‘କୋଭିଡ୍ ସଂକ୍ରମିତ ପିଲାଙ୍କ ମଧ୍ୟରେ ବଢ଼ୁଛି ଏମଆଇ ସିଣ୍ଡ୍ରୋମ, ଡାକ୍ତର ପରାମର୍ଶ ଜରୁରୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ମଧ୍ୟରେ ଏମଆଇ ସିଣ୍ଡ୍ରୋମ ବଢ଼ୁଛି।  କୋଭିଡରୁ ସୁସ୍ଥ ପରେ ପିଲାଙ୍କ ମୁଣ୍ଡବିନ୍ଧା, ଝାଡ଼ାବାନ୍ତି ଭଳି ଲକ୍ଷଣ ରହୁଛି। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ। ସବୁ ମେଡିକାଲ କଲେଜରେ ଏହି ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ […]

post-covid

post-covid

Ordigital Desk
  • Published: Thursday, 09 September 2021
  • Updated: 09 September 2021, 09:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ମଧ୍ୟରେ ଏମଆଇ ସିଣ୍ଡ୍ରୋମ ବଢ଼ୁଛି।  କୋଭିଡରୁ ସୁସ୍ଥ ପରେ ପିଲାଙ୍କ ମୁଣ୍ଡବିନ୍ଧା, ଝାଡ଼ାବାନ୍ତି ଭଳି ଲକ୍ଷଣ ରହୁଛି। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ। ସବୁ ମେଡିକାଲ କଲେଜରେ ଏହି ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଅଛି । ଖୁବଶୀଘ୍ର ସବୁ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ମିଳିବ। କୋଭିଡର ଦ୍ୱିତୀୟ ଲହରୀରେ ବହୁତ ପିଲା ଏମଆଇ ସିଣ୍ଡ୍ରୋମରେ ହସ୍ପିଟାଲ ଆସୁଛନ୍ତି ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ୧୮ବର୍ଷ ବୟସର ସଂକ୍ରମିତ ପିଲାଙ୍କ ମଧ୍ୟରୁ ୮୦%ଙ୍କ ଦେହରେ ଲକ୍ଷଣ ନାହିଁ। ୧୫ ପ୍ରତିଶତ ପିଲାଙ୍କ ଦେହରେ ସାମାନ୍ୟ ଓ ୫ ପ୍ରତିଶତ ପିଲାଙ୍କଠାରେ ଅଧିକ ଲକ୍ଷଣ  ରହୁଛି । ସେହିପ ୫ ପ୍ରତିଶତ ପିଲା ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ସେମାନଙ୍କ ଭିତରୁ ୩ ପ୍ରତିଶତ ଠିକ୍ ହୋଇଯାଉଛନ୍ତି ଓ ୨ ପ୍ରତିଶତ ପିଲାଙ୍କୁ ଆଇସିୟୁ ଦରକାର ହେଉଛି। ତେବେ ଏସବୁ ଭିତରେ ଖୁବ କମ୍ ପିଲାଙ୍କୁ ଏମଆଇ ସିଣ୍ଡ୍ରୋମ ହୋଇପାରେ। ବିଶେଷକରି କୋଭିଡରୁ ସୁସ୍ଥ ହେବାର ୪ରୁ ୬ ସପ୍ତାହ ଭିତରେ ଏହି ଲକ୍ଷଣ ଦେଖାଯାଉଛି। ଏହା ପିଲାଙ୍କ ପ୍ରତିଷେଧକ ଶକ୍ତିରେ ସଂକ୍ରମଣ ହେବାରୁ ଏଭଳି ହେଉଛି । ଆଖି, ପାଟି, ପାଦ ଲାଲ ପଡ଼ିଯିବା ସହ ପତାଳା ଝାଡ଼ା ହେବ। ବାନ୍ତି ସହ ପେଟ ଯନ୍ତ୍ରଣା ହୋଇ ଧୀରେଧୀରେ ସବୁ ଅଙ୍ଗକୁ ସଂକ୍ରମଣ କରିବ। ଭୁବନେଶ୍ୱରରେ କିଛି ଶିଶୁଙ୍କଠାରେ ଏହି ଲକ୍ଷଣ ଦେଖାଯାଇଥିଲା, ଯାହାପରେ ଏବେ ସବୁ ଠିକ୍ ଅଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନାର ତୃତୀୟ ପର୍ଯ୍ୟାୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ଏବେ ସଂକ୍ରମଣ ସଂଖ୍ୟା ଧୀରେଧୀରେ ବଢ଼ିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos