ବନ୍ଦ ମଦଦୋକାନକୁ ତୁରନ୍ତ କାର୍ଯ୍ୟକ୍ଷମ କର: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ଦ ଥିବା ମଞ୍ଜୁରୀପ୍ରାପ୍ତ ମଦ ଦୋକାନଗୁଡ଼ିକ କିପରି ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରାଯାଇ ରାଜସ୍ୱ ଆଦାୟ ବୃଦ୍ଧି ପାଇବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟ ଅବକାରୀ ବିଭାଗର ତ୍ରୟମାସିକ ସମୀକ୍ଷା ବୈଠକରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ ‘ଫାଇଭ-ଟି’ କାର୍ଯ୍ୟକ୍ରମକୁ ଅବକାରୀ ବିଭାଗରେ ସଫଳ ରୂପାୟନ ପାଇଁ ପରାମର୍ଶ ଦେବା ସହ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଓ କମ୍ପ୍ୟୁଟରୀକରଣ ମାଧ୍ୟମରେ […]

wine

wine

Manoranjan Sial
  • Published: Saturday, 21 December 2019
  • Updated: 21 December 2019, 10:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ଦ ଥିବା ମଞ୍ଜୁରୀପ୍ରାପ୍ତ ମଦ ଦୋକାନଗୁଡ଼ିକ କିପରି ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରାଯାଇ ରାଜସ୍ୱ ଆଦାୟ ବୃଦ୍ଧି ପାଇବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ରାଜ୍ୟ ଅବକାରୀ ବିଭାଗର ତ୍ରୟମାସିକ ସମୀକ୍ଷା ବୈଠକରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ ‘ଫାଇଭ-ଟି’ କାର୍ଯ୍ୟକ୍ରମକୁ ଅବକାରୀ ବିଭାଗରେ ସଫଳ ରୂପାୟନ ପାଇଁ ପରାମର୍ଶ ଦେବା ସହ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଓ କମ୍ପ୍ୟୁଟରୀକରଣ ମାଧ୍ୟମରେ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ, ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ମଞ୍ଜୁରୀପ୍ରାପ୍ତ ମଦଦୋକାନକୁ ତୁରନ୍ତ କାର୍ଯ୍ୟକ୍ଷମ କରି ରାଜସ୍ୱ ଆଦାୟ ବୃଦ୍ଧି, ମଦମୃତ୍ୟୁ ରୋକିବା ପାଇଁ ଅବକାରୀ ଧରପଗଡ଼କୁ ଅଧିଗ କ୍ରିୟାଶୀଳ କରାଯିବା, ପ୍ରତ୍ୟେକ ମାସ ମଦଦୋକାନଗୁଡ଼ିକ ନିୟମିତ ପରିଦର୍ଶନ କରି ଅଣଶୁଳ୍କ, ବିଷାକ୍ତ ବେନିୟମ, ଚୋରା ମଦ ବିକ୍ରି ଉପରେ ତୀକ୍ଷ୍ଣ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ମଲଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ଓ ଅଧିକାରୀଙ୍କ ସହଯୋଗରେ ଗଞ୍ଜେଇ ଚାଷ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀ, ଅବକାରୀ କମିଶନର ଅଞ୍ଜନ କୁମାର ମଣିକ, ଅତିରିକ୍ତ ସଚିବ ତ୍ରିବିକ୍ରମ ପ୍ରଧାନ, ପାନୀୟ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀ ଓ ବିଭିନ୍ନ ଡିଭିଜନର ଅବକାରୀ ଡେପୁଟି କମିଶନର ଓ ଅବକାରୀ ଅଧୀକ୍ଷକମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଚଳିତବର୍ଷ ୪୬୦୦କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story