ଏଣିକି ଭୁବନେଶ୍ୱରରେ ଅଟୋ ଭଡ଼ା ସର୍ବନିମ୍ନ ୨୦ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯାଇଥିବାବେଳେ ରାଜଧାନୀ ଅଟୋରିକ୍ସା ମହାସଂଘ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ବୋଝ ଲଦି ଦେଇଛି। ଏଣିକି ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ୩ କିମି ପାଇଁ ଯାତ୍ରୀଙ୍କୁ ମୁଣ୍ଡପିଛା ୨୦ଟଙ୍କା ଭଡ଼ା ଦେବାକୁ ପଡ଼ିବ। ରାଜଧାନୀ ଅଟୋରିକ୍ସା ମହାସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାରମ୍ବାର ତୈଳଦର ବୃଦ୍ଧି […]

auto

auto

Ordigital Desk
  • Published: Tuesday, 20 April 2021
  • Updated: 20 April 2021, 05:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯାଇଥିବାବେଳେ ରାଜଧାନୀ ଅଟୋରିକ୍ସା ମହାସଂଘ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ବୋଝ ଲଦି ଦେଇଛି। ଏଣିକି ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ୩ କିମି ପାଇଁ ଯାତ୍ରୀଙ୍କୁ ମୁଣ୍ଡପିଛା ୨୦ଟଙ୍କା ଭଡ଼ା ଦେବାକୁ ପଡ଼ିବ।

ରାଜଧାନୀ ଅଟୋରିକ୍ସା ମହାସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାରମ୍ବାର ତୈଳଦର ବୃଦ୍ଧି ଓ କୋଭିଡ୍ କଟକଣା ଯୋଗୁ ଅଟୋରେ ସର୍ବାଧିକ ୨ଜଣ ଯାତ୍ରୀଙ୍କୁ ପରିବହନ କରିବାର ନିୟମକୁ ଦୃଷ୍ଟିରେ ରଖି ଏହି ଭଡ଼ା ବୃଦ୍ଧି କରାଯାଇଛି। ଯାତ୍ରୀଙ୍କୁ ସର୍ବନିମ୍ନ ୩କିମି ପାଇଁ ୨୦ଟଙ୍କା ଦେବାକୁ ପଡ଼ିବ। ତା’ଠୁ ଅଧିକ ହେଲେ ୧କିମି ପିଛା ୧୦ଟଙ୍କା ଦେବାକୁ ପଡ଼ିବ। ଯଦି ଅଟୋ ରିଜର୍ଭ କରିବେ ତା’ହେଲେ ୩କିମି ପାଇଁ ଯାତ୍ରୀଙ୍କୁ ୫୦ଟଙ୍କା ଓ ତା’ଠୁ ଅଧିକ ହେଲେ ୧କିମି ପିଛା ଅତିରିକ୍ତ ୧୫ଟଙ୍କା ଦେବାକୁ ପଡ଼ିବ। ୨୦୦୫ ମସିହା ପରଠୁ ଆଉ ଅଟୋ ଭଡ଼ା ଧାର୍ଯ୍ୟ ହୋଇନାହିଁ। ଅଟୋ ରିକ୍ସା ଚାଳକମାନେ ବିନା ଦରଧାର୍ଯ୍ୟରେ ଅଟୋ ଚଲାଉଛନ୍ତି। ଯାତ୍ରୀ ପରିବହନ ଦରବୃଦ୍ଧି ପାଇ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ପରିବହନ ବିଭାଗ ଏନେଇ ନିରବ ରହିଛି। ଭଡ଼ାକୁ ନେଇ ବିଭିନ୍ନ ସମୟରେ ଭୁଲ୍ ବୁଝାମଣା ଓ ଯାତ୍ରୀଙ୍କ ସହ ଝଗଡ଼ା ହେଉଥିବା ବି ଦେଖିବାକୁ ମିଳୁଛି । ଗତ କିଛିଦିନ ହେଲା କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍ ସମୟରେ ଅଟୋଚାଳକଙ୍କ ଜୀବିକା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ତେଣୁ ମହାସଂଘ ଆଜି ଏହି ଦରବୃଦ୍ଧି ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ତେବେ କୋଭିଡ୍ ଗାଇଡଲାଇନ ପାଳନ ପାଇଁ ରାଜ୍ୟ ସରକାର ଗୋଟିଏ ଅଟୋ ରିକ୍ସାରେ ଡ୍ରାଇଭରଙ୍କୁ ମିଶାଇ ସର୍ବାଧିକ ୩ଜଣ ଯାତ୍ରା କରିପାରିବେ ବୋଲି ନିୟମ କରିଥିବାବେଳେ ଅଟୋ ରିକ୍ସା ମହାସଂଘ ଏକତରଫା ଭାବେ ଭଡ଼ା ବୃଦ୍ଧି କରିଛି। ରାଜଧାନୀରେ ମୋ ବସ୍ ଚାଲୁଥିଲେ ମଧ୍ୟ ଅଟୋରିକ୍ସା ଏବେବି ଲୋକଙ୍କ ପରିବହନର ମୁଖ୍ୟ ସାଧନ ହୋଇ ରହିଛି। ଆଉ ଅଟୋଗୁଡ଼ିକ ସର୍ବନିମ୍ନ ୨୦ଟଙ୍କା ଭଡ଼ା ଧାର୍ଯ୍ୟ କଲେ, ଅଟୋରେ ନିୟମିତ ଅଫିସ ଯା’ଆସ କରୁଥିବା ସ୍ୱଳ୍ପ ବେତନଭୋଗୀ ଓ ଘରୋଇ କର୍ମଚାରୀମାନଙ୍କ ସହ ଗରିବ ଲୋକମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛିି। ଅବଶ୍ୟ ଏବେବି ଅଧିକାଂଶ ଅଟୋ ନିଜର ମିଟରକୁ ଜାଣିଶୁଣି ଅଚଳ କରି ରଖୁଛନ୍ତି ଓ ମିଟର ଅନୁସାରେ ଭଡ଼ା ଆଦାୟ କରିବାକୁ ଚାହୁଁନାହାନ୍ତି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos