ପ୍ରେସର୍‌ ଦେବା ହେଲା କାଳ, ଚକା ଫାଟି ନାବାଳକର ହାତ ଛିଡ଼ିଲା

ବାଲେଶ୍ୱର(ବିଶ୍ୱମ୍ବର): ଟ୍ରାକ୍ଟରରେ ପ୍ରେସର ଦେବା ହେଲା କାଳ। ଚକାଫାଟି ଛିଡିଗଲା ନାବାଳକର ହାତ। ଉକ୍ତ ନାବାଳକର ଅବସ୍ଥା ଗୁରୁତର ରହିଛି। ଏଭଳି ଏକ ଦୁର୍ଘଟଣା ଘଟିଛି ନୀଳଗିରି ଅଞ୍ଚଳରେ।

ସୂଚନା ମୁତାବକ, ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତା ମାନଗଡ ଠାରେ ଟ୍ରାକ୍ଟରରେ ପ୍ରେସର ଦିଆଚାଲିଥିଲା। ଏହି ସମୟରେ ନିକଟରେ ଜଣେ ନାବାଳିକ ଠିଆ ହୋଇଥିଲେ। ବାପା ମା’ ନିକଟ ଇଟା ଭାରିରେ କାମ କରୁଥିବା ବେଳେ ଉକ୍ତ ନାବାଳକ ଟ୍ରାକ୍ଟରରେ ବସି ଆସିଥିଲା। ତେବେ ଏହି ସମୟରେ ଟ୍ରାକ୍ଟର ଚକାରେ ପ୍ରେସର କମ୍‌ ଥିବାରୁ ଦୋକାନୀଙ୍କୁ ପ୍ରେସର ଦେବାକୁ କୁହାଯାଇଥିଲା।

ଚକାରେ ପ୍ରେସର ଅନ୍ କରି ଦୋକାନୀ ଅନ୍ୟ କାମରେ ବ୍ୟସ୍ତ ରହିଥିଲା। ଏହି ସମୟ ଅତ୍ୟଧିକ ପ୍ରେସର ହେତୁ ଟ୍ରାକ୍ଟର ଚକା ଫାଟି ପାଖରେ ଥିବା ଉକ୍ତ ନାବାଳକଟି ଉପରୁ ଉଠିଯାଇଥିଲା ଏବଂ ତା’ ହାତଟି ଛିଡି ତଳେ ପଡିଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତା’ଅବସ୍ଥା ସଙ୍କଟାପନ୍ନ ରହିଛି। ଉକ୍ତ ନାବାଳକଟି ମୂଳାଗଡ଼ି ଅଞ୍ଚଳର ବୋଲି ସୂଚନା ମିଳିଛି।  ଚକାରେ ପ୍ରେସର ଦେଉଥିବା ଦୋକାନୀର ଅସାବଧାନତାରୁ ଏହି ଅଘଟଣ ଘଟିଥିବା କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।