ଦୁଇ ପଥର ସନ୍ଧିରେ ଫସିଗଲା ନାବାଳକର ମୁଣ୍ଡ; ୮ ଘଣ୍ଟା କାଳ ହେଲା ଛଟପଟ , ତା’ ପରେ...

ନବରଙ୍ଗପୁର(ନବଘନ ବିଶୋୟୀ): ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଜୀବନ- ମରଣ ଦୋ ଛକିରେ ଦୀର୍ଘ ୮ ଘଣ୍ଟା ଫସି ରହିଲା  ନାବାଳକ । ସକାଳୁ ରାତି ଯାଏ ଦୁଇ ପଥର ସନ୍ଧିରେ ୧୨ ବର୍ଷୀୟ ବାଳକର ମୁଣ୍ଡ ଫସି ଯାଇଥିବା ବେଳେ ଗୋଡ଼ ୨ଟି ଉପରକୁ ରହି ଯାଇଥିଲା। ଫଳରେ ନିଶ୍ଚିତ ମୃତ୍ୟୁମୁଖରେ ପଡ଼ିବ ଭାବି ବାଳକଟି ଆର୍ତ୍ତ ଚିତ୍କାର କରିଥିଲ। ବାଳକର କ୍ରନ୍ଦନ ଶୁଣି ସ୍ଥାନୀୟ ଲୋକେ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଦୀର୍ଘ ୮ […]

rescue

rescue

Niharika Rout
  • Published: Friday, 10 June 2022
  • Updated: 10 June 2022, 01:45 PM IST

Sports

Latest News

ନବରଙ୍ଗପୁର(ନବଘନ ବିଶୋୟୀ): ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଜୀବନ- ମରଣ ଦୋ ଛକିରେ ଦୀର୍ଘ ୮ ଘଣ୍ଟା ଫସି ରହିଲା  ନାବାଳକ । ସକାଳୁ ରାତି ଯାଏ ଦୁଇ ପଥର ସନ୍ଧିରେ ୧୨ ବର୍ଷୀୟ ବାଳକର ମୁଣ୍ଡ ଫସି ଯାଇଥିବା ବେଳେ ଗୋଡ଼ ୨ଟି ଉପରକୁ ରହି ଯାଇଥିଲା। ଫଳରେ ନିଶ୍ଚିତ ମୃତ୍ୟୁମୁଖରେ ପଡ଼ିବ ଭାବି ବାଳକଟି ଆର୍ତ୍ତ ଚିତ୍କାର କରିଥିଲ। ବାଳକର କ୍ରନ୍ଦନ ଶୁଣି ସ୍ଥାନୀୟ ଲୋକେ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ଅକ୍ଳାନ୍ତ ଉଦ୍ୟମ କରିବା ପରେ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ମୃତ୍ୟୁ ସହ ସାମନାସାମନି ହୋଇ ଫେରି ଆସିଥିବା ବାଳକଜଣ ହେଲେ ନବରଙ୍ଗପୁର ଜିଲ୍ଲା କଣ୍ଟାଗାଁ ପଞ୍ଚାୟତ  ଅନ୍ତର୍ଗତ ବରିପଦର ଗାଁର ଡମୁଜାନୀ ।

ଡମୁଜାନୀ ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ନିକଟସ୍ଥ ପାହାଡ଼କୁ ଛେଳି ଚରାଇବା ପାଇଁ ଯାଇଥିଲେ l ସେହି ସମୟରେ ଅସାବଧାନତା ଯୋଗୁଁ ତାଙ୍କ ମୁଣ୍ଡ ଦୁଇ ପଥର ସନ୍ଧିରେ ଫସିଯାଇଥିବା ବେଳେ ଗୋଡ଼ ଦୁଇଟି ଉପରେ ରହିଯାଇଥିଲା । ଉକ୍ତ ପଥର ସନ୍ଧିରୁ ବାହାରିବାକୁ ବହୁ ଚେଷ୍ଟା ସତ୍ତ୍ୱେ ବାଳକଟି ସଫଳ ହୋଇ ପାରି ନ ପାରି  ଚିତ୍କାର କରିଥିଲା । ଏହା ଶୁଣି ଆଖପାଖ ଲୋକେ ସେଠାରେ ପହଞ୍ଚି ବାଳକଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନ ଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ବାଳକଙ୍କ ମୁଣ୍ଡ ବାହାରକୁ ବାହାରି ପାରି ନ ଥିଲା । ଏଥିସହ ଖାଇବା, ପିଇବା ନ ପାଇ ବାଳକଟି ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଲା।

ଖବର ପାଇ ପରିବାର ଲୋକେ ଓ ତେନ୍ତୁଳିଖୁଣ୍ଟି ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ ପହଞ୍ଚିଥିଲେ। ବିଡିଓ ତୁରନ୍ତ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗକୁ ଖବର ଦେବାସହ ନିଜେ ଘଟଣାସ୍ଥଳକୁ ଯାଇଥିଲେ l କିନ୍ତୁ ବର୍ଷା ଓ ଘଡଘଡି ହେବାରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବାରେ ବିଳମ୍ବ ହୋଇଥିଲା ।

ବର୍ଷା ପାଣି ପଥର ସନ୍ଧିରେ ବଢ଼ିବାରୁ ତୁରନ୍ତ ତେନ୍ତୁଳୀଖୁଣ୍ଟି ବିଡ଼ିଓ ଉପସ୍ଥିତ ବୁଦ୍ଧି ଲଗାଇ ବ୍ଲକ ଷ୍ଟାଫ ଓ ସ୍ଥାନୀୟ ଲୋକଙ୍କୁ ନେଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ସ୍ଥାନୀୟ ଲୋକେ ନିଜସ୍ୱ ଉଦ୍ୟମରେ ପଥରକୁ ତାଡ଼ି ବାହାର କରିବା ପରେ ଦୀର୍ଘ ୮ ଘଣ୍ଟା ରାତି ପ୍ରାୟ ୮ଟା ପରେ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ଏହାପରେ ବିଡ଼ିଓ ନିଜ ଗାଡି ଯୋଗେ ଆହତ ବାଳକକୁ ପାତ୍ରପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ l ପତ୍ରପୁଟ ପ୍ରାଥମିକ ଚିକିତ୍ସା ପରେ ବର୍ତମାନ ଡମୁକୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବିଡ଼ିଓଙ୍କ ଉଦ୍ୟମ ଯୋଗୁ ପିଲାଟି ବଞ୍ଚି ପାରିଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏପରି କାର୍ଯ୍ୟ କରି ବାଳକର ଜୀଵନ ବଞ୍ଚାଇଥିବା ଯୋଗୁଁ ଖୁସି ଥିବା କହିଛନ୍ତି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story