ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ିଲା

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧୦ ପଇସା ବଢିଛି। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଗୁଣବତ୍ତା ବଜାୟ ରଖିବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ପ୍ରାଥମିକ ସ୍ତରରେ ଜଣେ ପିଲା ପାଇଁ ୪ ଟଙ୍କା ୨୧ ପଇସା ଖର୍ଚ୍ଚ ହେଉଥିବା ବେଳେ ରାଜ୍ୟ ସରକାର ଏବେ ଏହାକୁ ବଢାଇ ୪ଟଙ୍କା ୩୧ ପଇସା କରିଛନ୍ତି ବୋଲି ଏମଡିଏମ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ। ହରଡ ଡାଲି ସମେତ […]

MID_DAY_MEAL

Rakesh Mallick
  • Published: Monday, 22 February 2016
  • , Updated: 23 February 2016, 02:48 AM IST

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧୦ ପଇସା ବଢିଛି। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଗୁଣବତ୍ତା ବଜାୟ ରଖିବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ପ୍ରାଥମିକ ସ୍ତରରେ ଜଣେ ପିଲା ପାଇଁ ୪ ଟଙ୍କା ୨୧ ପଇସା ଖର୍ଚ୍ଚ ହେଉଥିବା ବେଳେ ରାଜ୍ୟ ସରକାର ଏବେ ଏହାକୁ ବଢାଇ ୪ଟଙ୍କା ୩୧ ପଇସା କରିଛନ୍ତି ବୋଲି ଏମଡିଏମ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ।

ହରଡ ଡାଲି ସମେତ ପନିପାରିବା ଦର ଆକାଶ ଛୁଆଁ ହେବା ପରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢାଇବାକୁ ଏହି କାମରେ ନିୟୋଜିତ ଏସଏଚଜି ଓ ଅନ୍ୟ ସଂସ୍ଥା ପକ୍ଷରୁ ଦାବି କରାଯାଇଥିଲା। ଏଭଳି ସ୍ଥିତିରେ ମଧ୍ୟାହ୍ନ ଭୋଜନ ପାଇଁ ସରକାର ଅଧିକ ପଇସା ଦେବାକୁ ରାଜି ହୋଇଥିବାରୁ ଶିକ୍ଷକ ଓ ଅଭିଭାବକଙ୍କ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟର ୬୩ ହଜାର ସ୍କୁଲର ମୋଟ ୫୧ ଲକ୍ଷ ପିଲାଙ୍କୁ ଏବେ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ଏଥିପାଇଁ ବର୍ଷକୁ ୮୦୦କୋଟି ଟଙ୍କା ଖର୍ଚ୍ଚ ହେଉଛି। କେନ୍ଦ୍ର ସରକାର ଏହାର ୬୦ ପ୍ରତିଶତ ଖର୍ଚ୍ଚ ବହନ କରୁଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଉଛନ୍ତି।

Related story