେ ଗର୍ଭବତୀଙ୍କୁ ମେଡିକାଲରୁ ତଡ଼ି ଦେଲେ, ବସ୍‌ଷ୍ଟାଣ୍ଡରେ କଲେ ପ୍ରସବ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କରୋନା ଆଳରେ ଅଣକୋରନା ରୋଗୀଙ୍କୁ ଅଣଦେଖା ନ କରିବାକୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସତ୍ତ୍ୱେ ପ୍ରସବ ନିମନ୍ତେ ମେଡିକାଲ ଯାଇଥିବା ଜଣେ ଗର୍ଭବତୀଙ୍କୁ କରୋନା ହୋଇଥିବ କହି ରାତି ଅଧରେ ତଡ଼ି ଦେବା ପରେ ମହିଳାଜଣକ ଦୟନୀୟ ପରିସ୍ଥିତିରେ ବସ୍‌ଷ୍ଟାଣ୍ଡରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ମା’ ଓ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ସବୁବେଳେ ଡେଙ୍ଗୁରା ପିଟୁଥିବା ବେଳେ ସ୍ୱାସ୍ଥ୍ୟ ସେବାର ଏପରି କରୁଣ ଚିତ୍ର ଦେଖିବାକୁ […]

nayagrah-1-1

Niharika Rout
  • Published: Wednesday, 29 July 2020
  • , Updated: 29 July 2020, 02:35 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କରୋନା ଆଳରେ ଅଣକୋରନା ରୋଗୀଙ୍କୁ ଅଣଦେଖା ନ କରିବାକୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସତ୍ତ୍ୱେ ପ୍ରସବ ନିମନ୍ତେ ମେଡିକାଲ ଯାଇଥିବା ଜଣେ ଗର୍ଭବତୀଙ୍କୁ କରୋନା ହୋଇଥିବ କହି ରାତି ଅଧରେ ତଡ଼ି ଦେବା ପରେ ମହିଳାଜଣକ ଦୟନୀୟ ପରିସ୍ଥିତିରେ ବସ୍‌ଷ୍ଟାଣ୍ଡରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ମା’ ଓ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ସବୁବେଳେ ଡେଙ୍ଗୁରା ପିଟୁଥିବା ବେଳେ ସ୍ୱାସ୍ଥ୍ୟ ସେବାର ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରାଜ ସୁନାଖଳା ବସ୍‌ ଷ୍ଟାଣ୍ଡରେ।

ପ୍ରସୂତି ଜଣକ ହେଉଛନ୍ତି ରଣପୁର ବ୍ଲକ ଗୁଣ୍ଡୁରିଆ ଗାଁ ର ହାଇଦର ଖାଁ ଙ୍କ ପତ୍ନୀ  ମୟୁରୁମ ବିବି । ଘରେ କେହି ନ ଥିବା ବେଳେ ଗତ କାଲି ମୟୁରୁମଙ୍କ ପ୍ରସବ ବେଦନା ହୋଇଥିଲା। ଫଳରେ ସେ ନିଜେ ଫୋନ କରି 102 ଆମ୍ବୁଲାନ୍ସକୁ ଡାକିଥିଲେ। ଏହାପରେ ନିଜ ୧୦ ବର୍ଷ ର ଝିଅ ସହ ରାଜ ସୁନାଖଳା ମାତୃ ଶିଶୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ।  ସେଠାରେ ଡାକ୍ତର ନ ଥିଲେ। କରୋନା ହୋଇଥିବ କହି ତାଙ୍କୁ ଗତ ରାତିରେ କର୍ମଚାରୀ ମେଡିକାଲରୁ ତଡି ଦେଇଥିବା କହିଛନ୍ତି ମୟୁରୁମ ।

ଏତେ ରାତିରେ କ’ଣ କରିବେ ଭାବି ପ୍ରାୟ ୧ କି.ମି. ଚାଲି ଚାଲି ବସ ଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରେ ସେ ସକାଳୁ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ଉକ୍ତ ସମୟରେ ତାଙ୍କ ନିକଟରେ ନିଜ ୧୦ ବର୍ଷର ଝିଅ ଛଡ଼ା ଆଉ କେହି ନ ଥିଲେ। ଏତିକିରେ ସରି ନ ଥିଲା ତାଙ୍କ ଦୁର୍ଦ୍ଦଶା। ଛୁଆ ଓ ମା’କୁ ବାନ୍ଧି ରଖିଥିବା ନାହି ନାଡ଼ କାଟିବା ପାଇଁ ମହିଳାଜଣକ ବିକଳରେ ବ୍ଲେଡ଼ ମାଗୁଥିଲେ ମଧ୍ୟ ଶୁଣିବାକୁ କାହା ପାଖରେ ସମୟ ନ ଥିଲା।

ଖବର ପାଇ ଘଟଣାସ୍ଥଳରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି କାଳ ବିଳମ୍ବ ନ କରି 108 ଆମ୍ବୁଲାନ୍ସକୁ ଡାକିଥିଲେ । ଆମ୍ବୁଲାନ୍ସ କର୍ମଚାରୀ ନାହି ନାଡ଼ କାଟିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ମା’ ଛୁଆଙ୍କୁ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ମା’ ଝିଅ ସୁସ୍ଥ ଥିବା ଜଣାଯାଇଛି।

Related story