ବାପାମା’ଙ୍କ ଆଗରେ ପୁଅ ଜୀବନ୍ତ ଦଗ୍ଧ

ବିନିକା (ଦିଲୀପ ସାହୁ): ଗ୍ୟାସ୍‌ ଲିକ୍‌ ହୋଇ ଘଟିଲା ଅଗ୍ନିକାଣ୍ଡ ଓ ଜୀବନ୍ତ ଦଗ୍ଧ ହୋଇଗଲେ ଜଣେ ନାବାଳକ। ଏହି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗାଁରେ। ମୃତକ ନାବାଳକଙ୍କ ନାଁ ବାବୁସାନ ଗୁଦୁରିଆ। ତାଙ୍କୁ ୧୦ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ବାବୁସାନଙ୍କ ବାପା ଟିକେଲାଲ ଗୁଦୁରିଆ ଗ୍ୟାସ୍‌ ଅନ୍ କରି ଚା’ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଗ୍ୟାସ୍‌ ସିଲିଣ୍ଡରରେ […]

Fire

Fire

Jitendra Garnayak
  • Published: Sunday, 25 April 2021
  • Updated: 25 April 2021, 09:56 AM IST

ବିନିକା (ଦିଲୀପ ସାହୁ): ଗ୍ୟାସ୍‌ ଲିକ୍‌ ହୋଇ ଘଟିଲା ଅଗ୍ନିକାଣ୍ଡ ଓ ଜୀବନ୍ତ ଦଗ୍ଧ ହୋଇଗଲେ ଜଣେ ନାବାଳକ। ଏହି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗାଁରେ।

ମୃତକ ନାବାଳକଙ୍କ ନାଁ ବାବୁସାନ ଗୁଦୁରିଆ। ତାଙ୍କୁ ୧୦ ବର୍ଷ ହୋଇଥିଲା।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ବାବୁସାନଙ୍କ ବାପା ଟିକେଲାଲ ଗୁଦୁରିଆ ଗ୍ୟାସ୍‌ ଅନ୍ କରି ଚା’ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଗ୍ୟାସ୍‌ ସିଲିଣ୍ଡରରେ ହଠାତ୍ ନିଆଁ ଲାଗି ଯାଇଥିଲା ଓ ସଙ୍ଗେ ସଙ୍ଗେ ପୂରା ଘରକୁ ନିଜ କବଳକୁ ନେଇ ଯାଇଥିଲା।

ନିଆଁ ଏତେ ଜୋରରେ ବ୍ୟାପୀ ଯାଇଥିଲା ଯେ ଟିକେଲାଲ ଓ ତାଙ୍କ ପତ୍ନୀ ବାବୁସାନଙ୍କୁ ବଞ୍ଚାଇ ପାରି ନଥିଲେ। ବାବୁସାନ ସେତେବେଳେ ଶୋଇଥିଲେ। ଟିକେଲାଲ ଓ ତାଙ୍କ ପତ୍ନୀ କୌଣସି ମତେ ଘର ବାହାରକୁ ଚାଲି ଆସିଥିଲେ ଓ ବଞ୍ଚି ଯାଇଥିଲେ।
ଘଟଣା ସଂପର୍କରେ ଖବର ପାଇ ବିନିକା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ହେଲେ ସେତେବେଳକୁ ଘରଟି ପୋଡ଼ି ପାଉଁଶ ହୋଇସାରିଥିଲା। ତା’ ସହିତ ବାବୁସାନ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ବାବୁସାନଙ୍କୁ ପରିବାର ଲୋକେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପରେ ପରିବାର ଲୋକେ ଓ ଗ୍ରାମବାସୀ ବାବୁସାନଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ମଶାଣିକୁ ନେଇଥିଲେ। କିନ୍ତୁ ବିନିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story