ପୁରୀ: ମନ୍ତ୍ରୀ ସଞ୍ଜୟଦାସ ବର୍ମାଙ୍କ ଗାଡ଼ି ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡା ମାଡ଼

ପୁରୀ: ରାସନକାର୍ଡ ଅନିୟମିତତା ନେଇ ପୁରୀ ସର୍କିଟ ହାଉସଠାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟଦାସ ବର୍ମାଙ୍କ ଗାଡ଼ି ଉପରକୁ ଆଜି ଅଣ୍ଡାମାଡ଼  କରାଯାଇଥିବା ଅଭିଯୋଗ ହୋଇଛି। ରାସନକାର୍ଡ ବଣ୍ଟନରେ ଅନିୟମିତତା ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟଦାସ ବର୍ମା ଏକ ସମ୍ବାଦିକ ସମ୍ମିଳନୀ କରିଥିଲେ। ସମ୍ବାଦିକ ସମ୍ମିଳନୀ ପରେ  ଛାତ୍ର କଂଗ୍ରେସ କର୍ମୀମାନେ ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ପରିଷଦ ପୌରାଧ୍ୟକ୍ଷଙ୍କ ନାଁରେ ରାସନକାର୍ଡ ହୋଇଥିବା ଘଟଣାକୁ ପ୍ରତିବାଦ […]

puri

Rakesh Mallick
  • Published: Sunday, 03 January 2016
  • , Updated: 03 January 2016, 11:24 AM IST

ପୁରୀ: ରାସନକାର୍ଡ ଅନିୟମିତତା ନେଇ ପୁରୀ ସର୍କିଟ ହାଉସଠାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟଦାସ ବର୍ମାଙ୍କ ଗାଡ଼ି ଉପରକୁ ଆଜି ଅଣ୍ଡାମାଡ଼  କରାଯାଇଥିବା ଅଭିଯୋଗ ହୋଇଛି। ରାସନକାର୍ଡ ବଣ୍ଟନରେ ଅନିୟମିତତା ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟଦାସ ବର୍ମା ଏକ ସମ୍ବାଦିକ ସମ୍ମିଳନୀ କରିଥିଲେ। ସମ୍ବାଦିକ ସମ୍ମିଳନୀ ପରେ  ଛାତ୍ର କଂଗ୍ରେସ କର୍ମୀମାନେ ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ପରିଷଦ ପୌରାଧ୍ୟକ୍ଷଙ୍କ ନାଁରେ ରାସନକାର୍ଡ ହୋଇଥିବା ଘଟଣାକୁ ପ୍ରତିବାଦ କରି ସେମାନେ ଅଣ୍ଡାମାଡ଼ କରିଥିବା ଜଣାପଡିଛି।

ଖବର ପାଇ ଏସପି ଘଟଣା ସ୍ଥଳରେ ପହଞ୍ଚି ଥିଲେ। ତେବେ ୫ରୁ ୬ଜଣ କଂଗ୍ରେସ କର୍ମୀ ଏହି ଅଣ୍ଡାମାଡ କରିଥିବା ଜଣାପଡିଛି। ଅଣ୍ଡାମାଡ କରିବା ପରେ ସେମାନେ ଫେରାର ହୋଇଯାଇଛି।

Related story