ରୋଗୀ ପାଉନାହାନ୍ତି, କିନ୍ତୁ ମେଡ଼ିକାଲ୍‌ ପଛରେ ଫିଙ୍ଗା ଯାଉଛି ଲକ୍ଷ ଲକ୍ଷ ଟଙ୍କାର ମେଡିସିନ୍‌

ଜଳେଶ୍ୱର (ଅଜିତ ଦାସ): ରୋଗୀଙ୍କୁ ସରକାର ମାଗଣାରେ ଔଷଧ ଯୋଗାଉଛନ୍ତି। ହେଲେ ଏହି ଔଷଧ ରୋଗୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ମାତ୍ର ପରବର୍ତ୍ତୀ ସମୟରେ ସେହି ମେଡ଼ିସିନ୍‌କୁ ଡାକ୍ତରଖାନା ପଛପଟେ ଫିଙ୍ଗି ଦିଆଯାଉଛି। ଆଜି ଏପରି ଚିତ୍ର ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ବୁଦ୍ଧଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବାଲେଶ୍ୱର-ମୟୂରଭଞ୍ଜ ସୀମାରେ ରହିଛି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଏହି ଡାକ୍ତରଖାନା ଉପରେ ଦୁଇ ଜିଲ୍ଲାର ପ୍ରାୟ ୫୦ ହଜାର ଲୋକ ନିର୍ଭର କରୁଛନ୍ତି। […]

basta-medical

basta-medical

Manoranjan Sial
  • Published: Thursday, 15 November 2018
  • Updated: 15 November 2018, 05:49 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ରୋଗୀଙ୍କୁ ସରକାର ମାଗଣାରେ ଔଷଧ ଯୋଗାଉଛନ୍ତି। ହେଲେ ଏହି ଔଷଧ ରୋଗୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ମାତ୍ର ପରବର୍ତ୍ତୀ ସମୟରେ ସେହି ମେଡ଼ିସିନ୍‌କୁ ଡାକ୍ତରଖାନା ପଛପଟେ ଫିଙ୍ଗି ଦିଆଯାଉଛି। ଆଜି ଏପରି ଚିତ୍ର ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ବୁଦ୍ଧଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ବାଲେଶ୍ୱର-ମୟୂରଭଞ୍ଜ ସୀମାରେ ରହିଛି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଏହି ଡାକ୍ତରଖାନା ଉପରେ ଦୁଇ ଜିଲ୍ଲାର ପ୍ରାୟ ୫୦ ହଜାର ଲୋକ ନିର୍ଭର କରୁଛନ୍ତି। ପ୍ରତିଦିନ ଆସୁଥିବା ରୋଗୀଙ୍କ ପାଇଁ  ଡାକ୍ତର ସରକାରୀ ଔଷଧ ଲେଖିବା ପରିବର୍ତ୍ତେ ବଜାରରେ ମିଳୁଥିବା ମେଡିସିନ୍‌ର ଚିଠା ଧରାଉଛନ୍ତି ! ଜୀବନ ବଞ୍ଚାଇବା ପାଇଁ ଧାର ଉଧାର କରି ରୋଗୀମାନେ ଔଷଧ ଦୋକାନରୁ ପ୍ରାଇଭେଟ୍‌ କମ୍ପାନୀର ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି।

ହେଲେ ମେଡିକାଲ୍‌ କର୍ତ୍ତୃପକ୍ଷ ଲକ୍ଷ ଲକ୍ଷ ଟଙ୍କାର ଔଷଧ ମେଡ଼ିକାଲ୍‌ ପଛପଟେ ଫିଙ୍ଗି ଦେଉଛନ୍ତି। ଯେଉଁଥିରେ ଆଇରନ୍‌ ବଟିକା, ଇଞ୍ଜେକ୍‌ସନ୍‌, ସିରପ୍‌ ଓ ଅନ୍ୟାନ୍ୟ ଦାମୀ ଔଷଧ ରହିଛି। ଅବଶ୍ୟ ତାହା ସମୟ ଅତିକ୍ରାନ୍ତ (ଏକ୍ସପାୟାରୀ) ହୋଇଯାଇଥିବା ମେଡିସିନ୍‌ ବୋଲି ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ହେବ ବୋଲି ମେଡିକାଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ୍ସପାୟାରୀ ହୋଇଯାଇଥିବା ମେଡିସିନ୍‌ ଗୁଡ଼ିକ ମେଡିକାଲ୍‌ କର୍ତ୍ତୃପକ୍ଷ ଗାତ ଖୋଳି ପୋତିଦେବା କଥା। ମାତ୍ର ମେଡ଼ିକାଲ୍‌ କର୍ତ୍ତୃପକ୍ଷ ତାହା ନକରି ଫାଙ୍କାରେ ଫିଙ୍ଗି ଦେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos