ପ୍ରବାସୀ ଶ୍ରମିକଙ୍କ ଆଗମନ ଜାରି

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ପ୍ରବାସୀ ଶ୍ରମିକ ମାନଙ୍କ ଆଗମନ ରାଉରକେଲା ସହରକୁ ଜାରି ରହିଛି । ଅବଶ୍ୟ ସମସ୍ତେ ରାଉରକେଲାର ନୁହନ୍ତି । ବିଭିନ୍ନ ପ୍ରଦେଶରେ କାମ କରୁଥିବା ପ୍ରବାସୀମାନେ ଲକଡାଉନ ରେ ଫସି ରହିଥିବା ବେଳେ ଏବେ ଘର ବାହୁଡା ଆରମ୍ଭ ହୋଇଛି । ଗୁରୁବାର ସନ୍ଧ୍ୟାରେ ଦୁଇଟି ଶ୍ରମିକ ସ୍ପେସିଆଲ ଟ୍ରେନ ଆସି ରାଉରକେଲାରେ ପହଞ୍ଚି ଥିଲା । ପ୍ରଥମ ଟ୍ରେନ ଟି ଗୋଆର ମଡ଼ଗାଓଁ ରୁ ୯୪ ଜଣ ପ୍ରବାସୀଙ୍କୁ ନେଇ ଆସିଥିବା ବେଳେ ଦ୍ୱିତୀୟ […]

6nm

Niharika Rout
  • Published: Thursday, 28 May 2020
  • , Updated: 28 May 2020, 09:22 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ପ୍ରବାସୀ ଶ୍ରମିକ ମାନଙ୍କ ଆଗମନ ରାଉରକେଲା ସହରକୁ ଜାରି ରହିଛି । ଅବଶ୍ୟ ସମସ୍ତେ ରାଉରକେଲାର ନୁହନ୍ତି । ବିଭିନ୍ନ ପ୍ରଦେଶରେ କାମ କରୁଥିବା ପ୍ରବାସୀମାନେ ଲକଡାଉନ ରେ ଫସି ରହିଥିବା ବେଳେ ଏବେ ଘର ବାହୁଡା ଆରମ୍ଭ ହୋଇଛି । ଗୁରୁବାର ସନ୍ଧ୍ୟାରେ ଦୁଇଟି ଶ୍ରମିକ ସ୍ପେସିଆଲ ଟ୍ରେନ ଆସି ରାଉରକେଲାରେ ପହଞ୍ଚି ଥିଲା । ପ୍ରଥମ ଟ୍ରେନ ଟି ଗୋଆର ମଡ଼ଗାଓଁ ରୁ ୯୪ ଜଣ ପ୍ରବାସୀଙ୍କୁ ନେଇ ଆସିଥିବା ବେଳେ ଦ୍ୱିତୀୟ ଟ୍ରେନଟି ସୁରତରୁ ପାଞ୍ଚ ଜଣ ଶ୍ରମିକଙ୍କୁ ନେଇ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା ।

ଗୋଆରୁ ଆସିଥିବା ଟ୍ରେନରେ ୪୩ ଜଣ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଅନ୍ୟମାନେ ଝାରଖଣ୍ଡ , ବିହାର , ପଶ୍ଚିମବଙ୍ଗ ର ହୋଇଥିବା ସୂଚନା ମିଳିଛି । ରାଉରକେଲା ମହାନଗର ନିଗମ ପକ୍ଷରୁ ବସ ଯୋଗେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଥିବା ପ୍ରବାସୀ ମାନଙ୍କ ଘର କୁ ସେମାନଙ୍କୁ ପଠାଯାଇଥିଲା । ଅନ୍ୟମାନଙ୍କୁ ବସ ଯୋଗେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ପଠାଯାଇଥିଲା ।

ଅନ୍ୟ କେତେକ ପ୍ରବାସୀଙ୍କୁ ରାଉରକେଲା ଆଶ୍ରୟସ୍ଥଳରେ ରଖାଯାଇଛି । ସେମାନଙ୍କୁ ଆସନ୍ତାକାଲି  ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯିବ । ପ୍ରବାସୀମାନେ ରାଉରକେଲା ଷ୍ଟେସନ ରେ ପହଞ୍ଚିବା ପରେ ସେମାନଙ୍କ ସ୍କ୍ରିନିଂ କରାଯିବା ସହ ରେଜିଷ୍ଟେସନ ମଧ୍ୟ କରାଯାଇଥିଲା

Related story