ମମିତା ମାମଲାରେ ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ଦେଲେ ଦିବ୍ୟଶଙ୍କର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାରେ ଦେଖିବାକୁ ମିଳିଛି ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଝିଡ଼। ଚାଲିପାରୁ ନାହିଁ ବିଧାନସଭା। ହୋ-ହଲ୍ଲାରେ ଉଠୁଛି ପଡ଼ୁଛି ବିଧାନସଭା। ଏହାରି ଭିତରେ ଆଜି ବିଧାନସଭାରେ ମହାଲିଙ୍ଗ ହତ୍ୟା ଓ ଯୌନ ବ୍ୟଭିଚାର ନେଇ କେତୋଟି ପ୍ରଶ୍ନ ପଚାରିଥିଲେ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ […]

Mohan Majhi and Dibya Shankar Mishra

Manoranjan Sial
  • Published: Monday, 06 December 2021
  • , Updated: 06 December 2021, 06:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାରେ ଦେଖିବାକୁ ମିଳିଛି ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଝିଡ଼। ଚାଲିପାରୁ ନାହିଁ ବିଧାନସଭା। ହୋ-ହଲ୍ଲାରେ ଉଠୁଛି ପଡ଼ୁଛି ବିଧାନସଭା। ଏହାରି ଭିତରେ ଆଜି ବିଧାନସଭାରେ ମହାଲିଙ୍ଗ ହତ୍ୟା ଓ ଯୌନ ବ୍ୟଭିଚାର ନେଇ କେତୋଟି ପ୍ରଶ୍ନ ପଚାରିଥିଲେ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ସେ ପଚାରିଛନ୍ତି, ହତ୍ୟାର ମାସକ ପୂର୍ବରୁ କେଉଁ ଭିଆଇପି କେଉଁ ଉଦ୍ଦେଶ୍ୟରେ କଲେଜକୁ ଯାଇଥିଲେ? କିଏ ସେଠି ରାତିରେ ରହିଥିଲେ? ହତ୍ୟା ଓ ଯୌନ କେଳେଙ୍କାରୀରେ କି ସଂପର୍କ ରହିଛି? ହତ୍ୟାର ମୋଟିଭ କଣ? ଯୌନ ବ୍ୟଭିଚାରକୁ ମୋଟିଭ ଭାବେ ତଦନ୍ତାଧିନ ହୋଇଛି କି?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଉତ୍ତରରେ ସେ କହିଛନ୍ତି, ମାମଲାଟି ତଦନ୍ତାଧୀନ ଅଛି। ରାଜ୍ୟ ସରକାରଙ୍କ ଅନୁରୋଧରେ ହାଇକୋର୍ଟ ତଦନ୍ତ ତଦାରଖ ପାଇଁ ପୂର୍ବତନ ଜିଲ୍ଲା ଜଜ ଏବିଏସ୍‌ ନାଇଡୁଙ୍କୁ ମନୋନୀତ କରିଛନ୍ତି।

 

Related story