‘ଲିଜଧାରୀଙ୍କଠାରୁ ଆଦାୟ ଜରିମାନା ଅର୍ଥ ଖଣି ପ୍ରଭାବିତ ଜିଲ୍ଲାରେ ଖର୍ଚ୍ଚ ହେବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଭଳି ଖର୍ଚ୍ଚ ହେବ ବେଆଇନ୍ ଖଣି ଉତ୍ତୋଳନ କରିଥିବା ଲିଜଧାରୀଙ୍କଠାରୁ ଆଦାୟ ହୋଇଥିବା ଫାଇନ? ଏଥିପାଇଁ ଆଜି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆକ୍‌ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଆକ୍‌ସନ ପ୍ଲାନ୍ ସମ୍ପର୍କରେ ଆଲୋଚନା ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବେଆଇନ ଖଣି ଉତ୍ତୋଳନ କରିଥିବା ରାଜ୍ୟର ବିଭିନ୍ନ ଲିଜଧାରୀଙ୍କଠାରୁ ଡିସେମ୍ବର ୩୧ ସୁଦ୍ଧା ୮୨୯୦ କୋଟି […]

mineing scam

Rakesh Mallick
  • Published: Saturday, 06 January 2018
  • , Updated: 06 January 2018, 08:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଭଳି ଖର୍ଚ୍ଚ ହେବ ବେଆଇନ୍ ଖଣି ଉତ୍ତୋଳନ କରିଥିବା ଲିଜଧାରୀଙ୍କଠାରୁ ଆଦାୟ ହୋଇଥିବା ଫାଇନ? ଏଥିପାଇଁ ଆଜି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆକ୍‌ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଆକ୍‌ସନ ପ୍ଲାନ୍ ସମ୍ପର୍କରେ ଆଲୋଚନା ହୋଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବେଆଇନ ଖଣି ଉତ୍ତୋଳନ କରିଥିବା ରାଜ୍ୟର ବିଭିନ୍ନ ଲିଜଧାରୀଙ୍କଠାରୁ ଡିସେମ୍ବର ୩୧ ସୁଦ୍ଧା ୮୨୯୦ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି। ଏହି ଅର୍ଥକୁ ଖଣି ପ୍ରଭାବିତ ୮ଟି ଜିଲ୍ଲାର ଉନ୍ନତି ଲାଗି ଖର୍ଚ୍ଚ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ବିଶେଷକରି ୮ ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକା, କୃଷିର ଉନ୍ନତି, ପାନୀ ଜଳ  ଓ ଜଳ ସେଚନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସୁବିଧା ଆଦି କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରିବା ନେଇ ଯୋଜନା କରାଯାଇଛି। ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟରେ ବେଆଇନ ଖଣି ଖନନ ମାମଲାରେ ପରବର୍ତ୍ତୀ ଶୁଣାଣି କରାଯିବ।  ପୂର୍ବରୁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏହି ଆକସନ୍‌ ପ୍ଲାନ୍ ସମ୍ପର୍କରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପାଢ଼ୀ କହିଛନ୍ତି।

Related story