ମୋହନା (ମିହିର ଯତି): ଅନେକେ ସମୟରେ ସଂଗରୋଧ କେନ୍ଦ୍ରରୁ ବିଭିନ୍ନ ଅଭିଯୋଗ ଆସେ। କେଉଁଠାରେ ଖାଇବାକୁ ଠିକ୍ ଭାବେ ମିଳୁନି ତ କେଉଁଠାରେ ଅନ୍ୟାନ୍ୟ ସମସ୍ୟା ଥିବା ନେଇ ଅଭିଯୋଗ ଆସିଥାଏ। କିନ୍ତୁ ଗଜପତି ଜିଲ୍ଲା ଲୁହାଗୁଡ଼ି ହାଇସ୍କୁଲ ସଂଗରୋଧ କେନ୍ଦ୍ରରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି।
ଏହି ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ନିଆରା ଭାବେ ବିଦାୟ ମିଳିଛି। ସେଠାକାର ନୋଡାଲ୍ ଅଫିସର୍ ଜିତେନ୍ଦ୍ର କୁମାର ପ୍ରଧାନ ସଂଗରୋଧ କେନ୍ଦ୍ରରୁ ପ୍ରବାସୀଙ୍କୁ ଫୁଲ ସହ ମିଠା ଖୁଆଇ ପ୍ରବାସୀଙ୍କୁ ବିଦାୟ ଦେଇଛନ୍ତି।
ଏହି କେନ୍ଦ୍ରରେ ରହୁଥିବା ୩୪ଜଣ ପ୍ରବାସୀଙ୍କ ମଧ୍ୟରୁ ୮ଜଣଙ୍କ ୧୪ ଦିନ ଅବଧି ଶେଷ ହୋଇଥିଲା। ଏହା ପରେ ସେମାନେ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଆଉ ୭ଦିନ ଘରେ ସଂଗରୋଧରେ ରହିବେ।