ଠକି ଦେଲେ ପ୍ରେମିକ, ନାବାଳିକା ହେଲେ କୁଆଁରୀ ମା’

ବାଲେଶ୍ୱର (ରଣଜିତ ପାକଳ): ପ୍ରେମିକ କଥା ଦେଇଥିଲେ ବାହା ହେବେ। ପ୍ରେମିକଙ୍କ କଥାରେ ବିଶ୍ୱାସ କରି ନିଜର ସର୍ବସ୍ୱ ଅର୍ପଣ କରିଥିଲେ ନାବାଳିକା ପ୍ରେମିକା। ହେଲେ ଯେତେବେଳେ ସେ ଗର୍ଭବତୀ ବୋଲି ଜଣାପଡ଼ିଲା, ସେତେବେଳେ ପ୍ରେମିକ ଦେଖାଇଲେ ତାଙ୍କ ଅସଲ ରୂପ। ପ୍ରେମିକାଙ୍କୁ ନଜଣାଇ ଚମ୍ପଟ ମାରିଲେ। ବାଧ୍ୟ ହୋଇ ପ୍ରେମିକା ଘରକୁ ଫେରିଲେ। ଲୋକ ଲଜ୍ଜା ଭୟରେ ଭଉଣୀ ଘରେ ଆଶ୍ରୟ ନେଲେ। ଶେଷରେ ସେ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପୂରା […]

medical1

medical1

Jitendra Garnayak
  • Published: Thursday, 27 June 2019
  • Updated: 27 June 2019, 05:38 PM IST

Sports

Latest News

ବାଲେଶ୍ୱର (ରଣଜିତ ପାକଳ): ପ୍ରେମିକ କଥା ଦେଇଥିଲେ ବାହା ହେବେ। ପ୍ରେମିକଙ୍କ କଥାରେ ବିଶ୍ୱାସ କରି ନିଜର ସର୍ବସ୍ୱ ଅର୍ପଣ କରିଥିଲେ ନାବାଳିକା ପ୍ରେମିକା। ହେଲେ ଯେତେବେଳେ ସେ ଗର୍ଭବତୀ ବୋଲି ଜଣାପଡ଼ିଲା, ସେତେବେଳେ ପ୍ରେମିକ ଦେଖାଇଲେ ତାଙ୍କ ଅସଲ ରୂପ। ପ୍ରେମିକାଙ୍କୁ ନଜଣାଇ ଚମ୍ପଟ ମାରିଲେ। ବାଧ୍ୟ ହୋଇ ପ୍ରେମିକା ଘରକୁ ଫେରିଲେ। ଲୋକ ଲଜ୍ଜା ଭୟରେ ଭଉଣୀ ଘରେ ଆଶ୍ରୟ ନେଲେ। ଶେଷରେ ସେ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି।

ପୂରା ଘଟଣାଟି ଏମିତି। ବାଲେଶ୍ୱର ସହର ଉପକଣ୍ଠର ଜଣେ ଦଲାଲ ବର୍ଷେ ତଳେ ୧୬-୧୭ ବର୍ଷର ଏହି ନାବାଳିକାଙ୍କୁ ଭୁବନେଶ୍ୱରକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଏକ ଇଟା ଭାଟିରେ ନିୟୋଜିତ କରାଇଥିଲେ। ଇଟା ଭାଟିରେ କାମ କରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଭଲ ପାଇ ବସିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ କରିଥିଲେ। ହେଲେ ସେ ଗର୍ଭବତୀ ହେବା ପରେ ବାହା ହେବାକୁ ମନା କରି ଦେଇଥିଲେ ପ୍ରେମିକ ବାବୁ। ସେଥିପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ନାବାଳିକା ଜଣଙ୍କ ନିଜ ଘରକୁ ଫେରି ଆସିଥିଲେ। ଘରକୁ ଫେରି ପରିବାର ଲୋକଙ୍କୁ ପୂରା ଘଟଣା କହିଥିଲେ। ଲୋକ ଲଜ୍ଜା ଭୟରେ ପରିବାର ଲୋକ ତାଙ୍କୁ ତାଙ୍କ ବଡ଼ ଭଉଣୀ ଘରକୁ ପଠାଇ ଦେଇଥିଲେ।

ଆଜି ନାବାଳିକା ଗର୍ଭ ଯନ୍ତ୍ରଣା ପାଇଥିଲେ। ୧୦୨ ଆମ୍ୱୁଲାନ୍ସରେ ତାଙ୍କୁ ସଙ୍ଗେ ସଙ୍ଗେ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଛି। ବର୍ତ୍ତମାନ ମାଆ ଓ ଛୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନାବାଳିକା ଜଣଙ୍କ ତାଙ୍କର ସେହି ଧୋକାବାଜ୍ ପ୍ରେମିକଙ୍କ ଘର କେଉଁଠି, ସେକଥା ମଧ୍ୟ ଜାଣି ନାହାନ୍ତି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story