ମୋହନା (ମିହିରି ଯତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାମଗଡ଼ ନିକଟସ୍ଥ କେନ୍ଦୁଘାଟିରେ ଆଜି ଭୋରରେ ଏକ କୁକୁଡ଼ା ବୋଝେଇ ମିନି ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଦୁଇ ଶହରୁ ଊର୍ଦ୍ଧ୍ୱ କୁକୁଡ଼ା ମରିଯାଇଛନ୍ତି। ଗାଡ଼ି ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।
ମିନି ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ କୁକୁଡ଼ା ବୋହି ନେଇ ଯାଇଥିବା ଦେଖିବାକୁ ମିଳିଥିଲା।
ମିନି ଟ୍ରକ୍ଟି ବ୍ରହ୍ମପୁରରୁ ରାୟଗଡ଼ା ଜିଲ୍ଲାର ଗୁଣୁପୁରକୁ ଯାଉଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୯୦୦ କୁକୁଡ଼ା ଥିଲେ ବୋଲି ଜଣାପଡ଼ିଛି।
ପୁଲିସ୍ ଦୁର୍ଘଟଣାଗ୍ରସ୍ତ ମିନି ଟ୍ରକ୍କୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତକାଲି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ର ୧୬ ନମ୍ୱର ଜାତୀୟ ରାଜପଥର ଓଭରବ୍ରିଜ୍ ନିକଟରେ ଏକ ଚାଉଳ ବୋଝେଇ ମିନି ଟ୍ରକ୍ ଓଲଟି ପଡ଼ିଥିଲା। ମିନି ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ କିଛି ଲୋକ ବାଇକ୍ରେ ଚାଉଳ ବସ୍ତା ବୋହି ନେଇ ଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।