ମନ୍ତ୍ରୀଙ୍କ ସରକାରୀ ପୋଷ୍ଟରରେ ସ୍ୱାମୀଙ୍କ ଫଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକଙ୍କ ପଂଚମ ପାଳିର ସରକାରରେ କ୍ୟାବିନେଟ୍ ପାହ୍ୟାରେ ସାମିଲ ହୋଇଥିବା ଏକମାତ୍ର ମହିଳା ମନ୍ତ୍ରୀ ଟୁକୁନି ସାହୁ ୨୦୧୯ ମେ’ ୨୯ତାରିଖରେ ଈଶ୍ୱରଙ୍କୁ ସାକ୍ଷୀ ରଖି ନେଇଥିବା ଶପଥକୁ ବୋଧହୁଏ ଭୁଲିଯାଇଛନ୍ତି। ଯେଉଁଥିପାଇଁ ସରକାରୀ ପୋଷ୍ଟରରେ ନିଜର ଦିବଂଗତ ସ୍ୱାମୀଙ୍କ ଫଟୋଚିତ୍ରକୁ ସାମିଲ କରିବାକୁ ପଛାଇ ନାହାନ୍ତି। ଆଉ ମନ୍ତ୍ରୀଙ୍କ ଏହି ପୋଷ୍ଟରକୁ ବିଜେଡି ମହିଳା ୱିଙ୍ଗ୍ ମଧ୍ୟ ଶେୟାର କରି ସେହି ତ୍ରୁଟି ଉପରେ ପରଦା ଘୋଡ଼ାଇ ଦେଇଥିବା ଜଣାପଡ଼ିଛି। ମିଳିଥିବା […]

bjd

bjd

Manoranjan Sial
  • Published: Tuesday, 13 October 2020
  • Updated: 13 October 2020, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକଙ୍କ ପଂଚମ ପାଳିର ସରକାରରେ କ୍ୟାବିନେଟ୍ ପାହ୍ୟାରେ ସାମିଲ ହୋଇଥିବା ଏକମାତ୍ର ମହିଳା ମନ୍ତ୍ରୀ ଟୁକୁନି ସାହୁ ୨୦୧୯ ମେ’ ୨୯ତାରିଖରେ ଈଶ୍ୱରଙ୍କୁ ସାକ୍ଷୀ ରଖି ନେଇଥିବା ଶପଥକୁ ବୋଧହୁଏ ଭୁଲିଯାଇଛନ୍ତି। ଯେଉଁଥିପାଇଁ ସରକାରୀ ପୋଷ୍ଟରରେ ନିଜର ଦିବଂଗତ ସ୍ୱାମୀଙ୍କ ଫଟୋଚିତ୍ରକୁ ସାମିଲ କରିବାକୁ ପଛାଇ ନାହାନ୍ତି। ଆଉ ମନ୍ତ୍ରୀଙ୍କ ଏହି ପୋଷ୍ଟରକୁ ବିଜେଡି ମହିଳା ୱିଙ୍ଗ୍ ମଧ୍ୟ ଶେୟାର କରି ସେହି ତ୍ରୁଟି ଉପରେ ପରଦା ଘୋଡ଼ାଇ ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତ ରବିବାର ଅକ୍ଟୋବର ୧୧ତାରିଖରେ ଆନ୍ତର୍ଜାତିକ ବାଳିକା ଦିବସ ଅବସରରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ନିଜ ଫେସବୁକ ପେଜରେ ଏକ ପୋଷ୍ଠର ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପୋଷ୍ଟରରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ଲୋଗୋ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ରହିଛି। ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ନିଜସ୍ୱ ଫଟୋ ଥିବାବେଳେ ତାଙ୍କ ଦିବଂଗତ ସ୍ୱାମୀ ଅଭିମନ୍ୟୁ ସାହୁଙ୍କ ଫଟୋଚିତ୍ର ମଧ୍ୟ ରହିଛି।

ମନ୍ତ୍ରୀଙ୍କ ଏହି ପୋଷ୍ଠରକୁ ବିଜେଡି ମହିଳା ୱିଙ୍ଗ ମଧ୍ୟ ନିଜସ୍ୱ ପେଜରେ ଶେୟାର କରିବାକୁ ପଛାଇ ନାହିଁ। ବିଜେଡିର ନିଜସ୍ୱ ଆଇଟି ୱିଙ୍ଗ ଥିବାବେଳେ ସରକାରୀ ଓ ବେସରକାରୀ ଲୋଗୋ କେଉଁଠି କେମିତି ଉପଯୋଗ ହୁଏ ତାହା ଯାଂଚ କରାଯାଇପାରନ୍ତା ବୋଲି ମତ ସାଧାରଣରେ ପ୍ରକାଶ ପାଇଛି। ତେବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଓ ସରକାରୀ ଲୋଗୋ ଥାଇ ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ଦିବଂଗତ ସ୍ୱାମୀଙ୍କ ଫଟୋଚିତ୍ରକୁ ଏହି ପୋଷ୍ଟରରେ ରଖିଲେ କାହିଁକି। ରାଜ୍ୟ ପ୍ରତି ଦିବଂଗତ ଶ୍ରୀ ସାହୁଙ୍କ ଅବଦାନ କ’ଣ ରହିଛି। ଯେଉଁଥିପାଇଁ ତାଙ୍କୁ ସରକାରୀ ପୋଷ୍ଠରରେ ସାମିଲ କରିବାକୁ ବି ଶ୍ରୀମତୀ ସାହୁ ପଛାଇ ନାହାନ୍ତି।

ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ସାର୍ବଜନୀନ ଜୀବନରେ ଜଣେ କ୍ୟାବିନେଟ ମନ୍ତ୍ରୀ ସରକାରୀ ଲୋଗୋ ସହ ନିଜ ସ୍ୱାମୀଙ୍କ ଫଟୋଚିତ୍ରକୁ ସାମିଲ କରିବା ଉଚିତ୍ ନୁହେଁ। ମନ୍ତ୍ରୀ ଶ୍ରୀମତୀ ସାହୁ ଯଦି ଦଳୀୟ ଲୋଗୋ ରଖି ନିଜ ସ୍ୱାମୀଙ୍କ ଫଟୋଚିତ୍ର ସମ୍ବଳିତ ପୋଷ୍ଠରକୁ ପୋଷ୍ଟ କରିଥାନ୍ତେ ହୁଏତ ତାହା ଶୋଭନୀୟ ହୋଇଥାନ୍ତା। ଓଡ଼ିଶା ରାଜ୍ୟର ମନ୍ତ୍ରୀ ଭାବେ ନିଜର କର୍ତ୍ତବ୍ୟକୁ ଶ୍ରଦ୍ଧା ଓ ଶୁଦ୍ଧ ଅନ୍ତଃକରଣରେ ନିର୍ବାହ କରିବେ ଏବଂ ବିନା ଭୟ ବା ପକ୍ଷପାତରେ,ଅନୁରାଗ ବା ଦ୍ୱେଷରେ ସବୁପ୍ରକାରର ଲୋକଙ୍କ ପ୍ରତି ସମ୍ବିଧାନ ଓ ବିଧି ଅନୁସାରେ ନ୍ୟାୟ କରିବେ ବୋଲି ଶପଥ ପାଠ କରିଥିବା ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଏସବୁକୁ ପାଳନ କରିବା ମଧ୍ୟ ତାଙ୍କର ନୈତିକ କର୍ତ୍ତବ୍ୟ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story