ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓବିସି ଓ ଏସ୍‌ଇବିସିଙ୍କୁ ସ୍ଥାନ ସଂରକ୍ଷଣ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓବିସି ଏବଂ ଏସ୍‌ଇବିସିଙ୍କୁ ଅଧିକ ସଂରକ୍ଷଣ ସୁବିଧା ଦେବାକୁ ସେ ଦାବି କରିଛନ୍ତି। ଧର୍ମେନ୍ଦ୍ର ଲେଖିଛନ୍ତି-“ମହାରାଷ୍ଟ୍ର ବିଧାନସଭାର ପ୍ରସ୍ତାବ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ ୨୦୨୧ ଜନଗଣନା ସହିତ ରାଜ୍ୟର ଏସ୍‌ଇବିସି ବର୍ଗ ଅନ୍ତର୍ଭୁକ୍ତ ଜାତି ଗୁଡ଼ିକର ଗଣନା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏପରି […]

naveen-and-dharmendra

Manoranjan Sial
  • Published: Wednesday, 15 January 2020
  • , Updated: 15 January 2020, 07:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓବିସି ଓ ଏସ୍‌ଇବିସିଙ୍କୁ ସ୍ଥାନ ସଂରକ୍ଷଣ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓବିସି ଏବଂ ଏସ୍‌ଇବିସିଙ୍କୁ ଅଧିକ ସଂରକ୍ଷଣ ସୁବିଧା ଦେବାକୁ ସେ ଦାବି କରିଛନ୍ତି।

ଧର୍ମେନ୍ଦ୍ର ଲେଖିଛନ୍ତି-“ମହାରାଷ୍ଟ୍ର ବିଧାନସଭାର ପ୍ରସ୍ତାବ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ ୨୦୨୧ ଜନଗଣନା ସହିତ ରାଜ୍ୟର ଏସ୍‌ଇବିସି ବର୍ଗ ଅନ୍ତର୍ଭୁକ୍ତ ଜାତି ଗୁଡ଼ିକର ଗଣନା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏପରି କରି ରାଜ୍ୟ ସରକାର ଓବିସି ଓ ଏସଇବିସି ବର୍ଗ ଅନ୍ତର୍ଗତ ଜନସାଧାରଣଙ୍କୁ ଉପଯୁକ୍ତ ସଂରକ୍ଷଣ ଅଧିକାର ନଦେବା ପାଇଁ ଉଦ୍ୟମ କରିଛନ୍ତି।”

ସେ ଲେଖିଛନ୍ତି-“ସମ୍ୱିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ସୁବିଧା ଦେଇଛନ୍ତି। ଏହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି। ମାତ୍ର ଦେଶରେ ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡ଼ିଶା ସରକାର ଓବିସିଙ୍କୁ ନିଯୁକ୍ତି, ଶିକ୍ଷା କ୍ଷେତ୍ରରେ ଓ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ କଣ ପାଇଁ ସଂରକ୍ଷଣ ଦେଉନାହାନ୍ତି? ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭% ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ଗୁଡିକରେ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି।”

ସେ ଆହୁରି ଲେଖିଛନ୍ତି-“ତାମିଲନାଡୁ ଭଳି ରାଜ୍ୟରେ ୫୯% ସ୍ଥାନ ସଂରକ୍ଷିତ ଥିବା ବେଳେ ସେଥିରୁ ୫୦% ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ମାତ୍ର ଓଡ଼ିଶା ଜନସଂଖ୍ୟାରେ ଓବିସି ଓ ଏସଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ ବଞ୍ଚିତ ଅଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ ମରଠାଙ୍କ ପାଇଁ ୧୬ % ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ %କୁ ବୃଦ୍ଧି ପାଇଥିଲା।”

Related story