ମନ୍ତ୍ରୀ, ଅଫିସରଙ୍କ ବିଦେଶ ଯାତ୍ରା ବନ୍ଦ କରିଦେଲା କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ କେମିତି କବଳିତ କରିବନି କରୋନା? ସେ ନେଇ ଗତକିଛି ଦିନ ଧରି ବ୍ୟାପକ ସଚେତନତା ଆରମ୍ଭ ହୋଇଥିବା ବେଳେ ଆଜି ପୁଣି ସମୀକ୍ଷା ବୈଠକ କରି ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ସ୍ଥିତିକୁ ନଜରରେ ରଖି ନେତା ମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିଥିବା ବେଳେ ପରିଷ୍କାର ପରିଚ୍ଛନ୍ନତା ଲାଗି ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଦିନକୁ ଦିନ କରୋନା ଭୟଙ୍କର ହେବାରେ ଲାଗିଛି। ଗତକାଲି କେନ୍ଦ୍ର […]

corona

corona

Manoranjan Sial
  • Published: Saturday, 07 March 2020
  • Updated: 07 March 2020, 08:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ କେମିତି କବଳିତ କରିବନି କରୋନା? ସେ ନେଇ ଗତକିଛି ଦିନ ଧରି ବ୍ୟାପକ ସଚେତନତା ଆରମ୍ଭ ହୋଇଥିବା ବେଳେ ଆଜି ପୁଣି ସମୀକ୍ଷା ବୈଠକ କରି ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ସ୍ଥିତିକୁ ନଜରରେ ରଖି ନେତା ମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିଥିବା ବେଳେ ପରିଷ୍କାର ପରିଚ୍ଛନ୍ନତା ଲାଗି ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଦିନକୁ ଦିନ କରୋନା ଭୟଙ୍କର ହେବାରେ ଲାଗିଛି। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫ୍ରେନ୍ସିଂ ପରେ ଆଜି ସ୍ଥିତି ସମୀକ୍ଷା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ କରୋନା ମୁକାବିଲା ପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ। ଏହା ଅନୁସାରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟର କୌଣସି ମନ୍ତ୍ରୀ ଓ ଅଫିସର୍ ବିଦେଶ ଗସ୍ତ କରିପାରିବେନି। ସବୁ ସରକାରୀ ଅଫିସ୍‌ରେ ବାୟୋମେଟ୍ରିକ ଉପସ୍ଥାନ କୋହଳ କରାଯିବ। ଏଥିସହ ୯ଟି ବିଭାଗ ସମେତ ସବୁ ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସହରାଞ୍ଚଳ ଗୁଡ଼ିକ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ୱାତନ୍ତ୍ର ଭାବେ ନିର୍ଦ୍ଦେଶନାମା ଜାରି ହୋଇଛି।

ଚାରିଆଡ଼େ କରୋନା ଚର୍ଚ୍ଚା ଭିତରେ ଚୀନରେ ଚାକିରି କରୁଥିବା ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳର ଜଣେ ଯୁବକ ଘରକୁ ଫେରିଛନ୍ତି। ଗତକାଲି ବାଲେଶ୍ୱର ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଭୂତାଣୁ କୌଣସି ଲକ୍ଷଣ ପ୍ରକାଶ ପାଇନି। ସେହିଭଳି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଦୁଇ ପ୍ରବାସୀ ଓଡ଼ିଆ ନିକଟରେ ଦୁବାଇରୁ ଫେରିଛନ୍ତି। କରୋନାକୁ ନେଇ ଜିଲ୍ଲା ପ୍ରଶାସନ ସତର୍କ ଥିବାରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସେପଟେ କରୋନାକୁ ନେଇ ସୋଶାଲ ମିଡିଆରେ ବିଭିନ୍ନ ଗୁଜବ ଓ ଅପପ୍ରଚାର ବଢ଼ି ଚାଲିଥିବାରୁ ଏହା ଉପରେ ବିଶ୍ୱାସ ନକରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ମଧ୍ୟ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଦେଶର ୩୦ଟି ଆନ୍ତର୍ଜାତିକ ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବା ବେଳେ ୬ ଲକ୍ଷ ୫୦ ହଜାର ଯାତ୍ରୀଙ୍କ ସ୍କ୍ରିନିଂ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos