ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨ ଦିନ ଚୁପ୍ ରହିବା ପରେ ଆଜି ମୁହଁ ଖୋଲିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । ସିଧାସଳଖ କାହା ନାଁ ନେଇଥିଲେ ବି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ନିଜ କଥା ରଖିଛନ୍ତି।
ନେଇ ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ମୁଁ ବହୁତ ଦୁଃଖିତ । ଧର୍ମେନ୍ଦ୍ର ମୋ ଜିଲ୍ଲା ପରିଷଦ ଜୋନ୍ର ସଭ୍ୟ ଥିବାରୁ ଏ ଘଟଣା ନେଇ ମୁଁ ମର୍ମାହତ । ବାକି ବିବାଦ କଣ ମୁଁ ଜାଣିନି, ପରିବାର ପକ୍ଷରୁ ତ କିଛି ଅଭିଯୋଗ ଆସିନି। ବିରୋଧୀ ଦଳଙ୍କ କଥାରେ ଉତ୍ତର ଦେବା ଉଚିତ ମନେ କରୁନି ।
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଏଥିରେ ଛନ୍ଦି ହୋଇଯାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହି ଘଟଣାକୁ ତାଙ୍କୁ ଟାଣିବା ସହ ସିଧାସଳଖ ଟାର୍ଗେଟ କରିଛି ବିଜେପି । ଏନେଇ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ। ତାଙ୍କୁ ହତ୍ୟା କରା ଯାଇଥାଇପାରେ। ଆଉ ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ରହିଛି।
https://youtu.be/ulVTvf4OM90
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।