୮ରେ ଅନ୍ତର୍ଜାତୀୟ ଟ୍ରେଡ୍‌ ଫେୟାର, ଯୋଗଦେବେ ଇରାନ ଓ ବାଂଲାଦେଶ କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ମିନିଷ୍ଟ୍ରି ଅଫ୍‌ ମାଇକ୍ରୋ, ସ୍ମଲ ଆଣ୍ଡ ମିଡିୟମ୍‌ ଏଣ୍ଟରପ୍ରାଇଜେସ୍‌(MSME) ଅନ୍ତର୍ଜାତୀୟ ଟ୍ରେଡ୍‌ ଫେୟାର। ଏହି ଟ୍ରେଡ୍‌ ଫେୟାର ଆସନ୍ତା ୧୨ ତାରିଖ ଯାଏଁ ଚାଲିବ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ଫେୟାରରେ ୨୦ଟି ଇରାନ କମ୍ପାନୀ ଓ ୧୦ଟି ବାଂଲାଦେଶ କମ୍ପାନୀର ପ୍ରତିନିଧି ଯୋଗଦେବେ। ୨୮୦ ଷ୍ଟଲ୍‌ରେ MSME ଉତ୍ପାଦ ପ୍ରଦର୍ଶିତ ହେବ। ଏହାବାଦ ୩୨ଟି ଷ୍ଟଲରେ ବିଭିନ୍ନ ଟେକ୍ନୋଲୋଜିର ଡେମୋନ୍‌ଷ୍ଟ୍ରେସନ ସହ […]

Ministry-of-Micro,-Small-and-Medium-Enterprises

Manoranjan Sial
  • Published: Monday, 06 January 2020
  • , Updated: 06 January 2020, 03:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ମିନିଷ୍ଟ୍ରି ଅଫ୍‌ ମାଇକ୍ରୋ, ସ୍ମଲ ଆଣ୍ଡ ମିଡିୟମ୍‌ ଏଣ୍ଟରପ୍ରାଇଜେସ୍‌(MSME) ଅନ୍ତର୍ଜାତୀୟ ଟ୍ରେଡ୍‌ ଫେୟାର। ଏହି ଟ୍ରେଡ୍‌ ଫେୟାର ଆସନ୍ତା ୧୨ ତାରିଖ ଯାଏଁ ଚାଲିବ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ଫେୟାରରେ ୨୦ଟି ଇରାନ କମ୍ପାନୀ ଓ ୧୦ଟି ବାଂଲାଦେଶ କମ୍ପାନୀର ପ୍ରତିନିଧି ଯୋଗଦେବେ।

୨୮୦ ଷ୍ଟଲ୍‌ରେ MSME ଉତ୍ପାଦ ପ୍ରଦର୍ଶିତ ହେବ। ଏହାବାଦ ୩୨ଟି ଷ୍ଟଲରେ ବିଭିନ୍ନ ଟେକ୍ନୋଲୋଜିର ଡେମୋନ୍‌ଷ୍ଟ୍ରେସନ ସହ ୨୮ଟି ଷ୍ଟଲ୍‌ ସରକାରୀ ବିଭାଗ ପାଇଁ ରହିବ। ସେହିପରି ଫୁଡ୍‌କୋଟ୍‌ ସହ ଅନ୍ୟାନ୍ୟ ଷ୍ଟଲ୍‌ ରହିବ। ବର୍ତ୍ତମାନ ସୁଧା ରାଜ୍ୟରେ ୮୦ ହଜାର MSME ୟୁନିଟ୍‌ ଥବା ବେଳେ ୨୦ ବର୍ଷ ମଧ୍ୟରେ ୬୦ ହଜାର ପ୍ରତିଷ୍ଠା ହୋଇଛି। ପ୍ରତି ୟୁନିଟ୍‌ରେ ହାରାହାରୀ ୩୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।  ହିଂଜିଳି ଓ କେସିଙ୍ଗାରେ MSME ପାର୍କ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେସିଙ୍ଗା ପାର୍କ ପାଇଁ ୧୨୮ ଏକର ଜମି ଅଧିଗ୍ରହଣ ଶେଷ ହୋଇଥିବା ବେଳେ ହିଞ୍ଜିଳି ପାଇଁ ୮୦ ଏକର ଜମି ଅଧିଗ୍ରହଣ ହୋଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ସଚିବ।

Related story