ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ପାଣିପାଗ ସହ ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପକୁ ହାତକୁ ନିଆଯାଇଛି। ଉଭୟ ବିଭାଗ ମିଳିତ ଭାବେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ମୌସୁମୀରୁ ମ୍ୟାଲେରିଆ ଜନିତ ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ଏ ନେଇ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପାଣିପାଗର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ଉପରେ […]

mala

mala

Manoranjan Sial
  • Published: Thursday, 12 November 2020
  • Updated: 12 November 2020, 05:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ପାଣିପାଗ ସହ ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପକୁ ହାତକୁ ନିଆଯାଇଛି। ଉଭୟ ବିଭାଗ ମିଳିତ ଭାବେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ମୌସୁମୀରୁ ମ୍ୟାଲେରିଆ ଜନିତ ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ଏ ନେଇ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପାଣିପାଗର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ପାଣିପାଗ ଦ୍ୱାରା ମ୍ୟାଲେରିଆ ସଂକ୍ରମଣ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ବିଶ୍ଳେଷଣରୁ ଦେଖାଯାଇଛି, ମ୍ୟାଲେରିଆର ବ୍ୟାପିବା ତାପମାତ୍ରା ଉପରେ ନିର୍ଭର କରିଥାଏ। ଗୋଟିଏ ଦିନର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ର କେଉଁ ରେଞ୍ଜରେ ରହୁଛି, ତଦନୁସାରେ ମ୍ୟାଲେରିଆ ସଂକ୍ରମଣ ବଢ଼ିଥାଏ ବା କମିଥାଏ। ମ୍ୟାଲେରିଆ ସଂକ୍ରମଣ ପାଇଁ କେଉଁ ତାପମାତ୍ରା ଅଧିକ ଅନୁକୂଳ ହୋଇଥାଏ, ତାହା ଜଣାପଡ଼ିଲେ ଯାଇ ଏଥିପ୍ରତି ସତର୍କ ହୋଇପରିବା। ଏଥିସହ ମ୍ୟାଲେରିଆ କେବେ ହେବାର ଅଛି ବା ମଶାଙ୍କ ସଂଖ୍ୟା କେବେ ବଢ଼ିବ, ତାର ପୂର୍ବାନୁମାନ କରିହେବ। ଏହା ଦ୍ୱାରା ମ୍ୟାଲେରିଆ ଜନିତ ମୃତ୍ୟୁ କମ୍‌ କରିପାରିବା। ସର୍ବାଧିକ ତାପମାତ୍ରା ୩୩ରୁ ୩୯ ଡିଗ୍ରୀ ଓ ସର୍ବନିମ୍ନ ୧୪ରୁ ୧୯ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ମ୍ୟାଲେରିଆ ବ୍ୟାପିଥାଏ। ଏହି ତାପମାତ୍ର ଆଧାରରେ ମ୍ୟାଲେରିଆ ବ୍ୟାପିବା ଜଣାପଡ଼ିବ। ଏ ସମ୍ପର୍କିତ ତଥ୍ୟ ଆମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଉଛୁ। ତାହା ପରେ ଯାଇ ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମ୍ୟାଲେରିଆ ସମ୍ପର୍କିତ ବୁଲେଟିନ୍‌ ପ୍ରତି ଗୁରୁବାର ଭାରତୀୟ ପାଣିପାଗ ବିଭାଗର ୱେବସାଇଟ୍‌ରେ ପ୍ରସାରଣ କରାଯାଉଛି। ଆସନ୍ତା ବର୍ଷଠାରୁ ଏହାକୁ ନିୟମିତ କରାଯିବାର ବ୍ୟବସ୍ଥା ଯିବ।”

ସୂଚନାଯୋଗ୍ୟ ଯେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ମ୍ୟାଲେରିଆ ପ୍ରବଣ ରହିଛି। ମହାରାଷ୍ଟ୍ର, ତ୍ରିପୁରା, ମେଘାଳୟ ଓ ମିଜୋରାମ ମଧ୍ୟ ମ୍ୟାଲେରିଆ ପ୍ରବଣ ଭାବେ ଚିହ୍ନଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story