ପ୍ରିୟାର ପାଦରେ କରୋନା ବେଡ଼ି

ନୀଳଗିରି(ବିଶ୍ୱମ୍ବର ଦାଶ): ତାଙ୍କ ପାଦର ଘୁଙ୍ଗୁର ଛମ ଛମ ହେଲେ ଦୁଲୁକି ଯାଏ ମଞ୍ଚ । ମତୁଆଲା ହୁଅନ୍ତି ଦର୍ଶକେ। ରାତି ହୋଇଯାଏ ରଙ୍ଗିନ୍‌। ହେଲେ କରୋନା ମହାମାରୀ ବେଡ଼ି ହୋଇ ତାଙ୍କ ପାଦକୁ ବାନ୍ଧି ଦେଇଛି। ଆଗ ଭଳି ଆଉ ମଞ୍ଚ ବନ୍ଧାଯାଉନି କି ନାଚଗୀତ ଜମୁନି।  ଆମେ କହୁଛୁ ମେଲୋଡି ଡ୍ୟାନ୍ସ କୁଇନ୍ ପ୍ରିୟା ମହାନ୍ତିଙ୍କ କଥା। ନୃତ୍ୟମାଧ୍ୟମରେ ନିଜ କଳାକୁ ପ୍ରଦର୍ଶନ କରି ଦୁଇ ପଇସା ରୋଜଗାର କରୁଥିବା ପ୍ରିୟା ଏବେ ବେଶାହାରା […]

Untitled-1

Tapas Behera
  • Published: Monday, 15 June 2020
  • , Updated: 15 June 2020, 04:55 PM IST

ନୀଳଗିରି(ବିଶ୍ୱମ୍ବର ଦାଶ): ତାଙ୍କ ପାଦର ଘୁଙ୍ଗୁର ଛମ ଛମ ହେଲେ ଦୁଲୁକି ଯାଏ ମଞ୍ଚ । ମତୁଆଲା ହୁଅନ୍ତି ଦର୍ଶକେ। ରାତି ହୋଇଯାଏ ରଙ୍ଗିନ୍‌। ହେଲେ କରୋନା ମହାମାରୀ ବେଡ଼ି ହୋଇ ତାଙ୍କ ପାଦକୁ ବାନ୍ଧି ଦେଇଛି। ଆଗ ଭଳି ଆଉ ମଞ୍ଚ ବନ୍ଧାଯାଉନି କି ନାଚଗୀତ ଜମୁନି।  ଆମେ କହୁଛୁ ମେଲୋଡି ଡ୍ୟାନ୍ସ କୁଇନ୍ ପ୍ରିୟା ମହାନ୍ତିଙ୍କ କଥା। ନୃତ୍ୟମାଧ୍ୟମରେ ନିଜ କଳାକୁ ପ୍ରଦର୍ଶନ କରି ଦୁଇ ପଇସା ରୋଜଗାର କରୁଥିବା ପ୍ରିୟା ଏବେ ବେଶାହାରା ହୋଇଯାଇଛନ୍ତି। ରୋଜଗାରର ପନ୍ଥା ବନ୍ଦ ହୋଇଯାଇଥିବା ବେଳେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଜୀଇଁବାକୁ ବାଛିଥିବା ରାସ୍ତାରେ ଏବେ ଦୁଃଖର ପାହାଡ଼ ବାଟ ଓଗାଳିଛି । ପ୍ରିୟାଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ।

ଦୁର୍ବିସହ ହୋଇଯାଇଛି ଜୀବନ। ସକାଳ ଠୁଁ ରାତିଯାଏ ପେଟ ପାଇଁ ସଙ୍ଘର୍ଷ କରୁଛନ୍ତି ସେ । ତା’ସାଙ୍ଗକୁ ରୋଗୀଣା ମା’ର ଡାକ୍ତରୀ ଖର୍ଚ୍ଚ ତାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି। ଦଶମ ଶ୍ରେଣୀ ବେଳେ ଅର୍ଥ ଅଭାବ ଯୋଗୁଁ ସେ ପାଠପଢ଼ା ଛାଡି ଅର୍କେଷ୍ଟ୍ରାରେ ସାମିଲ  ହୋଇଥିଲେ ପ୍ରିୟା  । ତେବେ ଦୁଃଖେସୁଖେ ଜୀବନର ଡଙ୍ଗା ଆଗକୁ ବଢ଼ୁଥିବା ବେଳେ ହଠାତ୍ ଦୁଃଖର ଜୁଆର ମାଡ଼ି ଆସିଥିଲା। ମା’ ରୋଗରେ ପଡିଲେ । ଆଉ ପକା କାମ କରିପରିବାର ଚଳାଉଥିବା ବାପା ବି ଆଉ ପାରିଲେ ନାହିଁ। ତେଣୁ ବାପା ମା’ର ଗୋଟିଏ ଝିଅ ନିଜକୁ ପୁଅ ଭୂମିକା ନିଭାଇ ୪ବର୍ଷ ହେଲା ଘର ଚଳାଇ ଆସୁଛନ୍ତି ପ୍ରିୟା।

ଯେହେତୁ ଏବେ କାମ ଦାମ ବନ୍ଦ ଅଛି ଘର ସବୁ କାମ କରି ଫାଙ୍କା ସମୟରେ ନୃତ୍ୟ ଅଭ୍ୟାସ କରୁଛନ୍ତି ପ୍ରିୟା।  ଯେତେବେଳେ ବି ଦୁଃଖର କଥା ମନେପଡିଯାଉଛି ଘର ପାଖ ଷ୍ଟାଡିୟମ ପଡ଼ିଆରେ ଏକୁଟିଆ ବସି ଆଖିରେ ଲୁହ ଗଡାଉଛନ୍ତି ସେ।

Related story