ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ନାବାଳକ ମୃତ

କଟକ(ଓଡ଼ିଶା ରିପୋର୍ଟର) ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ନାବାଳକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସଦର ଥାନା ନୂ‌ଆଗଡ଼ ଗାଁରେ । ବାତ୍ୟା ପରେ ବିଜୁଳି ସଂଯୋଗ ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟୁତ୍  ଖୁଣ୍ଟ ପୋତା ଯାଉଥିଲା ବେଳେ ଖୁଣ୍ଟ ପଡ଼ି ନାବାଳକ ଜଣକ ଗୁରୁତର ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ପରିବାର ଲୋକଙ୍କ କୌଣସି […]

tgh

tgh

Tapas Behera
  • Published: Sunday, 12 May 2019
  • Updated: 12 May 2019, 05:35 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର) ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ନାବାଳକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସଦର ଥାନା ନୂ‌ଆଗଡ଼ ଗାଁରେ । ବାତ୍ୟା ପରେ ବିଜୁଳି ସଂଯୋଗ ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟୁତ୍  ଖୁଣ୍ଟ ପୋତା ଯାଉଥିଲା ବେଳେ ଖୁଣ୍ଟ ପଡ଼ି ନାବାଳକ ଜଣକ ଗୁରୁତର ହୋଇଥିଲେ।

ତାଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ମୃତ ନାବାଳକର ଘର ତେନ୍ତୁଳିନାଳି ଗାଁରେ। ସେ ତାଙ୍କ ମାମୁଘର ବୁଲିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos