କୋଭିଡ୍ ଡ୍ୟୁଟିରେ ନିୟୋଜିତ ହେବେ ଡାକ୍ତରୀ ଛାତ୍ର, ହୋମିଓପ୍ୟାଥି ଓ ଆୟୁଷ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦ହଜାର ଛୁଇଁଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। କୋଭିଡ୍‌-୧୯ ମହାମାରୀର ସଫଳ ମୁକାବିଲା ପାଇଁ ଡାକ୍ତରୀ ଛାତ୍ରଙ୍କ ସମେତ ହୋମିଓପ୍ୟାଥି ଓ ଆୟୁଷ ଡାକ୍ତରମାନଙ୍କୁ କୋଭିଡ୍ ଚିକିତ୍ସାରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି […]

covid19

covid19

Ordigital Desk
  • Published: Friday, 07 May 2021
  • Updated: 07 May 2021, 10:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦ହଜାର ଛୁଇଁଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। କୋଭିଡ୍‌-୧୯ ମହାମାରୀର ସଫଳ ମୁକାବିଲା ପାଇଁ ଡାକ୍ତରୀ ଛାତ୍ରଙ୍କ ସମେତ ହୋମିଓପ୍ୟାଥି ଓ ଆୟୁଷ ଡାକ୍ତରମାନଙ୍କୁ କୋଭିଡ୍ ଚିକିତ୍ସାରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏନେଇ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଓଡ଼ିଶା ହୋମିଓପ୍ୟାଥି ମେଡିକାଲ ସର୍ଭିସ କ୍ୟାଡ଼ର(ଓଏଚଏମଏସ), ଓଡ଼ିଶା ମେଡିକାଲ ଏଜୁକେସନ୍ ସର୍ଭିସ(ଓଏମଇଏସ) କ୍ୟାଡ଼ର, ଆୟୁଷ, ଦନ୍ତ ସର୍ଜନ, ସମସ୍ତ ପିଜି ଡାକ୍ତର, ପୋଷ୍ଟ ପିଜି ଡାକ୍ତର, ଇଣ୍ଟର୍ଣ୍ଣସ୍ , ସମସ୍ତ ଶେଷବର୍ଷର ଛାତ୍ରଛାତ୍ରୀ ସମେତ ନର୍ସିଂ ଓ ପାରାମେଡିକାଲ କର୍ମଚାରୀମାନଙ୍କୁ ଅସ୍ଥାୟୀ ଭାବେ ରାଜ୍ୟ ପୁଲ୍‌କୁ ଆଣିଛନ୍ତି। କୋଭିଡ୍‌-୧୯ ମହାମାରୀର ସଫଳ ମୁକାବିଲା ଓ ପରିଚାଳନା ନିମନ୍ତେ ଆବଶ୍ୟକତା ଅନୁସାରେ ଏହି ଡାକ୍ତରୀ ଛାତ୍ର ଓ ଡାକ୍ତରମାନଙ୍କୁ ନିୟୋଜିତ କରିବେ। ଏହି ନିର୍ଦ୍ଦେଶନାମା ତତ୍କାଳ ପ୍ରଭାବରୁ କାର୍ଯ୍ୟକ୍ଷମ ହେଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ କୋଭିଡ୍ ପରିସ୍ଥିତିର ସମୀକ୍ଷାବେଳେ ଡାକ୍ତରୀ ଛାତ୍ରମାନଙ୍କୁ କୋଭିଡ୍ ଚିକିତ୍ସା ଡ୍ୟୁଟିରେ ନିୟୋଜିତ କରିବା ପାଇଁ ବିଚାରବିମର୍ଶ ଚାଲିଥିଲା। ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ଏଡ଼ାଇବା ପାଇଁ ସରକାର ଏହି ନୂଆ ରଣନୀତି ଆପଣାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos