କନ୍ଧମାଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଫୁଲବାଣୀ: କନ୍ଧମାଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଜଣେ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ନେଇ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ। ପୋଲିସର ସୂଚନା ଅନୁଯାୟୀ, ନାବାଳିକା ଜଣକ ଗାଁ ନିକଟରେ ଥିବା ଏକ ମନ୍ଦିରକୁ ଯାଇଥିଲେ। ଏହି ସମୟରେ ନାବାଳିକାକୁ ନାବାଳକଙ୍କ ସହ ଆଉ ଦୁଇ ଜଣ ମିଶି ଏକ ଘରକୁ ନେଇ ରାତି ସାରା ରଖି ଦୁଷ୍କର୍ମ କରିଥିଲେ।  ସକାଳୁ ନାବାଳିକା ଜଣକ ଘରକୁ ଫେରି ପରିବାର […]

rape

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 02:35 PM IST

ଫୁଲବାଣୀ: କନ୍ଧମାଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଜଣେ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ନେଇ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ।

ପୋଲିସର ସୂଚନା ଅନୁଯାୟୀ, ନାବାଳିକା ଜଣକ ଗାଁ ନିକଟରେ ଥିବା ଏକ ମନ୍ଦିରକୁ ଯାଇଥିଲେ। ଏହି ସମୟରେ ନାବାଳିକାକୁ ନାବାଳକଙ୍କ ସହ ଆଉ ଦୁଇ ଜଣ ମିଶି ଏକ ଘରକୁ ନେଇ ରାତି ସାରା ରଖି ଦୁଷ୍କର୍ମ କରିଥିଲେ।  ସକାଳୁ ନାବାଳିକା ଜଣକ ଘରକୁ ଫେରି ପରିବାର ଲୋକଙ୍କୁ କହିବା ପରେ ପୋଲିସରେ ଅଭିଯୋଗ ହୋଇଛି।  ପୋଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରା ଉଚୁରା କରୁଛି।

Related story