ଲୁଟ୍‌ ହୋଇଗଲା ବିଦେଶ ଚାକିରିର ସ୍ୱପ୍ନ: ଥାନାରେ ଫେରାଦ ହେଲେ ଯୁବକ

ଖୋର୍ଦ୍ଧା: ଦୁବାଇରେ ଚାକିରି ଦେବାକୁ କହି ଖୋର୍ଦ୍ଧା ମକରନ୍ଦପୁର ଅଞ୍ଚଳରେ ଜାଲ୍‌ କନସଲଟାନ୍ସି ସଂସ୍ଥା ଠକି ନେଇ ୩୦ ଲକ୍ଷ ଟଙ୍କା। ୨୦୦ ବେକାର ଯୁବକ ଏହି ଠକାମୀରେ ଶିକାର ହୋଇଛନ୍ତି। ଏପରିକି ଉକ୍ତ ଠକ ସଂସ୍ଥା ଆଶାୟୀଙ୍କ ପାସ୍‌ପୋର୍ଟ ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି। ମୁକୁନ୍ଦପ୍ରସାଦରେ ମେଗା ମ୍ୟାନପାଓ୍ୱାର କନସଲଟାନ୍ସି ନାଁରେ ଏକ କନ୍‌ସଲଟାନ୍ସି ଖୋଲିଥିଲା। ଏହି ସଂସ୍ଥା ଦୁବାଇରେ ଚାକିରି ଦେବାକୁ କହି ବାଣପୁର, ବାଲୁଗାଁ ଓ ଗଞ୍ଜାମ ଜିଲ୍ଲାର ଯୁବକଙ୍କଠାରୁ ଟଙ୍କା […]

khurda

Rakesh Mallick
  • Published: Thursday, 04 May 2017
  • , Updated: 04 May 2017, 06:59 PM IST

ଖୋର୍ଦ୍ଧା: ଦୁବାଇରେ ଚାକିରି ଦେବାକୁ କହି ଖୋର୍ଦ୍ଧା ମକରନ୍ଦପୁର ଅଞ୍ଚଳରେ ଜାଲ୍‌ କନସଲଟାନ୍ସି ସଂସ୍ଥା ଠକି ନେଇ ୩୦ ଲକ୍ଷ ଟଙ୍କା। ୨୦୦ ବେକାର ଯୁବକ ଏହି ଠକାମୀରେ ଶିକାର ହୋଇଛନ୍ତି। ଏପରିକି ଉକ୍ତ ଠକ ସଂସ୍ଥା ଆଶାୟୀଙ୍କ ପାସ୍‌ପୋର୍ଟ ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି।

ମୁକୁନ୍ଦପ୍ରସାଦରେ ମେଗା ମ୍ୟାନପାଓ୍ୱାର କନସଲଟାନ୍ସି ନାଁରେ ଏକ କନ୍‌ସଲଟାନ୍ସି ଖୋଲିଥିଲା। ଏହି ସଂସ୍ଥା ଦୁବାଇରେ ଚାକିରି ଦେବାକୁ କହି ବାଣପୁର, ବାଲୁଗାଁ ଓ ଗଞ୍ଜାମ ଜିଲ୍ଲାର ଯୁବକଙ୍କଠାରୁ ଟଙ୍କା ନେଇଥିଲା। ଏପରିକି କେତେକ ଆଶାୟୀଙ୍କଠାରୁ ବିମାନ ଟିକେଟ ବାବଦକୁ ୨୯,୬୦୦ ଟଙ୍କା ଲେଖାଏଁ ଆଗୁଆ ନେଇଥିଲା। ମାତ୍ର ଆଜି ଅଫିସ୍‌ ସାଇନ୍‌ ବୋର୍ଡ ନଥିବା ଦେଖି ଆଶାୟୀମାନେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story