ଲାଇନ୍ ନଥିବାରୁ ରାସ୍ତାକଡ଼ରେ ବସିଥିଲେ, ମାଡ଼ିଗଲା ମିନି ଟ୍ରକ୍‌

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା କତରାପାଲି ଠାରେ ରାସ୍ତାକଡ଼ରେ ବସିଥିବା ବେଳେ ଜଣେ ଯୁବକଙ୍କ ଉପରେ ମିନି ଟ୍ରକ୍ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନା ଖକନ କୁମାର ସାହୁ। ତାଙ୍କ ଘର କତରାପାଲି ଗାଁରେ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏ ଘଟଣା ଘଟିଥିଲା। ଗାଁରେ ଲାଇନ୍ ନଥିବାରୁ ଯୁବକ ଜଣଙ୍କ ତେଲକୋଇ-କାଞ୍ଜିପାଣି ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଥିବା ଡ୍ରେନ୍‌ ସ୍ଲାବ୍ ଉପରେ ବସିଥିବା ବେଳେ ହଠାତ୍ […]

accident

Jyoshna Pradhan
  • Published: Saturday, 20 July 2019
  • , Updated: 20 July 2019, 11:57 AM IST

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା କତରାପାଲି ଠାରେ ରାସ୍ତାକଡ଼ରେ ବସିଥିବା ବେଳେ ଜଣେ ଯୁବକଙ୍କ ଉପରେ ମିନି ଟ୍ରକ୍ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନା ଖକନ କୁମାର ସାହୁ। ତାଙ୍କ ଘର କତରାପାଲି ଗାଁରେ।

ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏ ଘଟଣା ଘଟିଥିଲା। ଗାଁରେ ଲାଇନ୍ ନଥିବାରୁ ଯୁବକ ଜଣଙ୍କ ତେଲକୋଇ-କାଞ୍ଜିପାଣି ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଥିବା ଡ୍ରେନ୍‌ ସ୍ଲାବ୍ ଉପରେ ବସିଥିବା ବେଳେ ହଠାତ୍ ଏକ ମିନି ଟ୍ରକ୍ ଆସି ତାଙ୍କ ଉପରେ ଚଢ଼ି ଯାଇଥିଲା। ତେଲକୋଇରୁ କେନ୍ଦୁଝରକୁ ଯାଉଥିବା ମିନି ଟ୍ରକ୍‌ଟି ହଠାତ୍ ରାସ୍ତାର ବାମ ପାର୍ଶ୍ୱରୁ ଡାହାଣ ପାର୍ଶ୍ୱକୁ ଆସି ଖକନଙ୍କ ଉପରେ ଚଢି ଯାଇଥିଲା। ଏହାସହ ତାଙ୍କୁ କିଛି ବାଟ ଘୋଷାଡ଼ି ନେଇଥିଲା। ତାଙ୍କୁ ଧକ୍କା ଦେବା ପରେ ମିନି ଟ୍ରକ୍‌ଟି ରାସ୍ତା ତଳକୁ ଖସି ଯାଇଥିଲା। ମିନି ଟ୍ରକ୍ ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଖକନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ସକାଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ରାସ୍ତାରେ ହମ୍ପସ୍‌ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ତେଲକୋଇ-କାଞ୍ଜିପାଣି ରାସ୍ତା ଅବରୋଧ କରିଥିଲେ। ତହସିଲଦାର ଓ ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତି ପୂରଣ ଦିଆଯିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

 

 

Related story