ବଡ଼ବିଲରେ ଉଡ଼ିଲା କେନ୍ଦୁଝର ଜିଲ୍ଲାର ପ୍ରଥମ ସ୍ମାରକୀ ତ୍ରିରଙ୍ଗା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ବଡ଼ବିଲରେ ଉଡ଼ିଛି କେନ୍ଦୁଝର ଜିଲ୍ଲାର ପ୍ରଥମ ସ୍ମାରକୀ ତ୍ରିରଙ୍ଗା। ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିରେଡ (ଜେଏସ୍‌ପିଏଲ୍) ର ପେଲେଟ୍ ପ୍ଲାଣ୍ଟ ପରିସରରେ ଏହି ବିଶାଳ ସ୍ମାରକୀ ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି। ୧୦୦ ଫୁଟ ସ୍ତମ୍ଭ ଉପରେ ଉଡୁଥିବା ଏହି ୩୦ ଫୁଟ୍ ଲମ୍ବ ଏବଂ ୨୦ ଫୁଟ ପ୍ରସ୍ଥର ଜାତୀୟ ପତାକାକୁ କମ୍ପାନୀର ଏକ୍‌ଜିକ୍ୟୁଟିଭ୍ ଡିରେକ୍ଟର ଆଶିଷ କୁମାର, ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଉତ୍ତୋଳନ କରିଛନ୍ତିI ଏହି ଅବସରରେ ଶ୍ରୀ କୁମାର […]

Jspl

Jspl

Ordigital Desk
  • Published: Saturday, 25 November 2017
  • Updated: 25 November 2017, 09:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ବଡ଼ବିଲରେ ଉଡ଼ିଛି କେନ୍ଦୁଝର ଜିଲ୍ଲାର ପ୍ରଥମ ସ୍ମାରକୀ ତ୍ରିରଙ୍ଗା। ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିରେଡ (ଜେଏସ୍‌ପିଏଲ୍) ର ପେଲେଟ୍ ପ୍ଲାଣ୍ଟ ପରିସରରେ ଏହି ବିଶାଳ ସ୍ମାରକୀ ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି। ୧୦୦ ଫୁଟ ସ୍ତମ୍ଭ ଉପରେ ଉଡୁଥିବା ଏହି ୩୦ ଫୁଟ୍ ଲମ୍ବ ଏବଂ ୨୦ ଫୁଟ ପ୍ରସ୍ଥର ଜାତୀୟ ପତାକାକୁ କମ୍ପାନୀର ଏକ୍‌ଜିକ୍ୟୁଟିଭ୍ ଡିରେକ୍ଟର ଆଶିଷ କୁମାର, ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଉତ୍ତୋଳନ କରିଛନ୍ତିI

ଏହି ଅବସରରେ ଶ୍ରୀ କୁମାର କହିଲେ, ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ବଡ଼ବିଲ ପ୍ଲାଣ୍ଟରେ ଏହି ବିଶାଳ ଜାତୀୟ ପତାକାକୁ ଉତ୍ତୋଳନ କରାଯାଇଛି। ମୁଁ ନିଶ୍ଚିତ ଯେ, ଏହି ପତାକାଟି କମ୍ପାନୀର କର୍ମଚାରୀ ମାନଙ୍କ ଭିତରେ ଜାତୀୟତାବୋଧ ସୃଷ୍ଟି କରିବା ସହ ଦେଶ ପାଇଁ ଉତ୍ସର୍ଗୀକୃତ ହେବାକୁ ସେମାନଙ୍କୁ ପ୍ରେରଣା ଯୋଗାଇବ।

 

ଫ୍ଲାଗ୍ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ତତ୍ତ୍ୱାବଧାନରେ ସ୍ଥାପିତ ଏହି ଜାତୀୟ ପତାକାଟି ଓଡ଼ିଶାରେ ତୃତୀୟ। ଏହା ପୂର୍ବରୁ ଏହିଭଳି ଦୁଇଟି ଫ୍ଲାଗ୍‌ପୋଷ୍ଟ ଜେଏସ୍‌ପିଏଲ୍‌ର ଅନୁଗୋଳ ପ୍ଲାଣ୍ଟ ଏବଂ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଛି। ଏଥିସହ ସାରା ଭାରତରେ ଫ୍ଲାଗ୍ ପୋଷ୍ଟ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ତରଫରୁ ସ୍ଥାପନ କରାଯାଇଥିବା ସ୍ମାରକୀ ପତାକା ସଂଖ୍ୟା ୬୮ରେ ପହଞ୍ଚିଛି।

ଏହି ଉତ୍ସବରେ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ଜି.ସୁରେଶା ତ୍ରିରଙ୍ଗାର ମହତ୍ୱ ସଂପର୍କରେ ଗୁରୁତ୍ୱ ଦେଇ କହିଥିଲେ ଯେ, ମୋର ସଂପୂର୍ଣ୍ଣ ବିଶ୍ୱାସ, ଜାତୀୟ ଏକତା ଓ ଜାତୀୟ ସଂହତି ଆମ ଦେଶକୁ ସମୃଦ୍ଧଶାଳୀ କରିବାରେ ସହାୟକ ହୋଇପାରିବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ପ୍ଲାଣ୍ଟର କମର୍ସିଆଲ୍ ମୁଖ୍ୟ ଏସ୍‌.କେ.ଅଗ୍ରୱାଲ, ଫାଇନାନ୍ସ ମୁଖ୍ୟ ମାନସ ଦାଶ, ମେକାନିକାଲ୍ ମୁଖ୍ୟ ଭି.ସି.ଏସ୍.ରାଓ ଏବଂ ମାନବ ସମ୍ବଳ ମୁଖ୍ୟ ବି.ବି.ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos