କୋଭିଡ ଡ୍ୟୁଟି ପାଇଁ ଯାଉଥିଲେ ଡାକ୍ତରୀ ଛାତ୍ରଛାତ୍ରୀ, ଗଛରେ ପିଟି ହେଲା ବସ୍‌

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କୋଭିଡ ଡ୍ୟୁଟି ନିମନ୍ତେ କଟକ SCBରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ବସ୍‌ ନୟାଗଡ଼ରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗତ କାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗତକାଲି କଟକ SCBରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗିର ଅଭିମୁଖେ ଏକ ବସ୍‌ ଯାଉଥିଲା। ବିଳମ୍ବିତ ରାତିରେ […]

accident

accident

Niharika Rout
  • Published: Saturday, 08 May 2021
  • Updated: 08 May 2021, 02:38 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କୋଭିଡ ଡ୍ୟୁଟି ନିମନ୍ତେ କଟକ SCBରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ବସ୍‌ ନୟାଗଡ଼ରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗତ କାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ଗତକାଲି କଟକ SCBରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗିର ଅଭିମୁଖେ ଏକ ବସ୍‌ ଯାଉଥିଲା। ବିଳମ୍ବିତ ରାତିରେ ବସ୍‌ଟି ନୟାଗଡ଼ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ବାଣିଗୋଛା ଥାନା ଦୁର୍ଗାପ୍ରସାଦଠାରେ ଏକ ଗଛରେ ପିଟିହେଲା ବସ୍‌। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଇ ଥିବା ବେଳେ ଅନ୍ୟ ଏକ ଗାଡି ରେ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ବଲାଙ୍ଗୀର ଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos