ରୋଜଗାର ଦେଲାନି ରାଷ୍ଟ୍ରବାଦ!

ଦେବେନ୍ଦ୍ର ପୃଷ୍ଟି ରାଷ୍ଟ୍ରବାଦ ଓ ଦେଶପ୍ରେମ। ଏ ଦୁଇଟି ପରିକଳ୍ପନା ହେଉଛି ଭାରତୀୟ ଜନତା ପାର୍ଟି ବା ବିଜେପି ରାଜନୀତିର ମୁଖ୍ୟ ଅସ୍ତ୍ର ଓ ଆଧାର। ୨୦୧୪ ନିର୍ବାଚନ ପୂର୍ବରୁ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ସମଗ୍ର ଦେଶରେ ଯେଉଁ ରାଷ୍ଟ୍ରୀୟ ଲହର ସୃଷ୍ଟି କରିଥିଲା ତାହାକୁ ଆଧାର କରି ନରେନ୍ଦ୍ର ମୋଦୀ ସଫଳତାର ସହିତ ଜନମତର ସୁଅକୁ ନିଜ ସପକ୍ଷରେ ନେଇପାରିଥିଲେ। କ୍ଷମତାସୀନ ହେବା ପରେ ବିମୁଦ୍ରାୟନ ଓ ଜିଏସଟି ଭଳି କେତେକ ପ୍ରସଙ୍ଗରେ […]

map

map

Debendra Prusty
  • Published: Friday, 25 October 2019
  • Updated: 25 October 2019, 07:36 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ରାଷ୍ଟ୍ରବାଦ ଓ ଦେଶପ୍ରେମ। ଏ ଦୁଇଟି ପରିକଳ୍ପନା ହେଉଛି ଭାରତୀୟ ଜନତା ପାର୍ଟି ବା ବିଜେପି ରାଜନୀତିର ମୁଖ୍ୟ ଅସ୍ତ୍ର ଓ ଆଧାର। ୨୦୧୪ ନିର୍ବାଚନ ପୂର୍ବରୁ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ସମଗ୍ର ଦେଶରେ ଯେଉଁ ରାଷ୍ଟ୍ରୀୟ ଲହର ସୃଷ୍ଟି କରିଥିଲା ତାହାକୁ ଆଧାର କରି ନରେନ୍ଦ୍ର ମୋଦୀ ସଫଳତାର ସହିତ ଜନମତର ସୁଅକୁ ନିଜ ସପକ୍ଷରେ ନେଇପାରିଥିଲେ। କ୍ଷମତାସୀନ ହେବା ପରେ ବିମୁଦ୍ରାୟନ ଓ ଜିଏସଟି ଭଳି କେତେକ ପ୍ରସଙ୍ଗରେ ତାଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲେ ହେଁ ଅନ୍ତର୍ଜାତୀୟ ସ୍ତରରେ ଭାରତର ଭାବମୂର୍ତ୍ତି ବୃଦ୍ଧି, ତିନ୍‌ ତଲାକ୍‌ ବିରୋଧୀ ଅଧ୍ୟାଦେଶ ଏବଂ ସର୍ଜିକାଲ ଷ୍ଟ୍ରାଇକ୍‌କୁ ଅସ୍ତ୍ର କରି ୨୦୧୯ ନିର୍ବାଚନ ପୂର୍ବରୁ ସମଗ୍ର ଦେଶରେ ପୁଣି ଥରେ ଦେଶପ୍ରେମର ଏକ ଲହର ସୃଷ୍ଟି କରିବାରେ ସଫଳ ହୋଇଥିଲେ ମୋଦୀ। ତାଙ୍କର ବ୍ୟକ୍ତିଗତ ରାଜନୀତିକ ଦକ୍ଷତା, ବାକ୍‌ପଟୁତା, କଠିନ ପରିଶ୍ରମ, ନିଜ ଦଳ ଓ ଦେଶ ପାଇଁ ଏକ ସ୍ୱତନ୍ତ୍ର ଭାବମୂର୍ତ୍ତି ସୃଷ୍ଟି କରିବାର କୌଶଳ ସହିତ କଂଗ୍ରେସର ନୀତି ଓ ନେତୃତ୍ୱ ସଂକଟ ତାଙ୍କୁ ପୁଣି ଥରେ ବିପୁଳ ବିଜୟୀ ହେବାର ଗୌରବ ଆଣିଦେଲା। ତାଙ୍କର ପ୍ରଥମ ଦଫା କାର୍ଯ୍ୟକାଳ ମଧ୍ୟରେ ଲୋକମାନଙ୍କୁ ସେ ଦେଇଥିବା ‘ଅଚ୍ଛେ ଦିନ୍‌’ ଓ ‘ସବ୍‌ କା ସାଥ୍‌ ସବ୍‌ କା ବିଶ୍ୱାସ’ର ପ୍ରତିଶ୍ରୁତି ପୂରଣ ହୋଇନଥିଲେ ମଧ୍ୟ ରାଜନୀତିକ ସ୍ତରରେ ସେ ଦେଶର ଅଧିକାଂଶ ଦଳଙ୍କୁ ସାଙ୍ଗରେ ନେବାରେ ସଫଳ ହୋଇଥିଲେ।

୨୦୧୯ ପୂର୍ବରୁ ଓ ପରେ ଏଆଇଏଡିଏମକେ, ବିଜୁ ଜନତା ଦଳ, ସଂଯୁକ୍ତ ଜନତା ଦଳ, ତେଲେଙ୍ଗାନା ରାଷ୍ଟ୍ର ସମିତି ଭଳି ବିଜେପିର ଅନେକ ବିରୋଧୀ ରାଜନୀତିକ ଶକ୍ତିଙ୍କୁ ସେ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ନିଜ ସପକ୍ଷରେ ନେବାରେ ସଫଳ ହୋଇଥିଲେ। ଏହି ସମୟ ମଧ୍ୟରେ ତାଙ୍କ ଦଳ ଗୁଜରାଟ ନିର୍ବାଚନରେ ଅଳ୍ପକେ ପରାଜୟରୁ ବର୍ତ୍ତି ଯାଇଥିଲା ଏବଂ ପଞ୍ଜାବ, ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ହାରିଥିଲା। ଗୋଆ ଓ ଉତ୍ତରପୂର୍ବାଂଚଳର କେତେକ ରାଜ୍ୟରେ ପ୍ରତିପକ୍ଷଙ୍କୁ ନିଜ ଦଳରେ ସାମିଲ କରି ସରକାର ଗଠନ କରିଥିଲା ବିଜେପି। ହିନ୍ଦୁତ୍ୱବାଦୀ ଓ ପାକିସ୍ତାନ-ବିବାଦୀ ରାଜନୀତିକୁ ଅସ୍ତ୍ର କରି ମୋଦୀ ଓ ତାଙ୍କର ଡାହାଣ ହାତ କୁହାଯାଉଥିବା ଅମିତ ଶାହ ଏଯାଏଁ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି। ସଂପ୍ରତି ଶେଷ ହୋଇଥିବା ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନରେ ସେମାନଙ୍କର ଏହି ସଫଳତା ଦୃଶ୍ୟମାନ ହେଉଥିଲେ ମଧ୍ୟ ବିଜେପିର ଆଶା ଓ ଆକଳନ ଅନୁସାରେ ଫଳ ମିଳିନାହିଁ। ଏଥିରୁ ମୋଦୀ, ଶାହ ଓ ସେମାନଙ୍କର କୌଶଳ ନିର୍ଦ୍ଧାରଣକାରୀ ଦଳଙ୍କୁ ଅନେକ ଶିକ୍ଷା ଓ ସଂକେତ ମିଳିଛି। ତାହା ସେମାନେ ଗ୍ରହଣ କରିବେ କି ନକରିବେ ତା’ ଅବଶ୍ୟ ସେମାନଙ୍କ ଉପରେ ନିର୍ଭର କରେ।

ନିର୍ବାଚନ ପୂର୍ବର ସମସ୍ତ ବିବାଦ ଭୁଲି ବିଜେପି ଓ ଶିବସେନା ପୁଣି ଥରେ ଏକାଠି ଲଢ଼ି ମହାରାଷ୍ଟ୍ରରେ ମେଣ୍ଟର ମାନ ରକ୍ଷା କରିଛନ୍ତି। କିନ୍ତୁ ୨୮୮ ଆସନରୁ ୨୨୦ ଆସନ ହାସଲ କରିବାର ଦୃଢ଼ୋକ୍ତି ଦୁର୍ବଳ ହୋଇଯାଇଛି। ମେଣ୍ଟ ଅଳ୍ପ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଉଭୟ ଦଳର ଆସନ ସଂଖ୍ୟା କମିଛି ଏବଂ ପ୍ରତିପକ୍ଷ କଂଗ୍ରେସ ଓ ଏନସିପି ମେଣ୍ଟର ଆସନ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ହରିଆନାରେ ଦଳର ‘ଅବ୍‌ କି ବାର୍‌ ସତର ପାର୍‌’ ସ୍ଲୋଗାନ ଫସର ଫାଟିଯାଇଛି। ଦଳ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ ସରକାର ଗଠନ ପାଇଁ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଲୋଡ଼ିଛି। ସେଥିପାଇଁ ହତ୍ୟା, ଧର୍ଷଣ ଓ ଦୁର୍ନୀତି ପରି ସଙ୍ଗୀନ ଅଭିଯୋଗରେ ଅଭିଯୁକ୍ତ ଗୋପାଳ କାଣ୍ଡାଙ୍କ ପରି ବିବାଦୀୟ ନେତାଙ୍କ ସହିତ ମଧ୍ୟ ବୁଝାମଣା କରିଛି। ଏହି ନେତା କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲାବଳେ ତାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରିଥିଲେ ବିଜେପି। ଏବେ କ୍ଷମତା ପାଇଁ ତାଙ୍କ ସହିତ ବୁଝାମଣା କରିବା ରାଜନୀତିକ ସ୍ୱାର୍ଥ ଦୃଷ୍ଟିରୁ ଉଚିତ ହୋଇପାରେ ମାତ୍ର ତଦ୍ୱାରା ଦଳର ଭାବମୂର୍ତ୍ତି ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

ଏହି ନିର୍ବାଚନ ପୂର୍ବରୁ ୩୭୦ ଧାରା ଉଚ୍ଛେଦ ନିଷ୍ପତ୍ତି ଜରିଆରେ ସମଗ୍ର ଦେଶରେ ପୁଣି ଥରେ ଦେଶପ୍ରେମର ଜୁଆର ସୃଷ୍ଟି କରିବାରେ ସଫଳ ହୋଇଥିଲେ ମୋଦୀ ଟିମ୍‌। ଏ ଦୁଇ ରାଜ୍ୟ ନିର୍ବାଚନରେ ମଧ୍ୟ ଏହାକୁ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କର ଟିମ୍‌ ଏକ ପ୍ରସଙ୍ଗ କରିଥିଲା। କେବଳ ସେ ଓ ତାଙ୍କର ସହଯୋଗୀମାନେ ନୁହନ୍ତି ଉଭୟ ମହାରାଷ୍ଟ୍ର ଓ ହରିଆନାର ସ୍ଥାନୀୟ ନେତାମାନେ ମଧ୍ୟ ସ୍ଥାନୀୟ ସମସ୍ୟାକୁ ପଛରେ ପକାଇ ୩୭୦ ଧାରା, କାଶ୍ମୀର, ପାକିସ୍ତାନ ଆଦିକୁ ପ୍ରସଙ୍ଗ କରିଥିଲେ। ଏପରିକି ରାମ ମନ୍ଦିର ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟ ଆସି ନଥିଲେ ସୁଦ୍ଧା ବିଜେପି ନେତାମାନେ ନଭେମ୍ବରରୁ ମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ପ୍ରଚାର କରି ହିନ୍ଦୁତ୍ୱ ଭୋଟ ଏକାଠି କରିବାକୁ ଉଦ୍ୟମ କରିଥିଲେ। ଏସବୁ ସତ୍ତ୍ୱେ ଏ ଦୁଇ ରାଜ୍ୟର ଜନାଦେଶରେ ବିଜେପିର ଲୋକସଭା ବିଜୟ ଧାରା ପ୍ରତିଫଳିତ ହୋଇନାହିଁ। ଯାହା ଜଣାପଡ଼ୁଛି ମୋଦୀ ଓ ତାଙ୍କ ବିଜେପିର ରାଷ୍ଟ୍ରବାଦ ଓ ଦେଶପ୍ରେମ ସପକ୍ଷରେ ଏହି ଭୋଟ ଯାଇନାହିଁ। ବରଂ ଏ ଦୁଇ ରାଜ୍ୟର ଲୋକମାନେ ରୋଜଗାର ଓ ଅନ୍ୟାନ୍ୟ ସ୍ଥାନୀୟ ଓ ଆଂଚଳିକ ସମସ୍ୟା ଆଧାରରେ ଭୋଟ ଦେଇଛନ୍ତି। ବିଶେଷକରି ହରିଆନା, ଯେଉଁଠି ପ୍ରାୟ ପ୍ରତି ଗାଁରେ ଭାରତୀୟ ସେନାର ଉପସ୍ଥିତି ରହିଛି ଯେଉଁଥିପାଇଁ ପଞ୍ଜାବ ପରି ହରିଆନାକୁ ମଧ୍ୟ ସୈନିକଙ୍କ ରାଜ୍ୟ ବୋଲି କୁହାଯାଏ, ସେଠାରେ ବିଜେପିର ରାଷ୍ଟ୍ରବାଦ ଓ ଦେଶପ୍ରେମ ଫିକା ପଡ଼ିବା ଦଳର ନୀତି ନିର୍ଦ୍ଧାରକଙ୍କ ପାଇଁ ଚିନ୍ତାର ଖୋରାକ ଯୋଗାଇବ ନିଶ୍ଚୟ।

ଏକଥା ସତ ଯେ ଭାରତ ଭଳି ଏକ ବିବିଧ ଭାଷା, ସଂସ୍କୃତି, ଧର୍ମ ଓ ଜୀବନାଦର୍ଶର ଦେଶର ଜନ ସାଧାରଣଙ୍କୁ ରାଷ୍ଟ୍ରୀୟ ଭାବନାରେ ଏକଜୁଟ ରଖିବାକୁ ହେଲେ ସର୍ଜିକାଲ ଷ୍ଟ୍ରାଇକ୍‌, କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ, ପାକିସ୍ତାନର ସୀମାପାର ଆତଙ୍କବାଦ ପରି କିଛି ରାଷ୍ଟ୍ରୀୟ ପ୍ରସଙ୍ଗ ଆବଶ୍ୟକ। ରହିଛି। କିନ୍ତୁ ଏସବୁ ପ୍ରସଙ୍ଗ ସାଧାରଣ ଲୋକମାନଙ୍କୁ ସବୁଦିନ ଆମୋଦିତ କରିପାରିବ ନାହିଁ। ସେମାନଙ୍କ ପାଇଁ ରୋଜଗାର ଦରକାର। ସରକାରଙ୍କଠାରୁ ନିଯୁକ୍ତି ସୁଯୋଗ ବୃଦ୍ଧି, ଦରବୃଦ୍ଧି ହ୍ରାସ, ଚାଷ ସମସ୍ୟାର ସମାଧାନ ଆଦି ଆଶା କରନ୍ତି ସାଧାରଣ ଲୋକେ। କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନ କରିବାରେ ସଫଳ ହୋଇନାହାନ୍ତି। ଅଧିକନ୍ତୁ କେନ୍ଦ୍ରର କେତେକ ଆର୍ଥନୀତିକ ନିଷ୍ପତ୍ତି ଯୋଗୁଁ ସମଗ୍ର ଦେଶର ଅଭିବୃଦ୍ଧି ହାର କମିଛି। ମହାରାଷ୍ଟ୍ର ଓ ହରିଆନା ସରକାର ମଧ୍ୟ ଏହ ସମସ୍ୟାର ସମାଧାନ କରିପାରି ନାହାନ୍ତି। ଦେଶର ବେକାରୀ ସମସ୍ୟାଠାରୁ ହରିଆନାର ବେକାରୀ ସମସ୍ୟା ୩ ଗୁଣ ଅଧିକ। ଦେଶର ବେକାରୀ ସମସ୍ୟା ୮ ପ୍ରତିଶତ ହୋଇଥିବାବେଳେ ହରିଆନାର ବେକାରୀ ସମସ୍ୟା ୨୮ ପ୍ରତିଶତ। ସେହିପରି ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାବିସଙ୍କ ପୂର୍ବ ସରକାର ରାଜ୍ୟର ଚାଷ ଓ ଚାଷୀଙ୍କ ସମସ୍ୟା ସମାଧାନ କରିପାରି ନାହିଁ। ଗତ ୪ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ପ୍ରାୟ ୧୨ ହଜାର ଚାଷୀ ଋଣବୋଝ ଓ ଫସଲହାନୀ ଯୋଗୁଁ ମାନସିକ ଭାରସାମ୍ୟ ହରେଇ ଆତ୍ମହତ୍ୟା କରିଛନ୍ତି। ଚାଷ ସମସ୍ୟା ପାଇଁ ସମଗ୍ର ଦେଶରେ ଚର୍ଚ୍ଚିତ ମହାରାଷ୍ଟ୍ରର ବିଦର୍ଭ ଅଂଚଳରେ ରହିଥିବା ୬୨ ଆସନରୁ ଗତ ନିର୍ବାଚନରେ ୪୮ ଆସନ ପାଇଥିଲେ ବିଜେପି-ଶିବସେନା ମେଣ୍ଟ। ଏଥର ଏହି ସଂଖ୍ୟା ୩୩କୁ ଖସି ଆସିଛି। ଅନ୍ୟ ପକ୍ଷରେ ଏହି ଅଂଚଳରେ କଂଗ୍ରେସର ଆସନ ସଂଖ୍ୟା ୧୦ରୁ ୧୫କୁ ଓ ଏନସିପିର ୧ରୁ ୬କୁ ଡେଇଁଛି। ଏଥିରୁ କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟି ନିଜର ପନ୍ଥା ପରିବର୍ତ୍ତନ ପାଇଁ ନିଶ୍ଚୟ କିଛି ସଂକେତ ପାଇବେ ବୋଲି ଆଶା କରାଯାଏ।

ଉଭୟ ରାଜ୍ୟର ନିର୍ବାଚନ ପରିଣାମ ଅନୁଶୀଳନରୁ ଜଣାଯାଏ ଯେ ବିଜେପି ଓ ତାହାର ସହଯୋଗୀ ଦଳଗୁଡ଼ିକ ସହରାଞ୍ଚଳରେ ଭଲ ପ୍ରଦର୍ଶନ କରିଛନ୍ତି। ସହରାଞ୍ଚଳରେ ମୁଖ୍ୟତଃ ବ୍ୟବସାୟୀ ଓ ସରକାର କର୍ମଚାରୀଙ୍କ ପରି ମଧ୍ୟବିତ୍ତ ଗୋଷ୍ଠୀ ବସବାସ କରନ୍ତି। ବିମୁଦ୍ରାୟନ, ଜିଏସଟି ନିଷ୍ପତ୍ତି ଏ ଦୁଇ ଗୋଷ୍ଠୀକୁ କିଛିଟା ପ୍ରଭାବିତ କରିଥିଲା। ତେଣୁ କେନ୍ଦ୍ର ସରକାର ପରବର୍ତ୍ତୀ ସମୟରେ ଏ ଦୁଇ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଏସଟି ସରଳ ହୋଇଛି, ଅନେକ ଦ୍ରବ୍ୟ ଓ ସେବା ଉପରେ କର ହାର କମିଛି, ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବଢ଼ିଛି, ସେମାନଙ୍କ ପାଇଁ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହୋଇଛି। ଏସବୁ କାରଣରୁ ସହରାଞ୍ଚଳରେ ବିଜେପି ଅଧିକ ଆସନ ଜିତିଛି। କିନ୍ତୁ ଗ୍ରାମାଞ୍ଚଳରେ ଦଳ ଭଲ ପ୍ରଦର୍ଶନ କରିନାହିଁ। ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଟିକସ ଓ ମହଙ୍ଗା ଭତ୍ତା ହାର ବଢ଼ିବା କମିବା ଏକ ପ୍ରସଙ୍ଗ ନୁହେଁ। ସେମାନଙ୍କର ଭୋକ ଓ ଭୟ ଦୂର ହେବା ଦରକାର। ଭୋକ ହେଲେ ସେମାନ ଦେଶପ୍ରେମ ଖାଇ ବଂଚିବେ ନାହିଁ। ଭାରତମାତା କି ଜୟ କହିଲେ କାହାକୁ ଚାକିରି କି ରୋଜଗାର ମିଳେ ନାହିଁ। ପାକିସ୍ତାନ ବିରୋଧୀ ସର୍ଜିକାଲ ଷ୍ଟ୍ରାଇକ ଓ କାଶ୍ମୀର ପାଇଁ ୩୭୦ ଧାରା ଉଚ୍ଛେଦ ନିଷ୍ପତ୍ତିରେ ଲୋକେ ଖୁସି ହୋଇପାରନ୍ତି କିନ୍ତୁ ଏହା ଦ୍ୱାରା ସେମାନଙ୍କର ବ୍ୟକ୍ତିଗତ ଓ ସ୍ଥାନୀୟ ସମସ୍ୟାର ସମାଧାନ ହୁଏ ନାହିଁ। ଆଗକୁ କେନ୍ଦ୍ର ସରକାର ଓ ସରକାର ପରିଚାଳନା ସହିତ ସଂପୃକ୍ତ ଦଳଗୁଡ଼ିକ ଏସବୁ ବିଷୟ ପ୍ରତି ଅଧିକ ଧ୍ୟାନ ଦେବେ ବୋଲି ଆଶା କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story