ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ସମ୍ବଲପୁର(ସଞ୍ଜୟ ଜେନା ): ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ମହାନଦୀର ମୁଣ୍ଡଳିଠାରେ ଏବେ ସାଢ଼େ ୭ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଛି। ହୀରାକୁଦ ଡ୍ୟାମର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦକୁ ୬ ଲକ୍ଷ ୫୬ ହଜାର ୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ  ନିଷ୍କାସିତ ହେଉଛି ୩ ଲକ୍ଷ ୩୫ ହଜାର ୬୫୮ […]

flood-2-1

flood-2-1

Niharika Rout
  • Published: Friday, 28 August 2020
  • Updated: 28 August 2020, 08:17 AM IST

Sports

Latest News

ସମ୍ବଲପୁର(ସଞ୍ଜୟ ଜେନା ): ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା।

ମହାନଦୀର ମୁଣ୍ଡଳିଠାରେ ଏବେ ସାଢ଼େ ୭ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଛି। ହୀରାକୁଦ ଡ୍ୟାମର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦକୁ ୬ ଲକ୍ଷ ୫୬ ହଜାର ୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ  ନିଷ୍କାସିତ ହେଉଛି ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ୍  ଜଳ। ହୀରାକୁଦ ତଳ ମୁଣ୍ଡରେ ବି ପ୍ରବଳ ମାତ୍ରାରେ ଜଳ ପ୍ରବାହ ଜାରି ରହିଛି। ବରମୂଳରେ ୬.୧୦ ଲକ୍ଷ, ମୁଣ୍ଡଳିରେ ୭.୫୪ ଲକ୍ଷ ୩୮୫ କ୍ୟୁସେକ ପାଣି ପ୍ରବାହିତ ହେଉଛି।

ଇବ୍ ଏବଂ ଭେଡେନ୍ ନଦୀରୁ ବହୁ ପରିମାଣର ଜଳ ହୀରାକୁଦକୁ ପଶୁଛି। ଏବେ ହୀରାକୁଦର୍ ୨୦ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି । ଏ ପାଣି ମୁଣ୍ଡଳିରେ ପହଞ୍ଚିଲା ବେଳକୁ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ତେଣୁ ଏହାଫଳରେ ମହାନଦୀ ତଳ ମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା ଏସଆରସି କହିଛନ୍ତି ।

ଏହାଫଳରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କଟକ ଜିଲ୍ଲା ପ୍ରଭାବିତ ଆଶଙ୍କା ଥିବାରୁ ଏସବୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି । ସେହିଭଳି ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ମଧ୍ୟ ଆଲର୍ଟ କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos