ଦିଲ୍ଲୀରୁ ଫେରି ଗାଁରେ ଖୋଲିଲେ ମିନି ମେଡିକାଲ୍‌! ଯୋଗାଉଛନ୍ତି ଅକ୍ସିଜେନ୍‌

ଆସିକା(ମନୋଜ ମୁନୀ): କରୋନା ମହାମାରୀ ବେଳେ ଦିଲ୍ଲୀର ହାଲ୍‌ ବେହାଲ୍‌ ହୋଇଥିଲା। ଅକ୍ସିଜେନ୍‌ ଅଭାବରୁ କେତେ ଲୋକଙ୍କ ମୃତ୍ୟୁ ହେଲା। ଏହା ଦେଖି ଭାବବ୍ୟୁହଳ ହେଲେ କବିସୂର୍ଯ୍ୟନଗର ବ୍ଲକ ଏ ବରିଡା ଗାଁର ସଞ୍ଜୟ ପ୍ରଧାନ। କରୋନାରେ ଦିଲ୍ଲୀ ପରି ମେଟ୍ରୋସିଟିର ଅବସ୍ଥା ଏମିତି, ତାହାହେଲେ ଗାଁର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଥିବ? ଏହି କଥା ଭାବି ଗାଁ ଫେରିଲେ ସଞ୍ଜୟ। ସାଙ୍ଗମାନଙ୍କ ସହ ମିଶି କୋଠ ଘରେ ଖୋଲିଲେ ମିନି ମେଡିକାଲ୍‌। ଯେଉଁଠି ଗାଁ ଲୋକଙ୍କୁ […]

Ganjam

Ganjam

Manoranjan Sial
  • Published: Sunday, 13 June 2021
  • Updated: 13 June 2021, 07:18 PM IST

Sports

Latest News

ଆସିକା(ମନୋଜ ମୁନୀ): କରୋନା ମହାମାରୀ ବେଳେ ଦିଲ୍ଲୀର ହାଲ୍‌ ବେହାଲ୍‌ ହୋଇଥିଲା। ଅକ୍ସିଜେନ୍‌ ଅଭାବରୁ କେତେ ଲୋକଙ୍କ ମୃତ୍ୟୁ ହେଲା। ଏହା ଦେଖି ଭାବବ୍ୟୁହଳ ହେଲେ କବିସୂର୍ଯ୍ୟନଗର ବ୍ଲକ ଏ ବରିଡା ଗାଁର ସଞ୍ଜୟ ପ୍ରଧାନ। କରୋନାରେ ଦିଲ୍ଲୀ ପରି ମେଟ୍ରୋସିଟିର ଅବସ୍ଥା ଏମିତି, ତାହାହେଲେ ଗାଁର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଥିବ? ଏହି କଥା ଭାବି ଗାଁ ଫେରିଲେ ସଞ୍ଜୟ। ସାଙ୍ଗମାନଙ୍କ ସହ ମିଶି କୋଠ ଘରେ ଖୋଲିଲେ ମିନି ମେଡିକାଲ୍‌। ଯେଉଁଠି ଗାଁ ଲୋକଙ୍କୁ ମାଗଣାରେ ଯୋଗାଇଦିଆଯାଉଛି ଅକ୍ସିଜେନ୍‌।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ଏ ବରିଡା ଗାଁର ସଞ୍ଜୟ ପ୍ରଧାନ। ଦିଲ୍ଲୀରେ ରୁହନ୍ତି। ମହାମାରୀ କରୋନା ବେଳେ ସେଠାରେ ଅବସ୍ଥାକୁ ନିଜ ଆଖିରେ ଦେଖିଛନ୍ତି। କରୋନା ଆକ୍ରାନ୍ତ ରୋଗୀ ଅକ୍ସିଜେନ ଅଭାବରୁ ଛଟପଟ ହୋଇ କେମିତି ପ୍ରାଣ ହରାଉଛନ୍ତି। ଦିଲ୍ଲୀ ପରି ମେଟ୍ରୋ ସିଟିରେ ସବୁ ପ୍ରକାର ବ୍ୟବସ୍ଥା ଥାଇ ଅକ୍ସିଜେନ୍‌ ଅଭାବରୁ ଲୋକେ ପ୍ରାଣ ହରାଉଥିବା ଦେଖି ମର୍ମାହତ ହୋଇଥିଲେ ସଞ୍ଜୟ।

ଅକ୍ସିଜେନ୍‌ ଅଭାବରୁ ଦିଲ୍ଲୀ ପରି ସହରର ଅବସ୍ଥା ଏମିତି, ତାହାହେଲେ ଓଡ଼ିଶାରେ ଗ୍ରାମାଞ୍ଚଳର ଅବସ୍ଥା କେମିତି ଥିବ? ଏହି କଥାକୁ ନେଇ ଚିନ୍ତିତ ହୋଇପଡ଼ି ଥିଲେ ସଞ୍ଜୟ। ଦିଲ୍ଲୀ ପରି ଅବସ୍ଥା ଓଡ଼ିଶାରେ ଗ୍ରାମାଞ୍ଚଳରେ ନହେଉ, ସେହି ଭାବନାକୁ ନେଇ ସେ ନିଜ ଜନ୍ମସ୍ଥାନ ଏ ବାରିଡା ଗାଁକୁ ପଳାଇ ଆସିଥିଲେ।

ଗାଁରେ ଯୁବ ଗୋଷ୍ଠୀଙ୍କୁ ଏକତ୍ର କଲେ ସଞ୍ଜୟ। ଅକ୍ସିଜେନ୍‌ ଅଭାବର ଭୟାବହତା ସମ୍ପର୍କରେ ସାଥୀମାନଙ୍କୁ ବୁଝାଇଥିଲେ। ପରେ ସମସ୍ତେ ଟଙ୍କା ଯୋଗାଡ଼ରେ ଲାଗି ପଡ଼ିଲେ। ଏକଥା ଶୁଣିଲା ପରେ ସହାୟତା ପାଇଁ ହାତ ବଢ଼ିଲେ ଅନେକ ସଙ୍ଗଠନ। କୁଟୁମ୍ବ ଇଣ୍ଡିଆ, ପାନ, ଟିସ, ଅର୍ଣ୍ଣାଦା ଭଳି ଅନୁଷ୍ଠାନର ସହଯୋଗରେ ୧୧ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିଲା।

ସେହି ଅର୍ଥରେ ୫୭୧୦ ଲିଟର ବିଶିଷ୍ଟ ୭ଟି ଅକ୍ସିଜେନ୍‌ କନ୍‌ସେନ୍‌ଣ୍ଟ୍ରେଟର କିଣାଯାଇଥିଲା। ଏହା ପରେ ଗାଁ କୋଠ ଗୃହରେ ଏକ ଅସ୍ଥାୟୀ ଚିକିତ୍ସାଳୟ ଖୋଲାଯାଇଥିଲା। ଏଠି ୧୦ଟି ଅକ୍ସିଜେନ୍‌ ବେଡ୍‌ ରହିଛି। ଗାଁରେ କୌଣସି ବ୍ୟକ୍ତି ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟାରେ ସମ୍ମୁଖୀନ ହେଲେ ସେହି ମିନି ମେଡିକାଲ୍‌ରେ ଅକ୍ସିଜେନ୍‌ ଯୋଗାଇ ଦିଆଯାଉଛି। ଏଠାରେ କେବଳ ଏ ବରିଡା ଗାଁ ଲୋକଙ୍କୁ ଅକ୍ସିଜେନ୍‌ ଯୋଗାଇ ଦିଆଯାଉନି, ଆଖପାଖ ଗାଁ ଲୋକଙ୍କୁ ମଧ୍ୟ ଦିଆଯାଉଛି।

ଏ ବାରିଡା ହେଉଛି ଗୋଟିଏ ପଞ୍ଚାୟତ। ୨୦୦୦ ଘରେ ୧୦,୦୦୦ ଲୋକେ ବାସ କରୁଛନ୍ତି। ଏଠି ଏଭଳି ସୁବିଧା ଯୋଗାଡ଼ କରାଯାଇଥିବାରୁ ଗାଁ ଲୋକେ ବେସ୍‌ ଖୁସି ପ୍ରକଟ କରିଛନ୍ତି। ଏହାର ଲାଭ ମଧ୍ୟ ଉଠାଉଛନ୍ତି ଗାଁ ଲୋକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story