ପିପିଇ କିଟ୍‌ ପିନ୍ଧି ରାସ୍ତାରେ ବୁଲୁଥିଲେ, ବଙ୍ଗଳାରେ କଥା କହୁଥିଲେ

ମୋହନା(ମିହୀର ଜତି): ପିପିଇ କିଟ୍‌ ପିନ୍ଧି ଜଣେ ମହିଳା ରାସ୍ତାରେ ଘୂରି ବୁଲୁଛନ୍ତି। ଆଉ ମଝିରେ ମଝିରେ ବଙ୍ଗଳା ଭାଷାରେ ନିଜକୁ ନିଜେ କଣ କହୁଛନ୍ତି। ରାସ୍ତାରେ ଯାଉଥିବା ଲୋକଙ୍କ ହାତ ଧରି ପକାଇ କଣ ଗୋଡାଏ କହି ପକାଉଛନ୍ତି। ଆଜି ଏପରି ଚିତ୍ର ମୋହନାରେ ଦେଖିବାକୁ ମିଳିଛି। ପୂରା ଘଟଣାଟି ଏମିତି। ଆଜି ପୂର୍ବାହ୍ନ ୧୧ ହେବ। ବଙ୍ଗଳା ଭାଷାରେ କଥା କହୁଥିବା ଜଣେ ମାନସିକ ବିକାର ଗସ୍ତ ମହିଳା ପିପିଇ କିଟ୍‌ ପିନ୍ଧି ଲୁହାଗୁଡି […]

mohana

mohana

Manoranjan Sial
  • Published: Monday, 17 May 2021
  • Updated: 17 May 2021, 10:23 PM IST

Sports

Latest News

ମୋହନା(ମିହୀର ଜତି): ପିପିଇ କିଟ୍‌ ପିନ୍ଧି ଜଣେ ମହିଳା ରାସ୍ତାରେ ଘୂରି ବୁଲୁଛନ୍ତି। ଆଉ ମଝିରେ ମଝିରେ ବଙ୍ଗଳା ଭାଷାରେ ନିଜକୁ ନିଜେ କଣ କହୁଛନ୍ତି। ରାସ୍ତାରେ ଯାଉଥିବା ଲୋକଙ୍କ ହାତ ଧରି ପକାଇ କଣ ଗୋଡାଏ କହି ପକାଉଛନ୍ତି। ଆଜି ଏପରି ଚିତ୍ର ମୋହନାରେ ଦେଖିବାକୁ ମିଳିଛି।

ପୂରା ଘଟଣାଟି ଏମିତି। ଆଜି ପୂର୍ବାହ୍ନ ୧୧ ହେବ। ବଙ୍ଗଳା ଭାଷାରେ କଥା କହୁଥିବା ଜଣେ ମାନସିକ ବିକାର ଗସ୍ତ ମହିଳା ପିପିଇ କିଟ୍‌ ପିନ୍ଧି ଲୁହାଗୁଡି ଛକରେ ଘୂରି ବୁଲୁଥିଲେ। ନିଜକୁ ନିଜେ କଣ ଗୋଡାଏ କହୁଥିଲେ। ରାସ୍ତାରେ ଯାଉଥିବା ଲୋକଙ୍କ ହାତ ଧରି ପକାଉଥିଲେ। ଆଉ କେତେବେଳେ କାହା ଘରେ ପଶି ଯିବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ମହିଳା ଜଣକ ବ୍ୟବହୃତ ପିପିଇ କିଟ୍‌ ପିନ୍ଧି ଥିବାରୁ କରୋନା ବ୍ୟାପିବା ଭୟ ଲୋକେ କବାଟ କିଳି ଦେଉଥିଲେ।

ପିପିଇ କିଟ୍‌ ପିନ୍ଧି ବହୁଥିବା ମହିଳାଙ୍କ ସମ୍ପର୍କରେ ସ୍ଥାନୀୟ ଲୋକେ ମୋହନା ଅତିରିକ୍ତ ତହସିଲଦାର୍‌ ଆଶିଷ କୁମାର ପ୍ରଧାନଙ୍କୁ ସୂଚନା ଦେଇଥିଲେ। ଅତିରିକ୍ତ ତହସିଲଦାର ଏନେଇ ପୁଲିସ ଓ ମେଡିକାଲ୍‌ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପରେ ପୁଲିସ, ମେଡିକାଲ୍‌ କର୍ମଚାରୀ ଓ ଅତିରିକ୍ତ ତହସିଲଦାର ଲୁହାଗୁଡି ଛକରେ ପହଞ୍ଚିଥିଲେ। ମହିଳା ମେଡିକାଲ୍‌ କର୍ମଚାରୀମାନେ ପିପିଇ କିଟ୍‌ ପିନ୍ଧି ମାନସିକ ବିକାର ଗସ୍ତ ମହିଳାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଏତେ ଶୀଘ୍ର ଧରା ଦେଇନଥିଲା। ଦୁଇ ଘଣ୍ଟାରୁ ଅଧିକ ସମୟର ଧାଁ ଦୌଡ଼ ପରେ ତାକୁ କାବୁ କରି ପିପିଇ କିଟ୍‌ ବାହାର କରାଯାଇଥିଲା। ପରେ ଲୁହାଗୁଡି ଛକ ଓ ଆଖପାଖ ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଥିଲା। ହେଲେ ମହିଳାଙ୍କ ସ୍ୱାବ୍‌ ଟେଷ୍ଟ କରିବା ପରିବର୍ତ୍ତେ ପ୍ରଶାସନ ସେମିତି ଛାଡ଼ି ଦେଇଛି।

ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ଯଦି ସମ୍ପୃକ୍ତ ମହିଳାଙ୍କୁ କରୋନା ହୋଇଥାଏ, ତାହାହେଲେ ପରବର୍ତ୍ତୀ ଅବସ୍ଥା କଣ ହେବ? ସମ୍ପୃକ୍ତ ମହିଳାଙ୍କଠାରୁ କରୋନା ଅନ୍ୟ ଲୋକଙ୍କୁ ବ୍ୟାପିବନି ତ? ଯଦି ବ୍ୟାପେ, ସମ୍ପୃକ୍ତ ମହିଳା ସୁପର ଷ୍ଟ୍ରେଡର ହେବେନି ତ? ପ୍ରଶାସନ ମହିଳାଙ୍କୁ ଛାଡ଼ି ଦେବା ପରେ ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି।

ମାନସିକ ବିକାର ଗସ୍ତ ମହିଳା ଜଣକ ପିପିଇ କିଟ୍‌ ପାଇଲେ କେଉଁଠୁ? ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ଦିନ ତଳେ ଗୋଟିଏ ଆମ୍ୱୁଲାନ୍ସରେ ଦୁଇ କର୍ମଚାରୀ ଆସି ସେଠାରେ ପିପିଇ କିଟ୍‌ ପକାଇ ପଳାଇ ଯାଇଥିଲେ। ସେହି ଦିନଠାରୁ ସେଠାରେ ପିପିଇ କିଟ୍‌ ପଡ଼ିଥିଲା। ସେଥିରୁ ହଳେ ପିପିଇ କିଟ୍‌ ମାନସିକ ବିକାର ଗସ୍ତ ମହିଳା ଜଣକ ପିନ୍ଧି ଥିବା ବେଳେ ଆଉ ହଳେ ସେମିତି ରାସ୍ତା ପାର୍ଶ୍ୱରେ ପଡ଼ି ରହିଛି। ଆଜି ମେଡିକାଲ୍‌ ଟିମ୍‌ ଉକ୍ତ ପିପିଇ କିଟ୍‌କୁ ଜବତ କରିଛି।

https://youtu.be/fIEBWDddmvQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos