ମନ୍ତ୍ରୀଙ୍କ ମହାନତା, ଆହତ ଦମ୍ପତିଙ୍କୁ ମେଡିକାଲ୍‌ରେ କଲେ ଭର୍ତ୍ତି

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ମଣିଷ ପଣିଆ ଦେଖାଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ରାସ୍ତା ପାର୍ଶ୍ୱରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦମ୍ପତିଙ୍କୁ ଉଦ୍ଧାର କରି ନିଜ କାର୍‌ରେ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଯାହାଫଳରେ ଦମ୍ପତିଙ୍କ ଜୀବନ ବଞ୍ଚି ଯାଇଛି। ଆଜି ସନ୍ଧ୍ୟା ବେଳେ ବଡ଼ମାଲ୍‌ ଗୋଳାବାରୁଦ କାରଖାନାର ଦୁଇ କର୍ମଚାରୀ ବିଜୟ କୁମାର ମିଶ୍ର ଓ ତାଙ୍କ ପତ୍ନୀ ସୁନୀତା ବାଇକରେ ଘରକୁ ଯାଇଥିଲେ। ତେବେ ସଇଁତଳା ନିକଟରେ […]

minister.jpg1

minister.jpg1

Manoranjan Sial
  • Published: Friday, 22 January 2021
  • Updated: 22 January 2021, 10:33 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ମଣିଷ ପଣିଆ ଦେଖାଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ରାସ୍ତା ପାର୍ଶ୍ୱରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦମ୍ପତିଙ୍କୁ ଉଦ୍ଧାର କରି ନିଜ କାର୍‌ରେ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଯାହାଫଳରେ ଦମ୍ପତିଙ୍କ ଜୀବନ ବଞ୍ଚି ଯାଇଛି।

ଆଜି ସନ୍ଧ୍ୟା ବେଳେ ବଡ଼ମାଲ୍‌ ଗୋଳାବାରୁଦ କାରଖାନାର ଦୁଇ କର୍ମଚାରୀ ବିଜୟ କୁମାର ମିଶ୍ର ଓ ତାଙ୍କ ପତ୍ନୀ ସୁନୀତା ବାଇକରେ ଘରକୁ ଯାଇଥିଲେ। ତେବେ ସଇଁତଳା ନିକଟରେ ବିପରୀତ ଦିଗରୁ ଆସିଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ୱାମୀ-ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ। ଠିକ୍‌ ସେହି ସମୟରେ ବଲାଙ୍ଗିରିରୁ ନିଜ କାର୍‌ରେ ଟିଟିଲାଗଡ଼ ଫେରୁଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।

ରାସ୍ତା କଡ଼ରେ ସ୍ୱାମୀ-ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ନିଜ ଗାଡ଼ିକୁ ଅଟକାଇ ଥିଲେ। ପରେ ମନ୍ତ୍ରୀ ଓ ତାଙ୍କ ସୁରକ୍ଷା କର୍ମୀମାନେ ଉଭୟଙ୍କୁ ନିଜ ଗାଡ଼ିରେ ଉଦ୍ଧାର କରି ସଇଁନ୍ତଳା ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ସେଠାରେ ସୁନୀତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos