କଟକ(ଓଡ଼ିଶା ରିପୋର୍ଟର):ଧୁମଧଡ଼ାକ ଗୀତ ସାଙ୍ଗକୁ ଜବରଦସ୍ତ ଡ୍ୟାନ୍ସରେ ଉଚ୍ଛୁଳିବ ପରିବେଶ। ଦୁଲୁକିବ ପୂଜା ମଣ୍ଡପ। ମତୁଆଲା ହେବେ ଦର୍ଶକ। କାରଣ ଆଗକୁ ଆସୁଛି ଦଶହରା। ତେଣୁ ତା’ପୂର୍ବରୁ ଆରମ୍ଭ ହୋଇଛି ସଜବାଜ। ଗୋଟିଏ ପରେ ଗୋଟିଏ ସୁମଧୁର ଗୀତ ଅଭ୍ୟାସରେ ଲାଗିପଡ଼ିଛନ୍ତି କଳାକାର।
ଲୟ ଓ ତାଳ ସହ ଆଗେଇ ଚାଲିଛି ପ୍ରୟାସ। ରାତିଦିନ ଏକ କରି ଦର୍ଶକଙ୍କ ମନୋରଞ୍ଜନ ଖୁରାକ ଯୋଗାଇବାରେ ଯେମିତି କେଉଁଠି କିଛି କମ୍ ନ ରୁହେ ସେଥିପାଇଁ ମେଲୋଡ଼ି ପାର୍ଟି ଗୁଡ଼ିକ ଆଗୁଆ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏଥିପାଇଁ କଟକର ବିଭିନ୍ନ ମେଲୋଡ଼ି ପାର୍ଟିଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି। କଟକର ବାଦାମବାଡ଼ି, ଦୋଳମୁଣ୍ଡାଇ, ପାଲାମଣ୍ଡପ ଆଦି ଅଞ୍ଚଳର ମେଲୋଡ଼ି ପାର୍ଟି ଗୁଡ଼ିକ ପକ୍ଷରୁ ଏଥିପାଇଁ ଅଭ୍ୟାସକୁ ଜୋରଦାର କରାଯାଇଛି।
ହାତରେ କମ୍ ସମୟ ଥିବାରୁ ଅଭ୍ୟାସ ପାଇଁ କଳାକାରମାନେ ଲାଗିପଡ଼ିଛନ୍ତି। ଚଳିତ ବଜାରରେ ହିନ୍ଦୀ ଗୀତ ଅପେକ୍ଷା ଓଡ଼ିଆ ଆଇଟମ୍ ଏବଂ ସମ୍ବଲପୁରୀ ଗୀତ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିପାରିବ ବୋଲି କଳାକାର ଆଶା ରଖିଛନ୍ତି। ସେହିପରି ଦର୍ଶକଙ୍କ ଅନୁରୋଧକୁ ଆଖି ଆଗରେ ରଖି ନୂଆ ନୂଆ ମନଛୁଆଁ ଗୀତ ସହିତ ଏଭର ଗ୍ରୀନ ଗୀତ ବି ଅଭ୍ୟାସ କରାଯାଉଛି।
https://youtu.be/FoN4RxIrSUw