କଟକ-ପାରାଦୀପ ରାସ୍ତାରେ ବିକ୍ଷୋଭ କଲେ ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀ

ଜଗତସିଂହପୁର (ଶଶାଙ୍କ ସେଖର ପଣ୍ଡା): ପ୍ରବାସରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କର ହେଉନି କରୋନା ଟେଷ୍ଟ। ଏପରିକି ସଙ୍ଗରୋଧ କେନ୍ଦ୍ରକୁ ନିୟମିତ ସଫେଇ କରାଯାଉନି। ଯାହାକୁ ନେଇ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ପ୍ରବାସୀମାନେ ଆଜି କଟକ-ପାରାଦୀପ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରବାସୀଙ୍କ ପାଇଁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଆଦିକବି ସାରଳା ଦାସ କଲେଜରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ହେଲେ ଏଠାରେ ରହୁଥିବା […]

jagatsinghpur

Manoranjan Sial
  • Published: Saturday, 01 August 2020
  • , Updated: 01 August 2020, 06:27 PM IST

ଜଗତସିଂହପୁର (ଶଶାଙ୍କ ସେଖର ପଣ୍ଡା): ପ୍ରବାସରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କର ହେଉନି କରୋନା ଟେଷ୍ଟ। ଏପରିକି ସଙ୍ଗରୋଧ କେନ୍ଦ୍ରକୁ ନିୟମିତ ସଫେଇ କରାଯାଉନି। ଯାହାକୁ ନେଇ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ପ୍ରବାସୀମାନେ ଆଜି କଟକ-ପାରାଦୀପ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପ୍ରବାସୀଙ୍କ ପାଇଁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଆଦିକବି ସାରଳା ଦାସ କଲେଜରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ହେଲେ ଏଠାରେ ରହୁଥିବା ପ୍ରବାସୀଙ୍କ କୋଭିଡ୍‌ ଟେଷ୍ଟ କରିବାରେ ବିଳମ୍ବ କରାଯାଉଛି। ଏପରିକି କଲେଜ ପରିସରକୁ ନିୟମିତ ସଫେଇ କରାଯାଉନି। ଏହାର ପ୍ରତିବାଦରେ ଆଜି ୫୦ରୁ ଅଧିକ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରୁ ବାହାରକୁ ପଳାଇ ଆସିଥିଲେ। ତୁରନ୍ତ ସ୍ୱାବ୍‌ ଟେଷ୍ଟ କରିବାକୁ ଦାବି କରି ପ୍ରବାସୀମାନେ କଟକ-ପାରାଦୀପ ରାସ୍ତାରେ ବିକ୍ଷୋଭ କରିଥିଲେ।

ଖବର ପାଇ ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ର ଓ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରବାସୀଙ୍କୁ ବୁଝାସୁଝା କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ଓ ଯୁକ୍ତି ତର୍କ ହୋଇଥିଲା। ଶେଷରେ ଆସନ୍ତାକାଲି ସ୍ୱାବ୍‌ ଟେଷ୍ଟ ହେବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ପ୍ରବାସୀମାନେ କଲେଜ ଭିତରକୁ ଫେରିଥିଲେ।

Related story