ଲକ୍‌ଡାଉନରେ ଫସିଥିବା ଶ୍ରମିକ ମୁକ୍ତ, କାମ ପାଇଁ ମିଳିବ ପାସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ ଡାଉନ୍ ପାଇଁ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଶ୍ୱସ୍ତି।  ଫସିଥିବା ଶ୍ରମିକମାନେ ଚାହିଁଲେ ଏବେ ରାଜ୍ୟ ଭିତରେ ଯେକୌଣସି ସ୍ଥାନରେ କାମ କରିପାରିବେ।  ଶ୍ରମିକମାନେ କାମ କରୁଥିବା ସଂସ୍ଥା ବା ସେମାନଙ୍କ ଠିକାଦାର ସେମାନଙ୍କୁ ନେବାଆଣିବା କରିପାରିବେ।  ଶ୍ରମିକଙ୍କୁ ନେବା ପାଇଁ ସଂପୃକ୍ତ ଜିଲ୍ଲାପାଳମାନେ ଯାଆସ ପାଇଁ ପାସ୍ ଦେବେ। ଏମିତିକି ଶ୍ରମିକଙ୍କୁ ନେବା ଆଣିବା ପାଇଁ ଠିକାଦାରମାନେ ବସ୍ ବ୍ୟବହାର କରିପାରିବେ। ଶ୍ରମିକ ପରିବହନରେ ନିୟୋଜିତ ହେଉଥିବା ବସ୍‌କୁ ମାସିକ ଟିକସରୁ […]

7690

Tapas Behera
  • Published: Saturday, 25 April 2020
  • , Updated: 25 April 2020, 03:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ ଡାଉନ୍ ପାଇଁ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଶ୍ୱସ୍ତି।  ଫସିଥିବା ଶ୍ରମିକମାନେ ଚାହିଁଲେ ଏବେ ରାଜ୍ୟ ଭିତରେ ଯେକୌଣସି ସ୍ଥାନରେ କାମ କରିପାରିବେ।  ଶ୍ରମିକମାନେ କାମ କରୁଥିବା ସଂସ୍ଥା ବା ସେମାନଙ୍କ ଠିକାଦାର ସେମାନଙ୍କୁ ନେବାଆଣିବା କରିପାରିବେ।  ଶ୍ରମିକଙ୍କୁ ନେବା ପାଇଁ ସଂପୃକ୍ତ ଜିଲ୍ଲାପାଳମାନେ ଯାଆସ ପାଇଁ ପାସ୍ ଦେବେ।

ଏମିତିକି ଶ୍ରମିକଙ୍କୁ ନେବା ଆଣିବା ପାଇଁ ଠିକାଦାରମାନେ ବସ୍ ବ୍ୟବହାର କରିପାରିବେ। ଶ୍ରମିକ ପରିବହନରେ ନିୟୋଜିତ ହେଉଥିବା ବସ୍‌କୁ ମାସିକ ଟିକସରୁ ଛାଡ଼ ମିଳିବ । ରାଜ୍ୟରେ ଅଟକିଥିବା ପ୍ରାୟ ୧୬ ହଜାର ଶ୍ରମିକ ୧୪ ଦିନ କ୍ୱାରେଣ୍ଟେଇନ୍‌  ପୂରଣ କରିସାରିଛନ୍ତି।  ସେମାନଙ୍କୁ ଆଉ କ୍ୱାରେଣ୍ଟେଇନ୍‌ରେ ରହିବାକୁ ସରପଞ୍ଚମାନେ ବାଧ୍ୟ କରିପାରିବେନି।  ଶ୍ରମିକଙ୍କ ଦୈନିକ ଆତଯାତ ନେଇ ଜିଲ୍ଲା ଶ୍ରମ ଅଧିକାରୀ ବିସ୍ତୃତ ତଥ୍ୟ ରଖିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related story