ସେକ୍ସ ରାକେଟ ସମ୍ପର୍କରେ ସବୁ ଜାଣି ଚୁପ୍‌ ରହିଥିଲେ ମନ୍ତ୍ରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଭିନ୍ନକ୍ଷମ କଲ୍ୟାଣ ସଂଘରେ ଚାଲିଥିଲା ଦେହବେପାର! ଏହି ସମ୍ୱେଦନଶୀଳ ମାମଲା ସାମ୍ନାକୁ ଆସିବା ପରେ ଏହା ପଛରେ ଥିବା ସାଂଘାତିକ ସତ ପଦାକୁ ଆସିଛି। ଏ ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କଠାରୁ ଆରମ୍ଭ କରି କମିଶନରେଟ୍‌ ପୁଲିସ ପର୍ଯ୍ୟନ୍ତ ସମସ୍ତେ ଜାଣି ଚୁପ୍‌ ବସିଥିଲେ। ଆଜି ଗଣମାଧ୍ୟମ ଆଗରେ ମନ୍ତ୍ରୀ ଖୋଦ୍‌ ଏହି କଥାକୁ ସ୍ୱୀକାର କରିବା ପରେ ହଇଚଇ ସୃଷ୍ଟି ହୋଇଛି। ପଳାସପଲ୍ଲୀରେ […]

sex

sex

Manoranjan Sial
  • Published: Monday, 25 January 2021
  • Updated: 25 January 2021, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଭିନ୍ନକ୍ଷମ କଲ୍ୟାଣ ସଂଘରେ ଚାଲିଥିଲା ଦେହବେପାର! ଏହି ସମ୍ୱେଦନଶୀଳ ମାମଲା ସାମ୍ନାକୁ ଆସିବା ପରେ ଏହା ପଛରେ ଥିବା ସାଂଘାତିକ ସତ ପଦାକୁ ଆସିଛି। ଏ ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କଠାରୁ ଆରମ୍ଭ କରି କମିଶନରେଟ୍‌ ପୁଲିସ ପର୍ଯ୍ୟନ୍ତ ସମସ୍ତେ ଜାଣି ଚୁପ୍‌ ବସିଥିଲେ। ଆଜି ଗଣମାଧ୍ୟମ ଆଗରେ ମନ୍ତ୍ରୀ ଖୋଦ୍‌ ଏହି କଥାକୁ ସ୍ୱୀକାର କରିବା ପରେ ହଇଚଇ ସୃଷ୍ଟି ହୋଇଛି।

ପଳାସପଲ୍ଲୀରେ ଥିବା ନିଖିଳ ଓଡ଼ିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ କେନ୍ଦ୍ରରେ ଚାଲିଥିବା ଯୌନ କେଳେଙ୍କାରୀ ମାମଲା ସମ୍ପର୍କରେ ୨୦୨୦ ଡିସେମ୍ୱର ୫ ତାରିଖରେ କେତେକ ବ୍ୟକ୍ତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଲିଖିତ ଅକାରରେ ଜଣାଇଥିଲେ। ଯାହାକୁ ପାଇଲା କ୍ଷଣି ଡିସେମ୍ବର ୭ ତାରିଖରେ ଡିଏସ୍ଏସ୍ଓଙ୍କୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। କେବଳ ମନ୍ତ୍ରୀ ନୁହଁନ୍ତି, ୨୦୨୦ ନଭେମ୍ବରରେ ଏୟାରପୋର୍ଟ ଥାନାରେ ମଧ୍ୟ ଏନେଇ ବିଧିବଦ୍ଧ ଅଭିଯୋଗ ହୋଇଥିଲା। ତେବେ ମନ୍ତ୍ରୀଙ୍କଠୁ ଥାନା ଯାଏଁ ମାମଲା ପହଞ୍ଚିଥିଲେ ମଧ୍ୟ ଆଜିକୁ ପ୍ରାୟ ୨ ମାସ ହୋଇଗଲା, କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି। ଏବେ ଖୋଦ ବିଭାଗୀୟ ମନ୍ତ୍ରୀ ଏହା ପୁଲିସର ଦାୟିତ୍ୱ ବୋଲି କହିଛନ୍ତି।

ତେବେ ଅଭିଯୋଗ ସତ୍ତ୍ୱେ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଏଯାଏଁ କାହିଁକି ହୋଇନି କାର୍ଯ୍ୟାନୁଷ୍ଠାନ? ମନ୍ତ୍ରୀଙ୍କଠୁ ପୁଲିସ ଯାଏଁ ଅବଗତ ଥାଇ ମଧ୍ୟ ମାମଲାକୁ ଏତେ ହାଲୁକା ଭାବେ ନେବା ପଛର ଅସଲ ଉଦ୍ଦେଶ୍ୟ କଣ? ଭାଇରାଲ୍‌ ଭିଡ଼ିଓରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁରେଶ ବେହେରା ସହ ଡିଏସ୍ଏସ୍ଓ କାର୍ଯ୍ୟାଳୟର ଜଣେ କିରାଣୀ ଥିବା କୁହାଯାଉଛି। ତେବେ ଏଭଳି କୁତ୍ସିତ କାର୍ଯ୍ୟ ପାଇଁ ଏମାନଙ୍କୁ କେହି ଦେଇଥିଲା କି ଅଭୟ ବର? ଏବେ ଏଭଳି ପ୍ରଶ୍ନ ଛିଡ଼ା ହୋଇଥିବା ବେଳେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟ୍ୱିଟ୍‌ କରି କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ତେଣେ ମହିଳା କଂଗ୍ରେସର ଏକ ଟିମ୍‌ ଘଟଣାସ୍ଥଳକୁ ପରିଦର୍ଶନରେ ଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ସେପଟେ ଘଟଣାସ୍ଥଳକୁ ଯାଇ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ। ତେବେ ମାମଲାର ତଦନ୍ତ ଜାରି ରହିଥିବାରୁ କିଛି କହିବାକୁ ସେ ମନା କରିଦେଇଛନ୍ତି।

ସେପଟେ ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ମାମଲାର ଖୋଳତାଡ଼ କରୁଥିବା ବେଳେ ଘଟଣା ସାମ୍ନାକୁ ଆସିବା ପରେ ଭିନ୍ନକ୍ଷମ ତାଲିମ କେନ୍ଦ୍ରର କେତେକ ପୁରାତନ ସଦସ୍ୟ ଆସି ପହଞ୍ଚିବା ସହ ମାମଲାକୁ ନିନ୍ଦା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos