ସେକ୍ସ ସ୍କାଣ୍ଡାଲ ଅଭିଯୋଗ ଥିବା ମନ୍ତ୍ରୀ ଦେଲେ ମହିଳାଙ୍କୁ ସମ୍ମାନର ସହ ବଞ୍ଚିବାର ଜ୍ଞାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନିର୍ମମ ହତ୍ୟା ଓ ଶିକ୍ଷାନୁଷ୍ଠାନରେ ସେକ୍ସ ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ପୃଷ୍ଠପୋଷକ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବେ ମହିଳାଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବାର ଜ୍ଞାନ ବାଣ୍ଟୁଛନ୍ତି। ମମିତାଙ୍କ ମୃତ୍ୟୁ ଓ ସେକ୍ସ ସ୍କାଣ୍ଡାଲ ଘଟଣାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମ୍ପୃକ୍ତିର ପୁଳାପୁଳା ଅଭିଯୋଗ ଆଣି ବିରୋଧୀ ଦଳ ତାଙ୍କର ବରଖାସ୍ତ ଦାବି କରୁଥିବାବେଳେ ସେ ସରକାରୀ କାର୍ଯ୍ୟକ୍ରମରେ ମହିଳାଙ୍କୁ ମହାତ୍ମା ଗାନ୍ଧିଙ୍କ ନୀତି ଆଦର୍ଶର […]

Dibya Shankar Mishra

Ordigital Desk
  • Published: Tuesday, 26 October 2021
  • , Updated: 27 October 2021, 09:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନିର୍ମମ ହତ୍ୟା ଓ ଶିକ୍ଷାନୁଷ୍ଠାନରେ ସେକ୍ସ ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ପୃଷ୍ଠପୋଷକ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବେ ମହିଳାଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବାର ଜ୍ଞାନ ବାଣ୍ଟୁଛନ୍ତି। ମମିତାଙ୍କ ମୃତ୍ୟୁ ଓ ସେକ୍ସ ସ୍କାଣ୍ଡାଲ ଘଟଣାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମ୍ପୃକ୍ତିର ପୁଳାପୁଳା ଅଭିଯୋଗ ଆଣି ବିରୋଧୀ ଦଳ ତାଙ୍କର ବରଖାସ୍ତ ଦାବି କରୁଥିବାବେଳେ ସେ ସରକାରୀ କାର୍ଯ୍ୟକ୍ରମରେ ମହିଳାଙ୍କୁ ମହାତ୍ମା ଗାନ୍ଧିଙ୍କ ନୀତି ଆଦର୍ଶର ପାଠ ପଢ଼ାଇବା ‘ଲଙ୍କାରେ ହରି ଶବ୍ଦ’ ସଦୃଶ ହୋଇଛି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବରଖାସ୍ତ ଓ ଶିକ୍ଷୟିତ୍ରୀ ମମିତା ମେହେରକୁ ନ୍ୟାୟ ଦେବା ପାଇଁ ଏବେ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ଚାଲିଥିବାବେଳେ ଆଜି ଏମଏସଏମଇ ବିଭାଗ ଦ୍ୱାରା ଆୟୋଜିତ ବୈଠକରେ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ମହିଳାଙ୍କୁ ନୀତିଜ୍ଞାନ ବାଣ୍ଟିଛନ୍ତି।

ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଏମଏସଏମଇ ବିଭାଗ ଦ୍ୱାରା ଆୟୋଜିତ ବୈଠକରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ମିଶ୍ର ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ ବୋଲି କହିଥିଲେ। ରାଜ୍ୟ ଖଦି ଭବନରେ ଯେଉଁ ମହିଳାମାନେ ନିଜ ହାତରେ ସୂତା କାଟି ଲୁଗା ବୁଣିଛନ୍ତି ସେମାନଙ୍କୁ ଯଥୋଚିତ ସମ୍ମାନ ମିଳି ନାହିଁ। ମହିଳାଙ୍କୁ ସ୍ୱାବଲମ୍ବୀ, ସ୍ୱାଭିମାନ ଓ ଆତ୍ମସମ୍ମାନ କରାଇବା ଦିଗରେ ଖଦି ଭବନ କାର୍ଯ୍ୟ କରୁ ବୋଲି ସେ କହିବା ସହ ମହତ୍ମା ଗାନ୍ଧିଙ୍କ ‘କୁଟି ଖାଅ,କାଟି ପିନ୍ଧ’ ନୀତି ସମାଜରେ ପ୍ରତିଫଳିତ ହେଉ ବୋଲି କହିଥିଲେ। ମହିଳାଙ୍କ ବିକାଶ ହେଲେ ବଜାର ଚାହିଦା ବୃଦ୍ଧି ପାଇବ ଓ ତେବେ ଯାଇ ବିଶ୍ୱସ୍ତରୀୟ ଖଦି ଭବନର ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ମହିଳାଙ୍କ ପାଇଁ ନୀତି ଓ ନୈତିକତାର ପାଠ ପଢ଼ାଉଥିବା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ନାଁରେ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ଘଟଣାକୁ ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରକାଶିତ ହେଉଥିବା ପୁଳାପୁଳା ଅଭିଯୋଗ ଉପରେ କାହିଁକି ସେ ନିଜେ ନିରବ ରହିଛନ୍ତି? ସେକ୍ସ କାରବାରର ଦଲାଲ ତଥା ହତ୍ୟାକାରୀ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମ୍ପର୍କ କ’ଣ? କାହିଁକି ସେ ନିଜ ଆଡ଼ୁ ତଦନ୍ତ ପରିସରଭୁକ୍ତ ହେଉନାହାନ୍ତି । ଭାରତୀୟ ବାୟୁସେନାର ଅଫିସର ପାହ୍ୟାରୁ ଅବସର ନେଇଥିବା ମନ୍ତ୍ରୀ ଶ୍ରୀ ମିଶ୍ର ନିଜର ସାହାସିକତା ଦେଖାଇ ନୈତିକତା ଦୃଷ୍ଟିରୁ କାହିଁକି ମନ୍ତ୍ରୀ ପଦ ଛାଡ଼ି ନିଜର ନିରପେକ୍ଷତା ଓ ସ୍ୱଚ୍ଛତା ପ୍ରତିପାଦନ କରାଉନାହାନ୍ତି । ଦେଶମାତୃକାର ସେବା କରିଥିବା କୌଣସି ସେନା ଅଫିସର ମଧ୍ୟରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାର ଜିଦ୍ ରହିବା କଥା, କିନ୍ତୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ କ୍ଷେତ୍ରରେ ଏହାର ସାମାନ୍ୟତମ ପ୍ରତିଫଳନ ଦେଖିବାକୁ ମିଳିନି । ଓଲଟା ମନ୍ତ୍ରୀ ପଦକୁ ନିଜର ଢ଼ାଲ ଭାବେ ବ୍ୟବହାର କରି ଶ୍ରୀ ମିଶ୍ର ଏବେ ଗୋବିନ୍ଦ ସାହୁ ସହ ନିଜର ସମ୍ପର୍କର ଦାଗକୁ ଲିଭାଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି ।

Related story