ଜୁନିୟର ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କଲା ହାଉସ୍‌ ସର୍ଜନ ଓ ସିନିୟର ରେସିଡେଣ୍ଟ ସଂଘ

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡ଼ିକାଲ ସବୁବେଳେ ବିବାଦ ଘେରରେ ରହିଥାଏ। କେତେ ବେଳେ ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ତ ଆଉ କେତେବେଳେ ରୋଗୀଙ୍କୁ ଡାକ୍ତରଙ୍କ ମାଡ଼। ଏଥର ୟୁରୋଲୋଜି ବିଭାଗର ମୁଖ୍ୟଙ୍କ ନିଲମ୍ୱନ ଦାବିରେ ଜୁନିୟର ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ଯାହାଫଳରେ ରୋଗୀ ସେବା ଏକ ପ୍ରକାର ପ୍ରଭାବିତ ହୋଇଛି। ଏସ୍‌ସିବି ୟୁରୋଲୋଜି ବିଭାଗର ମୁଖ୍ୟଙ୍କ ନିଲମ୍ୱନ ଦାବିରେ ଜୁନିୟର ଡାକ୍ତର ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ସମର୍ଥନ […]

medical student protest in scb medical

Rakesh Mallick
  • Published: Sunday, 25 February 2018
  • , Updated: 25 February 2018, 04:51 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡ଼ିକାଲ ସବୁବେଳେ ବିବାଦ ଘେରରେ ରହିଥାଏ। କେତେ ବେଳେ ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ତ ଆଉ କେତେବେଳେ ରୋଗୀଙ୍କୁ ଡାକ୍ତରଙ୍କ ମାଡ଼। ଏଥର ୟୁରୋଲୋଜି ବିଭାଗର ମୁଖ୍ୟଙ୍କ ନିଲମ୍ୱନ ଦାବିରେ ଜୁନିୟର ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ଯାହାଫଳରେ ରୋଗୀ ସେବା ଏକ ପ୍ରକାର ପ୍ରଭାବିତ ହୋଇଛି।

ଏସ୍‌ସିବି ୟୁରୋଲୋଜି ବିଭାଗର ମୁଖ୍ୟଙ୍କ ନିଲମ୍ୱନ ଦାବିରେ ଜୁନିୟର ଡାକ୍ତର ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ସମର୍ଥନ କରି ଆଜି ଏଥିରେ ସାମିଲ ହୋଇଛନ୍ତି ହାଉସ୍‌ସର୍ଜନ ଓ ସିନିଅର ରେସିଡେଣ୍ଟ ସଂଘ। ଆଜିଠାରୁ ୧୫୦ ଜଣ ହାଉସ୍‌ସର୍ଜନ ଓ ୧୬୦ ଜଣ ସିନିଅର ରେସିଡେଣ୍ଟ ଛାତ୍ରଛାତ୍ରୀ ସାମୂହିକ ଛୁଟିରେ ଯାଇଛନ୍ତି। ଯାହାଦ୍ୱାରା ମେଡ଼ିକାଲରେ ସ୍ୱାସ୍ଥ୍ୟ ସେବା ପ୍ରକାର ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଶିଶୁ ଭବନରେ ରୋଗୀ ଚିକିତ୍ସା ପାଇଁ ଡାକ୍ତର ଅଭାବ ଦେଖାଦେବାରୁ ଉତ୍ତେଜନା ପ୍ରକାଶ ପାଇଛି।

Related story