ଜାଲ ସାର୍ଟିଫିକେଟରେ ଆଡମିଶନ ନେଇଥିଲେ ମିଳିବ ଦଣ୍ଡ: ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେବି କଲେଜରେ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଜରିଆରେ ଆଡମିସନ୍ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା। ଜାଲ ସାର୍ଟିଫିକେଟ ଦେଇ ଯଦି କେହି ଆଡମିଶନ କରିଛନ୍ତି, ତାହେଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଯଦି ଆଉ କେଉଁଠି ମଧ୍ୟ ଏପରି ହୋଇଥାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତୁରନ୍ତ ତର୍ଜମା କରି ଯାହା ପଦକ୍ଷେପ ନିଆଯିବା କଥା ତାହା ନେବି ବୋଲି କହିଛନ୍ତି […]

Aruna Sahoo

Madhupriya Mistry
  • Published: Wednesday, 06 April 2022
  • , Updated: 06 April 2022, 02:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେବି କଲେଜରେ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଜରିଆରେ ଆଡମିସନ୍ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା। ଜାଲ ସାର୍ଟିଫିକେଟ ଦେଇ ଯଦି କେହି ଆଡମିଶନ କରିଛନ୍ତି, ତାହେଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଯଦି ଆଉ କେଉଁଠି ମଧ୍ୟ ଏପରି ହୋଇଥାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତୁରନ୍ତ ତର୍ଜମା କରି ଯାହା ପଦକ୍ଷେପ ନିଆଯିବା କଥା ତାହା ନେବି ବୋଲି କହିଛନ୍ତି ମନ୍ତ୍ରୀ।

ତିନି ବର୍ଷର ତଥ୍ୟ ଯାଞ୍ଚ କରିବା ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର। ଏନେଇ ବଡ଼ଗଡ଼ ଥାନାରେ ସେ ଏତଲା ଦେଇଥିଲେ।

ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? କିଏ ଏହି ସାର୍ଟିଫିକେଟ ଯୋଗାଇଛି ଓ କଲେଜର ଆଉ କିଛି ଛାତ୍ରଛାତ୍ରୀ ଏହି ଘଟଣାରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି କହିଥିଲେ ବିଜେବି କଲେଜ ଅଧ୍ୟକ୍ଷ।

Related story