ଦମ୍ଭ ଭାଙ୍ଗିଲା, ୟୁ-ଟର୍ଣ୍ଣ ନେଲେ ଗଣଶିକ୍ଷା ମନ୍ତ୍ରୀ: ତଥାପି ମିଛ କହିଲେ, କେନ୍ଦ୍ରାପଡ଼ାରେ ବି ଅନୁରୂପ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣାକୁ ନେଇ ସବୁସ୍ତରରେ ବିରୋଧ ହେବାପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦମ୍ଭୋକ୍ତି ଭାଙ୍ଗିଛି । ୨୪ଘଣ୍ଟା ନପୁରୁଣୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ନିଜର ମତ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣାକୁ ଯଥାର୍ଥ ବୋଲି ଦର୍ଶାଇ ଗଣଶିକ୍ଷା ମନ୍ତ୍ରୀ ଗତକାଲି ଯେଉଁ ଦମ୍ଭ ଦେଖାଉଥିଲେ, ଆଜି ତାହା ନାହିଁ । କିନ୍ତୁ କେବଳ ଢେଙ୍କାନାଳ ନୁହେଁ […]

Samir Ranjan Dash

Samir Ranjan Dash

Ordigital Desk
  • Published: Monday, 11 July 2022
  • Updated: 11 July 2022, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣାକୁ ନେଇ ସବୁସ୍ତରରେ ବିରୋଧ ହେବାପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦମ୍ଭୋକ୍ତି ଭାଙ୍ଗିଛି । ୨୪ଘଣ୍ଟା ନପୁରୁଣୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ନିଜର ମତ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣାକୁ ଯଥାର୍ଥ ବୋଲି ଦର୍ଶାଇ ଗଣଶିକ୍ଷା ମନ୍ତ୍ରୀ ଗତକାଲି ଯେଉଁ ଦମ୍ଭ ଦେଖାଉଥିଲେ, ଆଜି ତାହା ନାହିଁ । କିନ୍ତୁ କେବଳ ଢେଙ୍କାନାଳ ନୁହେଁ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ୮ତାରିଖରେ ମଧ୍ୟ ଅନୁରୂପ ନିର୍ଦ୍ଦେଶନାମା ଜାରି କରି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କିନ୍ତୁ କେବଳ ଢେଙ୍କାନାଳ ଜିଲ୍ଲାରେ ଏପରି ଗୋଟିଏ ଚିଠି ଇସ୍ୟୁ ହୋଇଛି ଓ ତାକୁ ସେ ଅନୁଧ୍ୟାନ କରିବେ ବୋଲି କହି ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଉଦ୍ୟମ କରିଛନ୍ତି ।

ସ୍କୁଲକୁ ଗଣମାଧ୍ୟମର ପ୍ରବେଶ ଉପରେ କଟକଣାକୁ ନେଇ ବିଭିନ୍ନ ସ୍ତରରୁ କଡ଼ା ସମାଲୋଚନା ହେବା ପରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କ ବିଭାଗ ପକ୍ଷରୁ ଏଭଳି କଟକଣା ସଂକ୍ରାନ୍ତ କୌଣସି ନିର୍ଦ୍ଦେଶନାମା ଜାରି ହୋଇନି । ସାମ୍ବାଦିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍କୁଲର ବିଭିନ୍ନ ସମସ୍ୟା ଯଥା ଖରାପ, ଭଲ,ଅଂଚଳର ଆବଶ୍ୟକତା ଆଦି ଲୋକଲୋଚନକୁ ଆଣିଥାନ୍ତି । ସେ ମଧ୍ୟ ମନ୍ତ୍ରୀ ଭାବେ ରାଜ୍ୟର ସ୍କୁଲଗୁଡ଼ିକରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି । ସାମ୍ବାଦିକମାନଙ୍କର ସହାୟତା ମୋତେ ସବୁବେଳେ ମିଳିଛି ।

ସ୍କୁଲ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକମାନଙ୍କୁ କୌଣସି ନିର୍ଦ୍ଦେଶ ଅଟକାଇ ପାରିବ ନାହିଁ । ସ୍ଥାନୀୟସ୍ତରରେ ସମସ୍ୟାକୁ ଦେଖି କେବଳ ଢେଙ୍କାନାଳ ଜିଲ୍ଲାର ଏପରି ଗୋଟିଏ ଚିଠି ବାହାରିଛି, ତାଙ୍କ ବିଭାଗ ଏହାକୁ ଅନୁଧ୍ୟାନ କରୁଛି ଓ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଆଜି ଗଣମାଧ୍ୟମ ଆଗରେ ସଫେଇ ଦେଇଛନ୍ତି । ମାତ୍ର ମନ୍ତ୍ରୀ ଶ୍ରୀ ଦାଶ ସ୍କୁଲ ଭିତରକୁ ଗଣମାଧ୍ୟମର ପ୍ରବେଶ ନିଷେଧ ସପକ୍ଷରେ ଗତକାଲି ଯୁକ୍ତି ବାଢ଼ି କହିଥିଲେ ଯେ, ବିଭିନ୍ନ ଅନାବଶ୍ୟକ ଭାବେ ଗଣମାଧ୍ୟମ ପ୍ରତିନିଧି ସ୍କୁଲକୁ ପ୍ରବେଶ କରୁଛନ୍ତି । କିଛି ସ୍ଥାନରେ ଏପରି ଘଟଣା ଘଟିବା ପରେ ବିଇଓମାନେ ଏନେଇ ଚିଠି ଜାରି କରିଛନ୍ତି । ଏହାର ଆବଶ୍ୟକତା ମଧ୍ୟ ରହିଛି । ସ୍କୁଲର ଦୋଷ ଦୁର୍ବଳତା କେବଳ ଗଣମାଧ୍ୟମ ଦେଖାଇଲେ ଯେ ହେବ ତାହା ନୁହେଁ । ଆମର ବ୍ୟବସ୍ଥା ରହିଛି, ତା’ ଭିତରେ ସବୁକିଛି ଆମେ ଜାଣୁଛୁ, ଯାହା ସମ୍ଭବ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ଗତକାଲି ଦମ୍ଭର ସହ ସଫେଇ ଦେଇଥିଲେ । ତେବେ ଆଜି ମନ୍ତ୍ରୀଙ୍କ ସ୍ୱର ଅଚାନକ ବଦଳି ଯାଇଛି ।

ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଠିକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ମନ୍ତ୍ରୀ ଶ୍ରୀ ଦାଶ କେବଳ ଏହି ଗୋଟିଏ ଚିଠି ଜାରି ହୋଇଥିବା କହି ଆଜି ସଫେଇ ଦେଇଛନ୍ତି । ମାତ୍ର ୮ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଏଭଳି ଅନୁରୂପ ନିର୍ଦ୍ଦେଶନାମା ଜିଲ୍ଲାର ସମସ୍ତ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଜାରି କରିଛନ୍ତି । ଆଉ ଏନେଇ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କଠୁ ଆରମ୍ଭ କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ତଥାପି ମନ୍ତ୍ରୀ ଶ୍ରୀ ଦାଶ ଏପରି ନିର୍ଦ୍ଦେଶ ତାଙ୍କ ବିଭାଗରୁ କରାଯାଇନି ଓ କେବଳ ଢେଙ୍କାନାଳରେ ଗୋଟିଏ ଚିଠି ଜାରି କଥା କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଯଦି ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇନଥିଲା ତା’ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ କାହା ଇଙ୍ଗିତରେ ସ୍କୁଲ ପ୍ରଧାନଶିକ୍ଷକମାନଙ୍କୁ ଚିଠି ଲେଖି ଗଣମାଧ୍ୟମର ପ୍ରବେଶ ଉପରେ ଅଙ୍କୁଶ ଲଗାଇଛନ୍ତି? କାହିଁକି ଏନେଇ ସେ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କଲେ? ପ୍ରଧାନଶିକ୍ଷକମାନଙ୍କୁ ଏଭଳି ଚିଠି ଲେଖିବାକୁ ତାଙ୍କୁ ଅନୁମତି ଦେଲା କିଏ? ଯଦି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଏଭଳି ଚିଠି ଲେଖିବା ଉଚିତ୍ ନୁହେଁ ବୋଲି ଭାବୁଛନ୍ତି,ତା’ହେଲେ ସରକାରୀ ଚାକିରି ସର୍ତ୍ତାବଳୀର ଉଲ୍ଲଘଂନ ଦର୍ଶାଇ କଙ୍କଡ଼ାହାଡ଼ ବ୍ଲକ ଶିକ୍ଷା ଅଧିକାରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବେ କି? ନା କେବଳ ନିଜର ବାହାସ୍ଫୋଟ ଦେଖାଇବାକୁ ଗଣମାଧ୍ୟମକୁ ଆସି ନିଜେ କହୁଥିବା କଥାକୁ ପୁଣିଥରେ ଢ଼ୋକିବେ, ତାକୁ ନେଇ ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story