ଦାରିଙ୍ଗବାଡ଼ିରେ ୩ ଡିଗ୍ରୀକୁ ଭୁବନେଶ୍ଵର ୮.୨, ଜାଣନ୍ତୁ ଆଉ କେଉଁଠି କେତେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ଆଜି ୩ ଡିଗ୍ରୀକୁ ଖସି ଆସିଛି। ଦାରିଙ୍ଗବାଡ଼ି ଆଖପାଖ ଅଞ୍ଚଳରେ ଆଜି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା। ସେହିଭଳି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ି ଓ ଫୁଲବାଣୀ ପରେ ଆଜି ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି ଅନୁଗୋଳରେ। ଏଠାରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀକୁ ଖସି […]

thunder

Jitendra Garnayak
  • Published: Sunday, 30 December 2018
  • , Updated: 30 December 2018, 03:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ଆଜି ୩ ଡିଗ୍ରୀକୁ ଖସି ଆସିଛି। ଦାରିଙ୍ଗବାଡ଼ି ଆଖପାଖ ଅଞ୍ଚଳରେ ଆଜି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା। ସେହିଭଳି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଦାରିଙ୍ଗବାଡ଼ି ଓ ଫୁଲବାଣୀ ପରେ ଆଜି ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି ଅନୁଗୋଳରେ। ଏଠାରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀକୁ ଖସି ଆସିଛି।

କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୬.୫, ଝାରସୁଗୁଡ଼ାରା ଓ ଟିଟିଲାଗଡ଼ରେ ୭ ଡିଗ୍ରୀ ରେକର୍ଡ କରାଯାଇଥିଲା।

ବଲାଙ୍ଗିରରେ ଆଜି ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରୀ ରହିଥିବା ବେଳେ କୋରାପୁଟରେ ୭.୨, ସମ୍ବଲପୁରରେ ୭.୩, ବାଲେଶ୍ୱରରେ ୭.୮, ସୁନ୍ଦରଗଡ଼ରେ ୮ ଓ ହୀରାକୁଦରେ ୮.୭ ଡିଗ୍ରୀ ରହିଥିଲା।

ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଭଳି ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ ଶୀତ ହେଉଛି। ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ବି ସେତିକି ରହିଛି।

ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଏମିତି ଶୀତ ଲହରୀ ଜାରି ରହିବ ବୋଲି ସୂଚନା ମିଳିଛି।

Related story