ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆଜି ଟିଟିଲାଗଡ଼ର ବିଭିନ୍ନ ଅଞ୍ଚଳରେ ଘର ଘର ବୁଲି ବାସହୀନମାନଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ଭୂମି ଅଧିକାର ଆଇନ୍ ମାଧ୍ୟମରେ ସେମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ଜଣାଯାଇଛି।
ଭୂମି ହୀନମାନେ ଦିର୍ଘ ଦିନ ହେଲା ଟିଟିଲାଗଡ଼ର ଏହି ଅଞ୍ଚଳରେ ବସବାସ କରିଆସୁଥିଲେ । ହେଲେ ପଟ୍ଟା ନଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଲୋକଙ୍କ ସମସ୍ୟାକୁ ଦୃଷ୍ଟି ରେ ରଖି ମନ୍ତ୍ରୀ ଘର ଘର ବୁଲି ପଟ୍ଟା ବଣ୍ଟନ କରିଛନ୍ତି।