୨୪ ଘଣ୍ଟା ଭିତରେ ୫୦୦ କୋଟି ଟଙ୍କା ଦେଲେ ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘୋଷଣାର ୨୪ ଘଣ୍ଟା ନପୂରୁଣୁ ଓଡ଼ିଶାକୁ ମିଳିଗଲା ୫ ଶହ କୋଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ଅନୁସାରେ ମିଳିଗଲା ୫୦୦ କୋଟି। ବାତ୍ୟା ଅମ୍ପାନ କ୍ଷତି ନେଇ ଅଗ୍ରୀମ ଆକାରରେ ମିଳିଲା ଟଙ୍କା। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା  ଟ୍ୱିଟ୍ ଯୋଗେ ସୂଚନା ଦେଲେ। MHA released Rs 500Crore to Odisha Govt in less than 24hours of Hon’ble PM @PMOIndia @narendramodi announcement in […]

6bnm

6bnm

Tapas Behera
  • Published: Saturday, 23 May 2020
  • Updated: 23 May 2020, 05:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘୋଷଣାର ୨୪ ଘଣ୍ଟା ନପୂରୁଣୁ ଓଡ଼ିଶାକୁ ମିଳିଗଲା ୫ ଶହ କୋଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ଅନୁସାରେ ମିଳିଗଲା ୫୦୦ କୋଟି। ବାତ୍ୟା ଅମ୍ପାନ କ୍ଷତି ନେଇ ଅଗ୍ରୀମ ଆକାରରେ ମିଳିଲା ଟଙ୍କା। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା  ଟ୍ୱିଟ୍ ଯୋଗେ ସୂଚନା ଦେଲେ।

https://twitter.com/PradeepJenaIAS/status/1264135593878974465?s=20

ଏନେଇ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଦେଇଛନ୍ତି ଏସ୍‌ଆରସି। ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଆକାଶମାର୍ଗରୁ ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ପରେ ସନ୍ଧ୍ୟାରେ ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଗ୍ରୀମ ୫୦୦ କୋଟି ଟଙ୍କାର ସହାୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ।

ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ବାତ୍ୟାର ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମକୁ ପ୍ରଶଂସା କରିଥିଲେ।  ଏଥିସହ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ବାତ୍ୟା କ୍ଷୟକ୍ଷତିର ବିସ୍ତୃତ ଆକଳନ କରିବାପରେ ଆବଶ୍ୟକ ପଡ଼ିଲେ ଭାରତ ସରକାର ଅଧିକ ସହାୟତା ଯୋଗାଇ ଦେବେ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos