ଔଷଧ ଦୋକାନ ବନ୍ଦ, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଭୁବନେଶ୍ୱର: ଔଷଧ ଦୋକାନୀଙ୍କ ଧର୍ମଘଟ ଯୋଗୁଁ ଗତକାଲି ମଧ୍ୟରାତ୍ରିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ମେଡିସିନ୍ ଦୋକାନ ବନ୍ଦ ରହିଛି। ଫଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ  ହୋଇଛି। ଏହି ଆନ୍ଦୋଳନରେ ରାଜ୍ୟର ପ୍ରାୟ ୧୭ ହଜାର ଔଷଧ ଦୋକାନୀ ସାମିଲ ହୋଇଛନ୍ତି।  ଅନଲାଇନରେ ମେଡିସିନ୍ ବିକ୍ରି ବନ୍ଦ, କେନ୍ଦ୍ର ସରକାରଙ୍କ ଇ-ପୋର୍ଟାଲ ବ୍ୟବସ୍ଥାକୁ ବିରୋଧ ଆଦି ୫ଟି ଦାବିରେ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଏହି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛି। ଫଳରେ ଦୋକାନୀମାନେ […]

mm

Rakesh Mallick
  • Published: Tuesday, 30 May 2017
  • , Updated: 30 May 2017, 09:11 PM IST

ଭୁବନେଶ୍ୱର: ଔଷଧ ଦୋକାନୀଙ୍କ ଧର୍ମଘଟ ଯୋଗୁଁ ଗତକାଲି ମଧ୍ୟରାତ୍ରିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ମେଡିସିନ୍ ଦୋକାନ ବନ୍ଦ ରହିଛି। ଫଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ  ହୋଇଛି। ଏହି ଆନ୍ଦୋଳନରେ ରାଜ୍ୟର ପ୍ରାୟ ୧୭ ହଜାର ଔଷଧ ଦୋକାନୀ ସାମିଲ ହୋଇଛନ୍ତି।  ଅନଲାଇନରେ ମେଡିସିନ୍ ବିକ୍ରି ବନ୍ଦ, କେନ୍ଦ୍ର ସରକାରଙ୍କ ଇ-ପୋର୍ଟାଲ ବ୍ୟବସ୍ଥାକୁ ବିରୋଧ ଆଦି ୫ଟି ଦାବିରେ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଏହି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛି। ଫଳରେ ଦୋକାନୀମାନେ ଗତକାଲି ମଧ୍ୟରାତ୍ରିରୁ  ଔଷଧ ଦୋକାନ ବନ୍ଦ ରଖି ଆନ୍ଦୋଳନ ଚଳାଇଛନ୍ତି।  କିନ୍ତୁ କଟକ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ  ଆସୋସିଏସନ୍ ଏହି ଆନ୍ଦୋଳନରେ ସାମିଲ ହୋଇନାହିଁ । ଧର୍ମଘଟର ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି।  ୨ ଦିନ ପାଇଁ ସବୁ ପ୍ରକାର ଜରୁରୀ ଔଷଧ ମହଜୁଦ୍ ରଖିବାକୁ  ସବୁ ଜିଲ୍ଲାର ସିଡିଏମ୍ଓ, ସିଏମ୍ଓ ଓ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Related story